PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ପୁରୁଣା ପେନସନ ପୁନଃ ପ୍ରଚଳନ ଦାବିରେ ପ୍ରାଥମିକ ଶିକ୍ଷକ ମହାସଂଘ  ପକ୍ଷରୁ ବିକ୍ଷୋଭ

ତିଗିରିଆ, ୧୯।୧୧  ପୁରୁଣା ପେନସନ ପୁନଃ ପ୍ରଚଳନ କରିବା ସହିତ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଦାବୀରେ   ଶନିବାର କଟକ ଜିଲ୍ଲା ତିଗିରିଆ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ  ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ  କରାଯାଇଛି।  ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ବେହେରା ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରିୟରଞ୍ଜନ ହୋତା  ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ସଂଘ ର ଜିଲ୍ଲା ସଭାପତି କର୍ଣ୍ଣlଜୁର୍ଣ୍ଣ ନାଏକ ଙ୍କ ପରିଚାଳନା ଓ ତିଗିରିଆ ଶାଖା ର ସଭାପତି ଚନ୍ଦ୍ର କାନ୍ତ ମିଶ୍ର ଙ୍କ ନେତୃତ୍ଵରେ ତିଗିରିଆ ର ଆରାଧ୍ଯ ଦେବତା ପ୍ରଭୁ ଶ୍ରୀ ପ୍ରସନ୍ନମଣି ଙ୍କ ପୀଠରେ ପୂଜାର୍ଚନା  ସହ  ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏକଜୁଟ ହୋଇ ସେଠାରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି  ବ୍ଲକ କାର୍ଯ୍ୟାଳୟ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ l ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ୩ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ l

ଶୋଭାଯାତ୍ରାକୁ ସଂପାଦକ ରାଜେଶ କୁମାର ପଣ୍ଡା, ଜିଲ୍ଲା ଶାଖାର ସଂପାଦକ ପ୍ରମୋଦ କୁମାର ବେହେରା,  ଧୂଷାସନ ବେହେରା, ବିଶ୍ୱ ରଂଜନ ଜେନା, ମହେଶ୍ୱର ସେଠି, ସଂଜୟ ରଣା, ପ୍ରଶାନ୍ତ କୁମାର ଘଡେଇ, ବିଦ୍ୟାଧର ସାମଲ, ଶ୍ରିନିବାସ ବେହେରା, ଜୁଗଳ କିଶୋର ମିଶ୍ର, ନବଘନ ସ୍ୱାଇଁ, ସୁବ୍ରତ କୁମାର ମିଶ୍ର, ଚନ୍ଦ୍ରମଣି ସ୍ୱାଇଁ, ପବିତ୍ର କୁମାର ପତି, ସମିର କୁମାର ବେହେରା, ସତ୍ୟାନନ୍ଦ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ଏହାସହିତ ରାଜ୍ୟ ମହାସଂଘ ପକ୍ଷରୁ ଆଗାମି ୨୭ ତାରିଖରେ ହେବାକୁ ଥିବା ବିଧାନସଭା ଘେରାଉ କାର୍ଯ୍ୟକ୍ରମ ରେ ବ୍ଲକ ସଂଘ ସାମିଲ ହେବା ସହିତ ବିକ୍ଷୋଭ ପଦର୍ଶନ କରିବ ବୋଲି ସଭାପତି ଶ୍ରୀ ମିଶ୍ର ଓ ଶ୍ରୀ ନାଏକ ମିଳିତ ଭାବେ ପ୍ରକାଶ କରିଛନ୍ତି ।