PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ପ୍ରଭା ଆତ୍ରେଙ୍କୁ ପଦ୍ମ ବିଭୂଷଣ, ସୋନୁ ଓ ନୀରଜଙ୍କୁ ପଦ୍ମଶ୍ରୀ: ଭବ୍ୟ ସମାରୋହରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ ୨୮/ ୦୩: ପଦ୍ମ ସମ୍ମାନରେ ସମ୍ମାନିତ ହେଲେ ବହୁ ବିଶିଷ୍ଟ ବ୍ୟକ୍ତି । ନୂଆଦିଲ୍ଲୀରେ ଆୟୋଜିତ ଭବ୍ୟ ଉତ୍ସବରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ସମ୍ମାନ ଗ୍ରହଣ କରିଛନ୍ତି ।
ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ପ୍ରଭା ଆତ୍ରେଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବର୍ଷିୟାନ ରାଜନେତା କଲ୍ୟାଣ ସିଂହଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି । ପୁଅ ରାଜବୀର ସିଂହ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ କରିଛନ୍ତି ।


ଭାରତ ବାୟୋଟେକ୍‌ ଫାର୍ମା କମ୍ପାନୀର ପରିଚାଳନା ନିର୍ଦେଶକ କ୍ରିଷ୍ଣା ଇଲ୍ଲା ଏବଂ ଯୁଗ୍ମ ପରିଚାଳନା ନିର୍ଦେଶକ ସୁଚିତ୍ରା ଇଲ୍ଲାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ସେହିଭଳି କ୍ରୀଡା କ୍ଷେତ୍ରରେ ବିଚକ୍ଷଣ ପ୍ରତିଭା ପ୍ରଦର୍ଶନ କରିଥିବା କ୍ରୀଡାବିତଙ୍କୁ ପଦ୍ମ ସମ୍ମାନ ମିଳିଛି । ପାରାଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଜାଭଲିନ୍‌ ଥ୍ରୋୟର ସୁମିତ୍‌ ଅନ୍ତିଲ ପାଇଛନ୍ତି ପଦ୍ମଶ୍ରୀ । ସେହିଭଳି ଟୋକିଓ ପାରା-ଅଲିମ୍ପିକରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡିଶାର ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟୋକିଓ ଅଲିମ୍ପିକରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ପଦ୍ମଶ୍ରୀ ଉପାଧୀରେ ସମ୍ମାନିତ ହୋଇଛନ୍ତି ।

ସୁନାମଧନ୍ୟ ଗାୟିକା ସୁଲୋଚନା ଚଭନ୍, ଆୟରଲାଣ୍ଡର ପ୍ରଫେସର ରୁଟଗେର୍‌ କୋର୍ଟେନହୋର୍ଷ୍ଟ, କର୍ଣ୍ଣାଟକ ଧରଓ୍ବାଦର ବିଶିଷ୍ଟ ଚାଷୀ ଅବଦୁଲ ଖଦେର ନାଦାକାତ୍ତିନ୍, ଲଦାଖର ବିଶିଷ୍ଟ କାଠ ଖୋଦେଇ କଳାକାର ସେରିଙ୍ଗ୍‌ ନାମଗ୍ୟାଲ୍‌ ମଧ୍ୟ ପଦ୍ମ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ସମ୍ବନ୍ଧିତ ଖବର