PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଶୌଚ ଯିବା ପାଇଁ କହି ଏସ୍‌ସିବିରୁ ଚମ୍ପଟ ମାରିଲା ବିଚାରାଧୀନ କଏଦୀ, ହତ୍ୟା ଅଭିଯୋଗ ହୋଇଥିଲା ଗିରଫ

କଟକ/ରଗଡ଼ି,୦୩/୦୭: ଏସ୍‌ସିବି ମେଡିକାଲ୍‌ କଲେଜ ହସପିଟାଲ୍‌ରୁ ପୁଣି ଜଣେ ବିଚାରାଧୀନ ବନ୍ଦୀ ଚମ୍ପଟ ମାରିଛି । ଫେରାର ବନ୍ଦୀ ହେଉଛି ଶୁକ୍ରା ମୁଣ୍ଡା । ସେ ଯାଜପୁର ରୋଡ୍‌ ଉପକାରାଗାରରୁ ଆସିଥିଲା । ହତ୍ୟା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିଲା । ମଙ୍ଗଳାବାଗ ଥାନାରେ ଜେଲ୍‌ କର୍ମଚାରୀ ଏତଲା ଦେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

କାଳିଆପାଣି ଥାନା ଅଞ୍ଚଳର ଶୁକ୍ରା ମୁଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ରଗଡ଼ିସ୍ଥିତ ଯାଜପୁରରୋଡ୍‌ ଉପକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ୨ ବର୍ଷ ହେବ ରହୁଥିଲା । ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଜେଲ୍‌ରେ ଚିକିତ୍ସା ହେଉଥିଲା । ଗତ ଜୁନ୍‌ ୩୦ରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ଡାକ୍ତରଙ୍କ ପରାମର୍ଶରେ ତାକୁ ଏସ୍‌ସିବି ମେଡ଼ିକାଲ୍‌ ଅଣାଯାଇଥିଲା । ଶୁକ୍ରା ସହିତ ଉପକାରାଗାରର ୩ଜଣ ୱାର୍ଡର ଆସିଥିଲେ । ୩୦ ତାରିଖ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଶୁକ୍ରାକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା । ପରଦିନ ଅର୍ଥାତ୍‌ ୧ ତାରିଖ ସକାଳ ୧୦ଟା ୪୫ ମିନିଟ୍‌ ବେଳକୁ ଶୁକ୍ରା ଫେରାର୍‌ ହୋଇଯାଇଥିଲା ।

ଦାୟିତ୍ୱରେ ଥିବା ଜେଲ୍‌ କର୍ମଚାରୀଙ୍କ କହିବାନୁସାରେ, ସେହି ସମୟରେ ସେ ଝାଡ଼ା ଯିବା ପାଇଁ କହିଲା । ତାକୁ ନେଇ ସେହି ୱାର୍ଡର ଏକ ପାଇଖାନାରେ ଛଡ଼ାଗଲା । ମାତ୍ର କିଛି ମିନିଟ୍‌ ପରେ ସେ ପାଇଖାନାରୁ ନବାହାରିବାରୁ କର୍ମଚାରୀଙ୍କର ସନ୍ଦେହ ହେଲା । ସେ ଖୋଜାଖୋଜି କଲା ବେଳକୁ ଶୁକ୍ରା କେଉଁଆଡ଼େ ପଳାଇଥିଲା ।