PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଅନ୍ୟତ୍ର ବିବାହ ସ୍ଥିର ହେବାରୁ… ପ୍ରେମିକାକୁ ମାରି ଫିଙ୍ଗିଥିଲା ପ୍ରେମିକ, କୂଅରୁ ଉଲଗ୍ନ ମୃତଦେହ ଉଦ୍ଧାର

ବରଗଡ଼/ବିଜେପୁର,୧୯/୦୩: ଯୁବତୀଙ୍କ ବିବାହ ସ୍ଥିର ହୋଇଥିଲା । ଆସନ୍ତା ଶୁକ୍ରବାର ନିର୍ବନ୍ଧ ହେବାର ଥିଲା । ପରିବାର ଲୋକଙ୍କ ଏହି ବିବାହ ନିଷ୍ପତ୍ତିକୁ ଅସ୍ୱୀକାର କରିବାକୁ ନାରାଜ ଥିଲେ ପ୍ରେମିକା । ଏହା ଜାଣିବା ପରେ ରକ୍ତମୁଖା ହୋଇପଡ଼ିଥିଲା ପ୍ରେମିକ । ପ୍ରେମିକାଙ୍କୁ ଘର ପଛପଟକୁ ଡାକି ତଣ୍ଟି ଚିପି ଶେଷ କରି ଦେଲା । ଶେଷରେ ଏକ ନିଛାଟିଆ କୂଅ ଭିତରେ ପ୍ରେମିକାଙ୍କ ଶବକୁ ଫିଙ୍ଗି ଦେଇଥିଲା । ଏଭଳି ଏକ ହତ୍ୟାକାଣ୍ଡର ଖୁଲାସା କରିଛି ବିଜେପୁର ପୁଲିସ । ପ୍ରେମିକାଙ୍କୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ପ୍ରେମିକ ସ୍ୱୀକାର କରିଥିବା ପୁଲିସ ସ୍ପଷ୍ଟ କରିଛି । ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ସାଇପାଲି ଗାଁର ଏହି ହତ୍ୟା ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି । ମୃତ ଯୁବତୀ ସାଇପାଲି ଗାଁର କ୍ଷୀରୋଦ୍ର ଛତ୍ରିଆଙ୍କ ଝିଅ ପଦ୍ମିନୀ (୨୫) । ପୁଲିସ ପଦ୍ମିନୀଙ୍କ ମୃତଦେହ ସ୍ଥାନୀୟ ଖୁଣ୍ଟପାଲି ଗାଁର ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଛି । ଏହି ଘଟଣାରେ ବିଜେପୁର ପୁଲିସ ସ୍ଥାନୀୟ ଯୁବକ ଚନ୍ଦ୍ରଶେଖର ସେଠକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ବିଜେପୁର ଥାନା ସାଇପାଲି ଗାଁର ପଦ୍ମିନୀ ଗତ ୧୫ ତାରିଖରୁ ନିଖୋଜ ହୋଇଥିଲେ । ଏନେଇ ପରିବାରବର୍ଗ ୧୬ ତାରିଖ ବିଜେପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଯୁବତୀଙ୍କ ନିଖୋଜ ପଛରେ ସନ୍ଦେହରେ ସେହି ଗାଁର ଚନ୍ଦ୍ରଶେଖରକୁ ପୁଲିସ ଉଠାଇ ଆଣିଥିଲା । ପଚରାଉଚରା ପରେ ପଦ୍ମିନୀର ତଣ୍ଟି ଚିପି ମାରିଥିବା ଏବଂ ହତ୍ୟା ପରେ ମୃତଦେହକୁ ଏକ ଓଜନିଆ ସିମେଣ୍ଟ ବ୍ଲକ୍‌ରେ ବାନ୍ଧି ଖୁଣ୍ଟପାଲି ଗାଁର ଚାଷଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପିଙ୍ଗି ଦେଇଥିବା ଜଣାପଡ଼ିଥିଲା । ଶନିବାର ବିଜେପୁର ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ କରି ଅଗ୍ନିଶମ ବିଭାଗ ସହାୟତାରେ କୂଅରୁ ଆଜି ଉଲଗ୍ନ ଅବସ୍ଥାରେ ଥିବା ମୃତଦେହ ଉଦ୍ଧାର କରିିଛି ।

