ଭୁବନେଶ୍ୱର,୦୬/୦୬: କମ୍ପ୍ୟୁଟର ସାର୍ଟିଫିକେଟ୍‌ କେଳେଙ୍କାରୀର ପର୍ଦ୍ଦାଫାସ କରିଥିଲା ‘ପ୍ରମେୟ- ନ୍ୟୁଜ୍‌୭’ । ବିଭିନ୍ନ କମ୍ପ୍ୟୁଟର ସେଣ୍ଟରରେ ଷ୍ଟ୍ରିଙ୍ଗ୍‌ ଅପରେସନ କରି ବିନା ପଢ଼ାରେ ସାର୍ଟିଫିକେଟ୍‌ ଦେଉଥିବା ଦଲାଲ୍‌ମାନଙ୍କ ମୁଖା ଖୋଲିଥିଲା । ଏ  ପ୍ରସଙ୍ଗରେ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ପୂର୍ବରୁ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ । ରାଜସ୍ୱ  ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଏହି କେଳେଙ୍କାରୀକୁ  ଗୁରୁତ୍ୱର ସହ ନେଇଛନ୍ତି । ସେ ଚେତାଇଛନ୍ତି, ଯେଉଁ  କମ୍ପ୍ୟୁଟର ସେଣ୍ଟର ଏଭଳି କେଳେଙ୍କାରୀରେ ସାମିଲ  ଅଛି, ଆଦୌ ଛଡ଼ାଯିବନି । ଆରଡିସିସ୍ତରୀୟ ତଦନ୍ତ  ନିର୍ଦ୍ଦେଶ ଦେଇଛି । ଯାହା ବିରୋଧରେ ସାର୍ଟିଫିକେଟ୍‌  କେଳେଙ୍କାରୀ କିମ୍ବା ଶିକ୍ଷାର ମାନ୍ୟତାରେ ଗଡ଼ବଡ଼ର  ପ୍ରମାଣ ମିଳିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।  

ଶ୍ରୀ ପୂଜାରୀ କହିଛନ୍ତି, ଖାଲି କମ୍ପ୍ୟୁଟର କୋର୍ସ  ନୁହେଁ, ଏହି ସାର୍ଟିଫିକେଟ୍‌ ଅନ୍ୟ ଶିକ୍ଷାନୁଷ୍ଠାନ ଓ  ଅନ୍ୟ ପ୍ରତିଷ୍ଠାନକୁ ବି ମାଡି଼ ଯାଇଛି । ରାଜ୍ୟରେ  ଜାଲ୍‌ ସାର୍ଟିଫିକେଟ ରାକେଟ ସକ୍ରିୟ ଅଛି । କାଷ୍ଟ  ସାର୍ଟିଫିକେଟ୍‌ରେ ବି କେଳେଙ୍କାରୀର ସୁରାକ ମିଳିଛି ।  ଏସବୁ କେଳେଙ୍କାରୀର ଏବେ ଆର୍‌ଡିସି ତଦନ୍ତ  ଚାଲିଛି । ତଦନ୍ତରେ ଯାହା ବିରୋଧରେ ପ୍ରମାଣ  ମିଳିବ ହେବ, କାର୍ଯ୍ୟାନୁଷ୍ଠାନ ନିଆଯିବ । ଆରଡିସି  ବାଦ୍‌ ବୋର୍ଡ ଅଫ ରେଭିନ୍ୟୁକୁ ମଧ୍ୟ ଏଦିଗରେ  ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି  ଶିକ୍ଷାନୁଷ୍ଠାନ କିମ୍ବା ପ୍ରତିଷ୍ଠାନ ପରିଚାଳନାରେ  ଅନିୟମିତତା ହେଉଥିବ କିମ୍ବା ଏହାର ମାନ୍ୟତାରେ  ଖିଲାପ କରୁଥିବ, ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।  ଶିକ୍ଷାନୁଷ୍ଠାନ ମାଲିକ ଯେତେ ପ୍ରଭାବଶାଳୀ  ହୁଅନ୍ତୁ ନା କାହିଁକି, ଆଇନ୍‌ ତା’ ବାଟରେ ଯିବ । 

ଅନ୍ୟପକ୍ଷରେ ଓକେସିଏଲ୍‌ର ନେଟୱର୍କ ମୁଖ୍ୟ  ସୁଶାନ୍ତ ଜେ. ଦାସ କହିଛନ୍ତି, ଓକେସିଏଲ୍‌ ରାଜ୍ୟରେ  ଚାଲୁଥିବା କମ୍ପ୍ୟୁଟର ଶିକ୍ଷାନୁଷ୍ଠାନଗୁଡ଼ିକୁ ଅନୁମତି  ଦେଇଥାଏ । ସାର୍ଟିଫିକେଟ କେଳେଙ୍କାରୀ ଖବର  ପ୍ରସାରଣ ପରେ ତତ୍ପର ହୋଇଛୁ । ଘଟଣାକୁ ଗୁରୁତ୍ୱର  ସହ ନେଇଛୁ । ଓକେସିଏଲ ଦ୍ୱାରା ଅନୁବନ୍ଧିତ  ଶିକ୍ଷାନୁଷ୍ଠାନ ଯଦି ଏଭଳି କେଳେଙ୍କାରୀରେ ସମ୍ପୃକ୍ତି  ବାହାରିବ, ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ।