ପ୍ରମୂଖ ଖବର
  • ଭୁବନେଶ୍ବର : ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ
  • ||
  • ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ, ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ
  • ||
  • ଭୁବନେଶ୍ଵର : ଦୂର ହେଲା ମାତୃତ୍ୱ ଛୁଟି ଦ୍ଵନ୍ଦ୍ଵ, ପ୍ରସବ ତାରିଖର ୩ ମାସ ପୂର୍ବରୁ କିମ୍ଵା ପ୍ରସବର ୬ ମାସ ମଧ୍ୟରେ ମିଳିବ ୧୮୦ ଦିନର ଛୁଟି
  • ||
  • କଟକ : ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ; ୨ ଗୁରୁତର
  • ||
  • ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ; ୪ ଶିଶୁ ମୃତ, ୩୮ ଆହତ
  • ||
  • ସୁନ୍ଦରଗଡ଼ : କଲେଜ୍ ବ୍ରିଜ୍‌କୁ ଦୁର୍ବଳ ଘୋଷଣା ପରେବି ଅବାଧରେ ଯାତାୟାତ କରୁଛି ଭାରୀ ଯାନ, କାର୍ଯ୍ୟାନୁଷ୍ଠାନ ନନେଲେ ଭୁଶୁଡ଼ିବ ପୋଲ
  • ||
  • ସୁନ୍ଦରଗଡ଼ : କୋଏଲ ନଦୀରେ ବୁଡ଼ି ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଝାରସୁଗୁଡା : ବାର୍‌ହା ଆକ୍ରମଣରେ ମାଆ ଓ ପୁଅ ଗୁରୁତର, ଡାକ୍ତଖାନାରେ ଭର୍ତ୍ତି
  • ||
  • ଜୁନ୍‌ ୨୩ରେ ପଞ୍ଚାୟତ ଉପନିର୍ବାଚନ; ୪୩ ସରପଞ୍ଚ, ୨୭୨ ୱାର୍ଡସଭ୍ୟ ପାଇଁ ହେବ ଭୋଟ୍‌, ୨୪ରେ ଫଳାଫଳ
  • ||
  • International Tea Day: ଦିନ ଆରମ୍ଭ ହୁଏ ସଞ୍ଜ ବି ସରେ ତାରି ପାଖରେ, କର୍ମକ୍ଲାନ୍ତ ଜୀବନରେ ସେ ତାଜାପଣ ଆଣେ...
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେଉଥିଲେ କିରାଣୀ, ଭିଡିଓ ଭାଇରାଲ...
  • ||
  • ଭୁବନେଶ୍ଵର : ବୁଧବାର ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ, ସିଏଚ୍‌ଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ : ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ଖସୁନି ତାତି, ୫ ଦିନରେ କେରଳ ଛୁଇଁପାରେ ମୌସୁମୀ
  • ||
  • ମୟୂରଭଞ୍ଜ : ଚୋରି ବଳଦ ସହ ଗାଡ଼ି ଜବତ, ଡ୍ରାଇଭର ଏବଂ ସହଯୋଗୀ ଫେରାର
  • ||
  • ବଲାଙ୍ଗୀର : ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
  • ||

ଇସ୍ରାଏଲ ଟାର୍ଗେଟରେ ଇରାନ୍‌ର ପରମାଣୁ ଠିକଣା ! ଗୁଇନ୍ଦା ରିପୋର୍ଟକୁ ନେଇ ଟେନସନ୍‌ରେ ଆମେରିକା

Published By : Tapas Panda | May 21, 2025 4:45 PM

Image Courtesy: foreignpolicy

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ପୁଣି ଥରେ ଜଳିବାକୁ ଯାଉଛି । ଆମେରିକା ଗୁଇନ୍ଦା ଏଜେନ୍ସିର ରିପୋର୍ଟ ଅନୁସାରେ, ଇରାନ୍‌ର ପରମାଣୁ ଠିକଣା ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି ଇସ୍ରାଏଲ । ତେବେ ଏନେଇ ଇସ୍ରାଏଲ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଇରାନ ଉପରେ ଇସ୍ରାଏଲ ଆକ୍ରମଣ କରିବା ନେଇ କ’ଣ ସବୁ ଯୋଜନା କରୁଛି ତାକୁ ନେଇ ଆମେରିକାରେ ଚର୍ଚ୍ଚା ଜୋର ଧରିଛି ।  ଯଦି ଇସ୍ରାଏଲ ଆକ୍ରମଣ କରେ ତେବେ ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରମାଣୁ ଚୁକ୍ତି ନୀତିକୁ ଏକ ଝଟକା ସଦୃଶ ହେବ । ଏହା ସହ ମଧ୍ୟପ୍ରାଚ୍ୟରେ ଆଉ ଏକ ବଡ଼ ଯୁଦ୍ଧର ସୂତ୍ରପାତ ଘଟିପାରେ । ତେବେ ଆସନ୍ତୁ ଜାଣିବା ଇରାନର କେତୋଟି ପରମାଣୁ ଠିକଣା ରହିଛି ଏବଂ ସେଗୁଡ଼ିକୁ ଆକ୍ରମଣ କରିବା କେତେ କଷ୍ଟକର ? ଯଦି ଆକ୍ରମଣ ହୁଏ ତେବେ କଣ ପ୍ରଭାବ ପଡ଼ିବ ? 

