ଭୁବନେଶ୍ଵର, ୨୭/୧୧ : ଓଡ଼ିଶା ଇତିହାସରେ ଯୋଡ଼ି ହେଲା ସ୍ଵର୍ଣ୍ଣିମ ଅଧ୍ୟାୟ। ଐତିହାସିକ ମୂହୂର୍ତ୍ତର ମୂକସାକ୍ଷୀ ପାଲଟିଲା ବିଧାନସୌଧ। ପ୍ରଥମ ଥର ପାଇଁ ବିଧାନସଭାକୁ ସମ୍ବୋଧନ କଲେ ମହାମହିମ। କହିଲେ 'ମୋର ସଫଳତାର ଶ୍ରେୟ ଏହି ଗୃହ। ଏଠାକୁ ଆସି ମୋତେ ହୋମ୍ କମିଂ ଭଳି ଲାଗୁଛି। ମୋର ରାଜନୈତିକ କ୍ୟାରିଅରର ଏହିଠାରୁ ମୂଳଦୁଆ ପଡ଼ିଛି।'
ହୋମ୍ କମିଂ ଭଳି ଲାଗୁଛି
ରାଷ୍ଟ୍ରପତି କହିଛନ୍ତି ଯେ, ଆପଣମାନଙ୍କ ଗହଣରେ ଉପସ୍ଥିତ ରହି ମୁଁ ଆନନ୍ଦିତ। ମୋତେ ହୋମ୍ କମିଂ ଭଳି ଲାଗୁଛି। ମା'ଟି ମୋର କେଡେ ନିଜର ତା ସରି କେହି ନାହିଁ, ତା ପାଦ ଧୂଳି ଚନ୍ଦନ ଭଳି ମଥାରେ ଦିଏ ମୁଁ ବୋଳି। ପୂର୍ବରୁ ଅନେକ ରାଜ୍ୟର ବିଧାନସଭାକୁ ସମ୍ବୋଧନ କରିଛି। ଆଜି ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବା ମୋ ପାଇଁ ଖୁସିର ବିଷୟ। ମୁଁ ଗାଁରୁ ଏକ ସାଧାରଣ ଝିଅ ହୋଇ ଆସିଥିଲି। ଏ ଗୃହ ମୋତେ କଥା କହିବା ଶିଖାଇଛି। ମୋର ରାଜନୈତିକ କ୍ୟାରିଅର ଏହି ଗୃହରୁ ଆରମ୍ଭ ହୋଇଛି। ଆଜି ମୁଁ ଯେଉଁଠି ପହଞ୍ଚି ସେଥିପାଇଁ ସବୁ ଶ୍ରେୟ ଏହି ଗୃହର। ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କ ଆଶର୍ବାଦ ନଥିଲେ ମୁଁ ଆଜି ଏହି ସ୍ଥାନରେ ପହଞ୍ଚି ପାରି ନଥାନ୍ତି।
ସଫଳତା ପାଇଁ ଏ ଗୃହର ସବୁ ଶ୍ରେୟ
ରାଷ୍ଟ୍ରପତି କହିଛନ୍ତି ଯେ, ଏ ଗୃହରେ ମୁଁ ବିଧାୟକ ଭାବେ ପ୍ରଶ୍ନ କରିଛି। ମନ୍ତ୍ରୀ ଭାବରେ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ଦେଇଛି। ବିଭିନ୍ନ ସ୍ଥାୟୀ କମିଟିର ସଦସ୍ୟ ଓ ଅଧ୍ୟକ୍ଷ ଭାବରେ ମୁଁ ମୋର ଚିନ୍ତାବ୍ୟକ୍ତ କରିଛି। ଗ୍ୟାଲେରୀରେ ବସିଥିବା କିଛି ପୂର୍ବତନ ବିଧାୟକଙ୍କ ସହ ମିଶି କାମ କରିଛି। ଏହି କଳିଙ୍ଗ ଚଣ୍ଡାଶୋକ ଅଶୋକଙ୍କୁ ଧର୍ମାଶୋକ କରିଛି। ଐତିହାସିକ ନୌବାଣିଜ୍ୟ, ଇଂରେଜ ବିରୋଧୀ ଲଢେଇରୁ ଶିକ୍ଷା ମିଳିଛି। ଓଡ଼ିଶା ବିଧାନସଭାରେ ନାରୀଙ୍କ ପ୍ରତିନିଧିତ୍ଵ ବଢିଛି। ଆଜି ବିଧାନସଭାକୁ ଜଣେ ମହିଳା ବାଚସ୍ପତି ଚଳାଉଛନ୍ତି। ତେଣୁ ଓଡ଼ିଶାକୁ ଏକ ଅଗ୍ରଣୀ ପ୍ରଦେଶରେ ପରିଣତ କରାଯାଇ ପାରିବ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବାର ଆବଶ୍ୟକତା ରହିଛି। ଓଡ଼ିଶାର ପ୍ରଗତିକୁ ଜୀବନର ବ୍ରତ ଭାବେ ଗ୍ରହଣ କରନ୍ତୁ। ଭାରତର ପ୍ରଗତି ଦ୍ରୁତ ଗତିରେ ଅଗ୍ରସର ହେଉଛି। ଏହା ବିକଶିତ ଭାରତର ପରିକଳ୍ପନା ପାଇଁ ସମ୍ଭବ।
