ହୋଲି ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, ୦୮/୦୩ : ଆଜି ରଙ୍ଗର ପର୍ବର ହୋଲି । ଉତ୍ସବ ମୁଖର ଗାଁଠୁ ସହର । ପରସ୍ପରକୁ ରଙ୍ଗ ଲଗାଇ ହୋଲି ପାଳୁଛନ୍ତି ରାଜ୍ୟବାସୀ । ତେବେ ହୋଲି ଅବସରରେ ଦେଶବାସୀ ଓ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି ଯେ, ହୋଲି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା । ଏହି ରଙ୍ଗର ପର୍ବ ସମସ୍ତଙ୍କ ଜୀବନରେ ଆନନ୍ଦ ଭରିଦେଉ ଏହାହିଁ ମୋର କାମନା ।
होली की बहुत-बहुत शुभकामनाएं। आप सभी के जीवन में हमेशा आनंद और उमंग का रंग बरसे।
— Narendra Modi (@narendramodi) March 8, 2023
Wishing you all a happy and colourful Holi!
ସେହିଭଳି ରାଜ୍ୟବାସୀଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ତାଙ୍କ ଟ୍ଵିଟ୍ରେ ଲେଖିଛନ୍ତି ଯେ, ରଙ୍ଗ ଓ ଆନନ୍ଦର ପବିତ୍ର ପର୍ବ ହୋଲି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ରାଧାଗୋବିନ୍ଦଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ଏହାହିଁ ରାଧାମାଧବଙ୍କ ନିକଟରେ ଗୁହାରୀ ।
ରଙ୍ଗ ଓ ଆନନ୍ଦର ପବିତ୍ର ପର୍ବ ହୋଲି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ରାଧାଗୋବିନ୍ଦଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ। #HappyHoli pic.twitter.com/wFs4cOrzgR
— Naveen Patnaik (@Naveen_Odisha) March 8, 2023