ହତ୍ୟାର କାରଣ ପଚାରିବା ପରେ ଚନ୍ଦ୍ରଶେଖର କହିଛି ଯେ, ସେ ଓ ପଦ୍ମିନୀ ପରସ୍ପରକୁ ଭଲ ପାଉଥିଲେ । ପଦ୍ମିନୀଙ୍କ ଅନ୍ୟତ୍ର ବିବାହ ପ୍ରସ୍ତାବ ଖବର ପାଇ ଚନ୍ଦ୍ରଶେଖର ୧୫ ତାରିଖ ପଦ୍ମିନୀଙ୍କୁ ତାଙ୍କ ଘର ପଛପଟକୁ ଡାକି ଏ ବିଷୟରେ ପଚାରିଥିଲା । ପରିବାର ବିରୋଧରେ ସେ ଯାଇପାରିବେ ନାହିଁ ବୋଲି ପଦ୍ମିନୀ ରୋକଠୋକ ଜଣାଇବା ପରେ ଉତ୍‌କ୍ଷିପ୍ତ ପ୍ରେମିକ ଚନ୍ଦ୍ରଶେଖର ସେହିଠାରେ ହିଁ ପଦ୍ମିନୀଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ପଦ୍ମନୀଙ୍କ ଶବକୁ ୪୦୦/୫୦୦ ମିଟର ଯାଏଁ ଖୁଣ୍ଟପାଲିର ନିଛାଟିଆ କୂଅ ନିକଟକୁ ବୋହିନେଇ ପାଖରେ ପଡ଼ିଥିବା ଏକ ସିମେଣ୍ଟ ଫେନ୍‌ସିଂ ପିଲରରେ ବାନ୍ଧି କୂଅ ଭିତରେ ଫିଙ୍ଗି ଚାଲି ଆସିଥିବା

ଚନ୍ଦ୍ରଶେଖର ପୁଲିସ୍‌ ଆଗରେ ସ୍ୱୀକାର କରିଛି । ବିଜେପୁର ପୁଲିସ ମାମଲା ରୁଜୁ କରି ହତ୍ୟା ଅଭିଯୋଗରେ ଚନ୍ଦ୍ରଶେଖର ସେଠକୁ ଅଟକ ରଖି ତଦନ୍ତ ଜାରି ରଖିଛି । ପଦ୍ମପୁର ଏସ୍‌ଡିପିଓ ବିଭୂତି ଭୂଷଣ ଭୋଇ ଘଟଣାସ୍ଥଳକୁ ଆସି ସ୍ଥିତି ନିରୀକ୍ଷଣ କରିଛନ୍ତି ।

ପ୍ରକାଶଥାଉ କି, ପଦ୍ମିନୀ ଓ ଚନ୍ଦ୍ରଶେଖର ଗୋଟିଏ ଗାଁର । ଉଭୟଙ୍କ ଘର ଗାଁର ଗୋଟିଏ ଗଳିରେ ଅମନା ସମାନା ରହିଛି । ପଦ୍ମିନୀ +୨ ଯାଏ ପାଠ ପଢ଼ିଛି। ଚନ୍ଦ୍ରଶେଖର ଜଣେ ଶ୍ରମଜୀବୀ । ସେମାନଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ିଉଠିଥିବା ଚନ୍ଦ୍ରଶେଖରଠାରୁ ଜଣାପଡ଼ିଛି । ପଦ୍ମିନୀଙ୍କ ବିବାହ ସ୍ଥିର ହୋଇସାରିଥିଲା।