ବିଧାୟକଙ୍କୁ ଗୁରୁଜ୍ଞାନ
ବିଧାୟକମାନଙ୍କୁ ମହାମହିମ ଗୁରୁଜ୍ଞାନ ଦେଇଛନ୍ତି। ସେ କହିଛନ୍ତି ଯେ, 'ଆପଣମାନେ ଲିଡର, ଲୋକ ଫଲୋଅର। ଲୋକ ପ୍ରତିନିଧିଙ୍କ ଆଚରଣ ଓ ଉଚ୍ଚାରଣର ବଡ଼ ପ୍ରଭାବ ରହିଛି। ସାଧାରଣ ଲୋକଙ୍କର ବହୁ ଆଶା, ଆକାଂକ୍ଷା ରହିଛି। ଆପଣମାନେ ଲୋକଙ୍କ ପାଇଁ କାମ କରନ୍ତୁ। ପ୍ରଜାମାନେ ଅନେକ ସ୍ବପ୍ନ ନେଇ ଆପଣଙ୍କୁ ପଠାଇଛନ୍ତି। ସେମାନଙ୍କ ମୁହଁରେ ହସ ଫୁଟାଇବା ଆପଣଙ୍କ କର୍ତ୍ତବ୍ୟ। ଗୃହରେ ଆପଣଙ୍କ ଉଚ୍ଚାରଣ ଏବଂ ଆଚରଣ ଭଲ ରହିବା ଉଚିତ। କାରଣ ଆଜିର ଟେକ୍ନୋଲୋଜି ଜରିଆରେ ସମସ୍ତେ ଦେଖୁଛନ୍ତି।'
ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା
ଏହି ମଧ୍ୟରେ ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, 'ଅଳ୍ପ ଦିନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭଲ କାମ କରିଛନ୍ତି। ଓଡ଼ିଶାର ମହିଳାମାନେ ସ୍ଵାବଲମ୍ଵୀ ହୋଇଛନ୍ତି । ସୁଭଦ୍ରା ଯୋଜନାରେ ମହିଳା ଉପକୃତ ହୋଇଛନ୍ତି। ଓଡ଼ିଶାରେ ସରକାର ଚାଷୀଙ୍କୁ ଗୁରୁତ୍ଵ ଦେଉଛନ୍ତି। ଧାନ କିଣାରେ ଚାଷୀଙ୍କୁ ସବ୍ସିଡି ମିଳୁଛି। ଓଡ଼ିଶା ବିଧାନସଭା କାମ ପେପର ଲେସ୍ ହୋଇଛି।'
ବିଜୁ, ମହତାବଙ୍କୁ ମନେ ପକାଇଲେ
ରାଷ୍ଟ୍ରପତି କହିଛନ୍ତି ଓଡ଼ିଶା ଗଠନରେ ବହୁ ମହାନ ବ୍ୟକ୍ତିଙ୍କର ଅବଦାନ ରହିଛି। ସଂଗ୍ରାମୀ ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ ମନେ ରହିବେ। ବାଜି ରାଉତଙ୍କ ବଳିଦାନ ବୀରତ୍ଵର କଥା କୁହେ। ନୂଆ ଓଡ଼ିଶା ଗଠନରେ ଡଃ ହରେକୃଷ୍ଣ ମହତାବ ସ୍ମରଣୀୟ। ଓଡ଼ିଶା ବିକାଶରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଅଛି। ଦେଶର ଦ୍ଵିତୀୟ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ। ପକାଇଲେ ବାଜି