ଭୁବନେଶ୍ୱର,୦୬/୦୬: କମ୍ପ୍ୟୁଟର ସାର୍ଟିଫିକେଟ୍ କେଳେଙ୍କାରୀର ପର୍ଦ୍ଦାଫାସ କରିଥିଲା ‘ପ୍ରମେୟ- ନ୍ୟୁଜ୍୭’ । ବିଭିନ୍ନ କମ୍ପ୍ୟୁଟର ସେଣ୍ଟରରେ ଷ୍ଟ୍ରିଙ୍ଗ୍ ଅପରେସନ କରି ବିନା ପଢ଼ାରେ ସାର୍ଟିଫିକେଟ୍ ଦେଉଥିବା ଦଲାଲ୍ମାନଙ୍କ ମୁଖା ଖୋଲିଥିଲା । ଏ ପ୍ରସଙ୍ଗରେ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ପୂର୍ବରୁ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଏହି କେଳେଙ୍କାରୀକୁ ଗୁରୁତ୍ୱର ସହ ନେଇଛନ୍ତି । ସେ ଚେତାଇଛନ୍ତି, ଯେଉଁ କମ୍ପ୍ୟୁଟର ସେଣ୍ଟର ଏଭଳି କେଳେଙ୍କାରୀରେ ସାମିଲ ଅଛି, ଆଦୌ ଛଡ଼ାଯିବନି । ଆରଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି । ଯାହା ବିରୋଧରେ ସାର୍ଟିଫିକେଟ୍ କେଳେଙ୍କାରୀ କିମ୍ବା ଶିକ୍ଷାର ମାନ୍ୟତାରେ ଗଡ଼ବଡ଼ର ପ୍ରମାଣ ମିଳିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଶ୍ରୀ ପୂଜାରୀ କହିଛନ୍ତି, ଖାଲି କମ୍ପ୍ୟୁଟର କୋର୍ସ ନୁହେଁ, ଏହି ସାର୍ଟିଫିକେଟ୍ ଅନ୍ୟ ଶିକ୍ଷାନୁଷ୍ଠାନ ଓ ଅନ୍ୟ ପ୍ରତିଷ୍ଠାନକୁ ବି ମାଡି଼ ଯାଇଛି । ରାଜ୍ୟରେ ଜାଲ୍ ସାର୍ଟିଫିକେଟ ରାକେଟ ସକ୍ରିୟ ଅଛି । କାଷ୍ଟ ସାର୍ଟିଫିକେଟ୍ରେ ବି କେଳେଙ୍କାରୀର ସୁରାକ ମିଳିଛି । ଏସବୁ କେଳେଙ୍କାରୀର ଏବେ ଆର୍ଡିସି ତଦନ୍ତ ଚାଲିଛି । ତଦନ୍ତରେ ଯାହା ବିରୋଧରେ ପ୍ରମାଣ ମିଳିବ ହେବ, କାର୍ଯ୍ୟାନୁଷ୍ଠାନ ନିଆଯିବ । ଆରଡିସି ବାଦ୍ ବୋର୍ଡ ଅଫ ରେଭିନ୍ୟୁକୁ ମଧ୍ୟ ଏଦିଗରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଶିକ୍ଷାନୁଷ୍ଠାନ କିମ୍ବା ପ୍ରତିଷ୍ଠାନ ପରିଚାଳନାରେ ଅନିୟମିତତା ହେଉଥିବ କିମ୍ବା ଏହାର ମାନ୍ୟତାରେ ଖିଲାପ କରୁଥିବ, ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶିକ୍ଷାନୁଷ୍ଠାନ ମାଲିକ ଯେତେ ପ୍ରଭାବଶାଳୀ ହୁଅନ୍ତୁ ନା କାହିଁକି, ଆଇନ୍ ତା’ ବାଟରେ ଯିବ ।
ଅନ୍ୟପକ୍ଷରେ ଓକେସିଏଲ୍ର ନେଟୱର୍କ ମୁଖ୍ୟ ସୁଶାନ୍ତ ଜେ. ଦାସ କହିଛନ୍ତି, ଓକେସିଏଲ୍ ରାଜ୍ୟରେ ଚାଲୁଥିବା କମ୍ପ୍ୟୁଟର ଶିକ୍ଷାନୁଷ୍ଠାନଗୁଡ଼ିକୁ ଅନୁମତି ଦେଇଥାଏ । ସାର୍ଟିଫିକେଟ କେଳେଙ୍କାରୀ ଖବର ପ୍ରସାରଣ ପରେ ତତ୍ପର ହୋଇଛୁ । ଘଟଣାକୁ ଗୁରୁତ୍ୱର ସହ ନେଇଛୁ । ଓକେସିଏଲ ଦ୍ୱାରା ଅନୁବନ୍ଧିତ ଶିକ୍ଷାନୁଷ୍ଠାନ ଯଦି ଏଭଳି କେଳେଙ୍କାରୀରେ ସମ୍ପୃକ୍ତି ବାହାରିବ, ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ।