ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ହ୍ୱାଇଟ ହାଉସ୍‌ରେ ଶେଷ ଦୀପାବଳି ପାଳିଲେ ବାଇଡେନ

Published By : Rasmita Pradhan | October 30, 2024 9:18 AM

ୱାଶିଂଟନ୍‌, ୩୦/୧୦ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସୋମବାର ହ୍ୱାଇଟ୍‌ ହାଉସ୍‌ରେ ଦୀପ ଜାଳି ଶେଷ ଦୀପାବଳି ପାଳିଛନ୍ତି । ଏହି ଅବସରରେ ୬ଶହରୁ ଊର୍ଦ୍ଧ୍ୱ ଭାରତୀୟ-ଆମେରିକୀୟ ଉପସ୍ଥିତ ଥିଲେ । ବାଇଡେନ୍‌ ଭାରତୀୟ- ଆମେରିକୀୟ ସାଂସଦ, ଅଧିକାରୀ ଏବଂ ଉଦ୍ୟୋଗପତିଙ୍କୁ ସମ୍ବୋଧିତ କରି କହିଥିଲେ, ହ୍ୱାଇଟ ହାଉସ୍‌ରେ ସବୁଠୁ ବଡ଼ ଦୀପାବଳି କାର୍ଯ୍ୟକ୍ରମ ଆୟୋଜନ କରିବା ତାଙ୍କ ପାଇଁ ସମ୍ମାନର କଥା । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସିନେଟର ରହିବା ସମୟରେ ସେ ବହୁସଂଖ୍ୟାରେ ଭାରତୀୟ-ଆମେରିକୀୟଙ୍କ ସହ ମିଶି କାମ କରିଛନ୍ତି । ଦକ୍ଷିଣ-ଏସୀୟ ଆମେରିକୀୟ ସମୁଦାୟ ଆମେରିକାର ପ୍ରତ୍ୟେକ ଭାଗକୁ ସମୃଦ୍ଧ କରିଛନ୍ତି । ଏହା ଦୁନିଆରେ ସବୁଠୁ ଦ୍ରୁତଗତିରେ ଆଗକୁ ବଢ଼ୁଥିବା ସମୁଦାୟ । ଏବେ ଦୀପାବଳି ଗର୍ବର ସହ ହ୍ୱାଇଟ୍‌ ହାଉସ୍‌ରେ ପାଳନ କରାଯିବ । 

ସମାରୋହରେ ଉପରାଷ୍ଟ୍ରପତି କମଳା ହାରିସ୍‌, ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌ ସାମିଲ ହୋଇ ନଥିଲେ । ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବାରୁ ହାରିସ୍‌ ଆସିପାରି ନ ଥିବା ବାଇଡେନ୍‌ କହିଥିଲେ । ଅନ୍ୟପକ୍ଷରେ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନରୁ ଭିଡିଓ ବାର୍ତ୍ତା ଜାରି କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ଏଥିରେ ସେ କହିଛନ୍ତି, ସ୍ପେସ୍‌ ଷ୍ଟେସନରେ ପୃଥିବୀରୁ ୪ ଶହ କିମି ଉଚ୍ଚରେ ଦୀପାବଳି ପାଳନ କରିବାର ନିଆରା ଅବସର ମିଳିଛି । ତାଙ୍କ ପିତା ତାଙ୍କୁ ଦୀପାବଳି ଏବଂ ଅନ୍ୟ ଭାରତୀୟ ଉତ୍ସବ ବାବଦରେ ସବୁବେଳେ ଶିଖାଉଥିଲେ ଓ ନିଜ ସଂସ୍କୃତି ସହ ଯୋଡ଼ି ରଖୁଥିଲେ । ଦୀପାବଳି ଖୁସିର କ୍ଷଣ, କାରଣ ଦୁନିଆରେ ଏବେ ବି ଉତ୍ତମତା କାଏମ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.