PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ପ୍ରେମିକାଙ୍କୁ ଛାତରୁ ଠେଲି ହତ୍ୟା ଘଟଣା: ପ୍ରେମିକ ସୁଫିଆନ୍‌ଙ୍କୁ ଏନ୍‌କାଉଣ୍ଟର

ଲକ୍ଷ୍ନୌ ୧୯/୧୧: ଧର୍ମ ପରିବର୍ତ୍ତନ ଓ ବିବାହ ପାଇଁ ରାଜି ନ ହେବାରୁ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜଣେ ୧୯ ବର୍ଷୀୟା ଯୁବତୀ ନିଧିଙ୍କୁ ୪ ମହଲା ଛାତରୁ ଠେଲି ହତ୍ୟା କରିବା ଘଟଣାରେ ପୋଲିସ ଶୁକ୍ରବାର ଅଭିଯୁକ୍ତ ମହମ୍ମଦ ସୁଫିଆନ୍‌ଙ୍କୁ ଏନ୍‌କାଉଣ୍ଟର କରିଛି । ମଙ୍ଗଳବାର ରାତିର ଘଟଣା ପରେ ସୁଫିଆନ ଫେରାର ଥିଲା । ତାକୁ ଧରିବା ପାଇଁ ପୋଲିସ ୯ ଜଣିଆ ସ୍ୱତନ୍ତ୍ର ଟିମ୍‌ ଗଠନ ସହ ଶୁକ୍ରବାର ସକାଳେ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ସେ ଦୁବଗାରେ ଲୁଚି ରହିଥିବା ପୋଲିସ ସୂଚନା ପାଇବା ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲା । ସେଠାରୁ ଖସିଯିବା ପାଇଁ ସୁଫିଆନ୍‌ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଜବାବରେ ପୋଲିସ ମଧ୍ୟ ଫାୟାରିଂ କରିଥିଲା । ସୁଫିଆନ୍‌ର ଗୋଡ଼ରେ ଗୁଳି ବାଜିଛି । ତାକୁ ଗିରଫ ପରେ ଡାକ୍ତରଖାନାକୁ ନିଆଯାଇଥିବା ଯୁଗ୍ମ ପୋଲିସ କମିଶନର ପିୟୁସ୍‌ ମୋର୍ଦିଆ କହିଛନ୍ତି ।

ପ୍ରକାଶଥାଉ କି, ଇସ୍‌ଲାମ ଧର୍ମ ଗ୍ରହଣ କରି ତାଙ୍କୁ ବାହା ହେବାକୁ ସୁଫିଆନ୍‌ ନିଧିଙ୍କ ଉପରେ ଚାପ ପକାଇବା ସହ ଝିଅର ପରିବାରକୁ ମଧ୍ୟ ଧମକ ଦେଉଥିଲା । ଗତ ମଙ୍ଗଳବାର ବିବାଦ ପରେ ନିଧି ଛାତ ଉପରେ ଥିବାବେଳେ ସୁଫିଆନ୍‌ ସେଠାକୁ ଯାଇ ତାଙ୍କୁ ଠେଲିଦେଇଥିଲେ ବୋଲି ନିଧିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ହସ୍ପିଟାଲରେ ପହଞ୍ଚିବା ପରେ ନିଧିଙ୍କ ମୃତ୍ୟୁ ଘଟିଥିଲା ।

ସମ୍ବନ୍ଧିତ ଖବର