PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ପାକିସ୍ତାନ ବିରୋଧରେ ଯୋଜନା: ତିନି ସେନା ମୁଖ୍ୟଙ୍କ ସହ ପ୍ରତିରକ୍ଷାମନ୍ତ୍ରୀ କରିବେ ବୈଠକ

ନୂଆଦିଲ୍ଲୀ,୨୩।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଏକ ବଡ ବୈଠକ ହେବାର ଅଛି। ଆକ୍ରମଣରେ ଆତଙ୍କବାଦୀଙ୍କୁ ପାକିସ୍ତାନର ସମର୍ଥନକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ଥଳସେନା, ବାୟୁସେନା ଏବଂ ନୌସେନା ମୁଖ୍ୟ ଆସନ୍ତା ୨୫ ତାରିଖରେ ଭାରତୀୟ ଦୂତାବାସ ଅଧିକାରୀଙ୍କ ସହ ବୈଠକ କରିବେ। ଏହି ବୈଠକ ସୋମବାର ଆରମ୍ଭ ହେବ ଓ ଦୁଇଦିନ ଚାଲିବ। ଦୁଇଦିନର ଏହି ବୈଠକରେ ଆତଙ୍କବାଦ ପ୍ରସଙ୍ଗ ନେଇ ପାକିସ୍ତାନର ମୁଖା ଖୋଲିବା ଉପରେ ଚର୍ଚା ହୋଇପାରେ। ଏକ ସରକାରୀ ସୁତ୍ର ଅନୁସାରେ ଅଧିକାରୀଙ୍କୁ ପୁଲଓ୍ବାମା ଆକ୍ରମଣରେ ପାକିସ୍ତାନର ଭୂମିକାକୁ ପର୍ଦଫାଶ କରିବା ନେଇ କୁହାହଯିବ।

source: https://aajtak.intoday.in

 ପୁଲଓ୍ବାମା ଆକ୍ରମଣକୁ ନେଇ  ଭାରତ ପୂର୍ବରୁ ହିର୍ର୍ ବିଶ୍ବର ଶକ୍ତିଶାଳୀ ଦେଶଙ୍କୁ ନିଜ ସପକ୍ଷରେ ଏକାଠି କରିସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକ୍ରମଣକାରୀଙ୍କ ବିରୋଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସଙ୍କେତ ମଧ୍ୟ ଦେଇଛନ୍ତି। ଏହି ସମ୍ମିଳନୀରେ ଆମେରିକା, ଋଷ ଓ ଅନ୍ୟ ମିତ୍ର ଦେଶ ସହିତ ବିଶ୍ବର ବହୁ ମହତ୍ତ୍ବପୂର୍ଣ୍ଣ ଦେଶ ସହିତ ସମ୍ପର୍କ ନେଇ ବିସ୍ତୃତ ଭାବରେ ଚର୍ଚା ହେବ। ଏଥରେ ବୈଦେଶିକ ମନ୍ତ୍ରଣାଳୟର ପ୍ରତିନିଧି ମଧ୍ୟ ସାମିଲ ହେବେ।

source: https://indianexpress.com

ଉଲ୍ଳେଖନୀୟ ଯେ, ପୁଲଓ୍ବାମା ପ୍ରସଙ୍ଗରେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଖୋଲା ଖୋଲି ଭାବରେ ଭାରତକୁ ସମର୍ଥନ କରିଛନ୍ତି। ପୁଲଓ୍ବାମାରେ ସିଆରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି ଭାରତ-ପାକିସ୍ତାନ ମଧ୍ୟରେ ଖୁବ୍ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଛି।କେବଳ ଟ୍ରମ୍ପ ନୁହଁନ୍ତି ଜାତିସଂଘର ସୁରକ୍ଷା ପରିଷଦର ସଦସ୍ୟ ରାଷ୍ଟ୍ର  ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ କଡା ଶବ୍ଦରେ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର