ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବଙ୍କ ସହ ଦୀପାବଳି ପାଳିବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ । ରାଷ୍ଟ୍ରପତି ଭାବ‌ରେ ବାଇଡେନ ଶେଷ ଥର ଲାଗି ହ୍ବାଇଟ ହାଉସ୍‌ରେ ଦୀପାବଳି  ପାଳନ କରିବେ । ବ୍ଲୁ ରୁମ୍‌ରେ ଏକ ଦୀପ ଜାଳି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ବାଇଡେନ୍‌ । ଏହା ସହ ଉପସ୍ଥିତି ବହୁ ସଂଖ୍ୟକ ଭାରତୀୟ ବଂଶୋଦ୍ଭବଙ୍କୁ ସେ ଉଦବୋଧନ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । 

ସୋମାବାର ରାତିରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ବାଇଡେନ୍‌ଙ୍କ ଉଦବୋଧନ ସହିତ ନାସାର ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କ ଭିଡିଓ ମେସେଜ୍‌ ମଧ୍ୟ ପ୍ରଦର୍ଶିତ ହେବ । ସେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ୍‌)ରୁ ସୁନୀତା ଓ୍ବିଲିୟମ୍ସ ଭାରତୀୟ ବଂଶୋଦ୍ଭବଙ୍କ ସମେତ ସମଗ୍ର ବିଶ୍ବ ଲାଗି ଲାଗି ଦୀପାବଳି ଅବସରରେ ଭିଡିଓ ମେସେଜ୍‌ ପଠାଇଛନ୍ତି । 

 ଓ୍ବାଇଟ ହାଉସ୍‌ ପକ୍ଷରୁ କୁହାଯାଇଛି ଯେ, ସୁନୀତା ଜଣେ ହିନ୍ଦୁ ଏବଂ ସେ ଦୀପାବଳି ପାଇଁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି । ହ୍ବାଇଟ ହାଉସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ଏସିଆର ଶାସ୍ତ୍ରୀୟ ନୃତ୍ୟ ଏବଂ ସଂଗୀତ ପରିବେଷଣ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।