ଇରାନ ଦ୍ରୁତ ଗତିରେ ୟୁରାନିୟମ ଉତ୍ପାଦନ ବଢାଇଛି । IAEA ଅନୁଯାୟୀ, ମାର୍ଚ୍ଚ ୨୦୨୫ ସୁଦ୍ଧା ୬୦% ପର୍ଯ୍ୟନ୍ତ ୨୭୫ କିଲୋଗ୍ରାମ ୟୁରାନିୟମ ଗଚ୍ଛିତ କରିଥିଲା ଇରାନ । ୯୦ ପ୍ରତିଶତ ଶୁଦ୍ଧତା ହାସଲ କରିବା ପରେ ଏଥିରୁ ୬ଟି ପରମାଣୁ ବୋମା ତିଆରି କରାଯାଇପାରିବ । ଆମେରିକୀୟ ଅଧିକାରୀମାନେ ଦାବି କରିଛନ୍ତି ଯେ, ଇରାନ କେବଳ ଗୋଟିଏ ସପ୍ତାହ ମଧ୍ୟରେ ପରମାଣୁ ବୋମା ତିଆରି କରିବା ପାଇଁ ଯଥେଷ୍ଟ ୟୁରାନିୟମ ଉତ୍ପାଦନ କରିପାରିବ । କିନ୍ତୁ ସଠିକ ଢ଼ଙ୍ଗରେ ପରମାଣୁ ବୋମା ତିଆରି କରିବାକୁ ଏବେ ବି ୧ ରୁ ୧.୫ ବର୍ଷ ସମୟ ଲାଗିବ ।

ଇରାନର ପରମାଣୁ ଠିକଣା

ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଇରାନରେ ଅନେକ ପରମାଣୁ ଠିକଣା ରହିଛି । ସେଥିମଧ୍ୟରୁ କିଛି ଭୂମି ତଳେ ଲୁଚି ରହିଛି । ଫଳରେ ସେହି ସବୁ ଠିକଣା ଉପରେ ଆକ୍ରମଣ କରିବା କଷ୍ଟସାଧ୍ୟ । 

୧. ନାତାଞ୍ଜ

୨. ଫୋର୍ଡୋ 

୩. ଇସଫାହାନ

୪. ଖୋଣ୍ଡାବ

୫. ତେହରାନ ଏବଂ ବୁଶହର

ସେପଟେ ଯଦି ଇରାନ୍‌ର ପରମାଣୁ ଠିକଣା ଉପରେ ଇସ୍ରାଏଲ ଆକ୍ରମଣ କରେ ତେବେ ସାଧାରଣ ଲୋକଙ୍କ ପ୍ରତି ବିପଦ ସୃଷ୍ଟି ହେବ । ଇରାନ୍‌ର ଲୋକମାନଙ୍କ ଜୀବନ ଯିବ । ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ସମ୍ଭାବ୍ୟ ଆକ୍ରମଣରେ ୫୦୦୦ରୁ ୮୦,୦୦୦ ଲୋକଙ୍କ ଜୀବନ ଯାଇପାରେ ।   ପ୍ରଥ‌ମେ ୩ ହଜାରରୁ  ୧୦ ହଜାର ଲୋକଙ୍କ ଜୀବନ ଯାଇପାରେ । ପରବର୍ତ୍ତୀ ସମୟରେ ବିକିରଣ ଯୋଗୁଁ ଅଧିକ ଲୋକଙ୍କ ଜୀବନ ଯିବ । କେବଳ ଇସଫାହାନରେ ୭୦,୦୦୦ରୁ ୩ ଲକ୍ଷ ଲୋକଙ୍କ ଜୀବନ ଯାଇପାରେ ବୋଲି ଆକଳନ କରାଯାଇଛି । 

ଇସ୍ରାଏଲର ସଠିକ୍ ବିମାନ ଆକ୍ରମଣ କରିବାର କ୍ଷମତା ଅଛି, କିନ୍ତୁ ଇରାନର ପରମାଣୁ ଠିକଣା ଉପରେ ଆକ୍ରମଣ କରିବା ସହଜ କାମ ନୁହେଁ। ବିବିସି ରିପୋର୍ଟ ଅନୁଯାୟୀ, ଇରାନର ଅଧିକାଂଶ ପରମାଣୁ ଠିକଣା ମାଟି ତଳେ ରହିଛି ଏବଂ କେବଳ ବଙ୍କର-ବଷ୍ଟିଂ ବୋମା ଦ୍ୱାରା ଆକ୍ରମଣ କରାଯାଇପାରିବ। ଆମେରିକା ପାଖରେ ଏପରି ବୋମା ରହିଥିବା ବେଳେ ଇସ୍ରାଏଲ ପାଖରେ ଅଛି କି ନାହିଁ ତାହା ଜଣାନାହିଁ।

ଯଦି କୌଣସି ଆକ୍ରମଣ ହୁଏ, ତେବେ ଇରାନ ମଧ୍ୟ ଚୁପ୍ ରହିବ ନାହିଁ। ଆମେରିକୀୟ ଘାଟି ଉପରେ କ୍ଷେପଣାସ୍ତ୍ର ବର୍ଷା ହୋଇପାରେ । ଉପସାଗରୀୟ ଦେଶଗୁଡ଼ିକରେ ମୁତୟନ ଥିବା ଆମେରିକୀୟ ସୈନ୍ୟ ବିପଦରେ ପଡ଼ିପାରନ୍ତି ଏବଂ ଇସ୍ରାଏଲୀ ସହରଗୁଡ଼ିକ ସିଧାସଳଖ ଟାର୍ଗେଟ୍ ହୋଇପାରେ । କତାର ଭଳି ଦେଶ, ଯେଉଁଠାରେ ଆମେରିକାର ସବୁଠାରୁ ବଡ଼ ଏୟାରବେସ୍ ଅଛି, ଏପରି କାର୍ଯ୍ୟକୁ ଖୋଲାଖୋଲି ସମର୍ଥନ କରିନପାରନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.