ଜଳେଶ୍ୱରକୁ ସବ ଡିଭିଜନ ଦାବି ପାଇଁ ପ୍ରସ୍ତୁତି ବୈଠକ

ଜଳେଶ୍ୱର,୪/୧୨ : ଜଳେଶ୍ବରରେ ସମସ୍ତ ପ୍ରକାରର ଭିତ୍ତିଭୂମି ରହିଥିବାବେଳେ ତାହାକୁ ତୁରନ୍ତ ସବ-ଡିଭିଜନ ଘୋଷଣା କରିବା ଦାବିରେ ଆଜି ଜାତୀୟ ରାଜପଥର ଖୁସି ପ୍ଲାଜା ହୋଟେଲଠାରେ ସଚେତନ ଯୁବ ଓ ଛାତ୍ର ସଙ୍ଗଠନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଛାତ୍ର ନେତା କାଳୀଚରଣ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାସବିହାରୀ ରଣା, ସତ୍ୟ ଶୋଭନ ମିଶ୍ର, ଚନ୍ଦନ କର ପ୍ରମୁଖ ଯୁବ ନେତା ଏହି ବୈଠକର ପୃଷ୍ଠଭୂମି ସମ୍ପର୍କରେ ଆଲୋକପାତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଉପାଧକ୍ଷ ବ୍ରଜ ମୋହନ ପ୍ରଧାନ, ଆଇନଜୀବୀ ରାମଚନ୍ଦ୍ର ଜେନା ଓ କୁଞ୍ଜ ବିହାରୀ ଦାସ, ଭୂପତି ଚରଣ ମିର୍ଧା, ରାଜେନ୍ଦ୍ର ପାତ୍ର, ଅରୁଣ କୁମାର ରାଉଳ,ହସିରୁଦ୍ଦିନ ବକ୍ସ, ଜୟଦେବ ବିଶ୍ୱାଳ,ଦିଗାମ୍ବର ଦାସ, ପୂର୍ବତନ ସରପଞ୍ଚ ପରିତୋଷ କମିଳା ଓ ମଧୁସୂଦନ ଦତ୍ତ,ସଞ୍ଜୟ ମହାନ୍ତି, ଅଂଶୁମାନ ରାଉତ,ମୁକୁନ୍ଦ ଜେନା ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବା ସଙ୍ଗେ ସଙ୍ଗେ ପ୍ରଥମେ ଜଳେଶ୍ୱର ତହସିଲ ଓ ପରେ ଜାତୀୟ ରାଜପଥକୁ ୧୦ହଜାରରୁ ଊର୍ଦ୍ଧ୍ବ ଜନସାଧାରଣକୁ ନେଇ ଘେରାଉ କରାଯିବ ବୋଲି ଚେତାବନୀ ଦେଇଥିଲେ। ଉକ୍ତ ବୈଠକରେ ଜଳେଶ୍ୱର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକରୁ ଶତାଧିକ ଯୁବକ ଓ ଛାତ୍ରମାନେ ଉପସ୍ଥିତ ଥିଲେ।