PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ଜୁଲାଇ ୫ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ !
  • ||
  • ପୁରୀ: ଶ୍ରୀମନ୍ଦିରରେ ପହଞ୍ଚିଲା ଏଏସ୍‌ଆଇ ଟିମ୍‌, ଗର୍ଭଗୃହ ଓ ନାଟମଣ୍ଡପ ଫାଟର ସ୍ଥିତି ଓ ଏହାର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରିବ ଟିମ୍‌
  • ||
  • ଖୋର୍ଦ୍ଧା: ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ
  • ||
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ

ନୂଆଦିଲ୍ଲୀ,୧୭।୩: ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ଆଜି ୬୩ ବର୍ଷ ବୟସରେ ପରଲୋକ ହୋଇଛି। ପାରିକର ଦୀର୍ଘ ଦିନ ହେବ ଅଗ୍ନାଶୟ କର୍କଟରେ ପୀଡିତ ଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାରିକରଙ୍କ ଦେହାନ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି। ଏନେଇ ରାଷ୍ଟ୍ରପତି ଟ୍ବିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି।

 ଏହା ପୂର୍ବରୁ ଗୋଆର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ବୟାନ ଜାରି କରି ପାରିକରଙ୍କ ସ୍ବାସ୍ଥ୍ୟ ସ୍ଥିତି ଖୁବ୍ ଗମ୍ଭୀର ହୋଇଥିବା ନେଇ ସୂଚନା ଦେଇଥିଲେ। ଗୋଆର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରାଯାଇଥିଲା ମୁଖ୍ୟମନ୍ତ୍ରିଙ୍କ ସ୍ଥିତି ଖରାପ। ଡାକ୍ତର ତାଙ୍କୁ ଠିକ୍ କରିବାକୁ ଚେଷ୍ଟା କରୁଛନ୍ତି। ଏଠାରେ ଉଲ୍ଳେଖନୀୟ ଯେ ଗତ କିଛିଦିନ ତଳେ ପାରିକରଙ୍କ ସ୍ବାସ୍ଥ୍ୟ ହଠାତ ଖରାପ ହୋଇପଡିଥିଲା। ଯାହାଫଳରେ ତାଙ୍କୁ ଗୋଆ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗତ ଶନିବାର ମଧ୍ୟ ଶୁଣିବାକୁ ମିଳିଥିଲା ଯେ ପାରିକରଙ୍କ ସ୍ବାସ୍ଥ୍ୟ ଖୁବ୍ ଖରାପ ହୋଇଯାଇଚି। କିନ୍ତୁ ବିଜେପି ପକ୍ଷରୁ କୁହାଯାଇଥିଲା ତାଙ୍କର ସ୍ବାସ୍ଥ୍ୟରେ ସୁଧାର ହୋଇଛି।

ଉଲ୍ଳେଖନୀୟ ଯେ, ପାରିକର ଅସୁସ୍ଥ ଥିବା ଯୋଗୁଁ ତାଙ୍କର ଚିକିତ୍ସା ମୁମ୍ବାଇ, ଆମେରିକା ଏବଂ ଦିଲ୍ଲୀର ବଡ ବଡ ହସ୍ପିଟାଲରେ ଦୀର୍ଘ ଦିନ ହେବ ଚାଲିଥିଲା। ନାକରେ ନୋଜ ପାଇପ୍ ଲଗାଇ ସେ ଫେବୃଆରୀରେ ରାଜ୍ୟର ବଜେଟ୍ ମଧ୍ୟ ଉପସ୍ଥାପନ କରିଥିଲେ। ଏପରିକି ବିଭିନ୍ନ ସ୍ଥାନକୁ ମଧ୍ୟ ବହୁ ସରକାରୀ କାର୍ଯ୍ୟର ତଦାରଖ କରିବାକୁ ଯାଉଥିଲେ।

ସମ୍ବନ୍ଧିତ ଖବର