• କ୍ରିକେଟର ପୃଥ୍ବୀ ଶ ଏବଂ ଆକୃତି ଅଗ୍ରଓ୍ବାଲଙ୍କ ସମ୍ପର୍କ ମଧ୍ୟରେ ଫାଟ !
  • ଇନଷ୍ଟାଗ୍ରାମରେ ଆକୃତି ଷ୍ଟୋରୀ ପକାଇବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା
  • ଉଭୟଙ୍କର ମାର୍ଚ୍ଚ ୨୦୨୬ରେ ହୋଇଥିଲା ନିର୍ବନ୍ଧ
  • ଏବେ ସମସ୍ୟା ଘେରରେ ରହିଛି ପୃଥ୍ବୀ ଶ'ଙ୍କ କ୍ରିକେଟ କ୍ୟାରିୟର

ନୂଆଦିଲ୍ଲୀ,୦୫/୦୭: ଭାରତୀୟ କ୍ରିକେଟର ପୃଥ୍ବୀ ଶ’ ମାର୍ଚ୍ଚ ୨୦୨୬ ରେ ଅଭିନେତ୍ରୀ ଏବଂ ସୋସିଆଲ ମିଡିଆ ଇନଫ୍ଳୁଏନସର ଆକୃତି ଅଗ୍ରୱାଲଙ୍କ ସହ ନିର୍ବନ୍ଧ କରିଥିଲେ। ଏବେ, ମାତ୍ର କିଛି ମାସ ପରେ ଜୁଲାଇରେ, ଏହା ଜଣାପଡୁଛି ଯେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ଚାଲିନାହିଁ। ପ୍ରକୃତରେ, ଆକୃତିଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଇନଷ୍ଟାଗ୍ରାମ୍ ଷ୍ଟୋରୀ ବହୁତ ହଇଚଇ ସୃଷ୍ଟି କରିଛି। ତାଙ୍କ ଷ୍ଟୋରୀ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହୋଇଥିଲା, ଯାହା ଫଳରେ ଲୋକମାନେ ପ୍ରଶ୍ନ କରିବାକୁ ଲାଗିଲେ ଯେ ପୃଥ୍ବୀ ଶ’ ଆକୃତିଙ୍କୁ ଧୋକା ଦେଲେ କି?

ଇନଷ୍ଟାଗ୍ରାମ୍ ଷ୍ଟୋରୀରେ, ଆକୃତି ଲେଖିଛନ୍ତି, "ମୋତେ ଅନେକ ଥର ଧୋକା ଦିଆଯାଇଛି, ତଥାପି ମୁଁ କେବେ ଗୋଟିଏ ଶବ୍ଦ ମଧ୍ୟ କହିନାହିଁ।" ମୁଁ ଏବେ ବି ବିଶ୍ୱାସ କରିପାରୁନାହିଁ ଯେ, ଗୋଟିଏ ପାଦ ଆଗକୁ ବଢ଼ିବା ପରେ..." ଆପଣ ସୋସିଆଲ ମିଡିଆରେ ଯାହା କିଛି ଦେଖୁଛନ୍ତି, ତାହା ସବୁ ସତ, ସବୁ ଗୁଜବ ମଧ୍ୟ ସତ।" ତଥାପି, ଆକୃତି ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ କାହାର ନାଁ ପ୍ରକାଶ କରି ନଥିଲେ। ଫଳସ୍ୱରୂପ, ଲୋକମାନେ ପୃଥ୍ୱୀ ଶ'ଙ୍କ ବିଷୟରେ ଅନୁମାନ କରିଥିଲେ। ବର୍ତ୍ତମାନ ପାଇଁ, ଏଗୁଡ଼ିକ କେବଳ ଅନୁମାନ; ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ସୂଚନା ମିଳିନାହିଁ।

ଅଧିକ ପଢ଼ନ୍ତୁ: Aakash Chopra Statement: ଇଂଲଣ୍ଡ ବିପକ୍ଷ ପରାଜୟ ପାଇଁ ଏହି ଦୁଇ ଖେଳାଳିଙ୍କୁ ଦାୟୀ କଲେ ଆକାଶ ଚୋପ୍ରା

ସୋସିଆଲ ମିଡିଆରେ ଢ଼େର ଚର୍ଚ୍ଚା:

ସୋସିଆଲ ମିଡିଆରେ ଏନେଇ ନାନା ପ୍ରକାର ମତ ଘୁରିବୁଲୁଛି। କୁହାଯାଉଛି ଯେ, ଆକୃତି ଏବଂ ପୃଥ୍ୱୀ ପରସ୍ପରକୁ ଇନଷ୍ଟାଗ୍ରାମରେ ଅନଫଲୋ କରିଦେଇଥିଲେ ଏବଂ ଆକୃତି ସେମାନଙ୍କର ନିର୍ବନ୍ଧ ଫଟୋଗୁଡ଼ିକୁ ମଧ୍ୟ ଇନଷ୍ଟାଗ୍ରାମ ପ୍ଲାଟଫର୍ମରୁ ହଟାଇ ଦେଇଥିଲେ। କିନ୍ତୁ, ଖବର ଲେଖା ଯିବା ସୁଦ୍ଧା, ଏହି ଦାବିଗୁଡ଼ିକ ମିଥ୍ୟା ସାବ୍ୟସ୍ତ ହୋଇଛି। କାରଣ ଉଭୟ ଏବେ ବି ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରିଛନ୍ତି, ଏବଂ ନିର୍ବନ୍ଧ ଫଟୋଗୁଡ଼ିକ ସେମାନଙ୍କ ପ୍ରୋଫାଇଲରେ ଏବେ ମଧ୍ୟ ରହିଛି।

ସମସ୍ୟାରେ ପୃଥ୍ବୀ ଶ' ଙ୍କ କ୍ରିକେଟ କ୍ୟାରିୟର:

ବର୍ତ୍ତମାନ ପାଇଁ, ପୃଥ୍ବୀଙ୍କ କ୍ରିକେଟ କ୍ୟାରିୟର ସମସ୍ୟାଘେରରେ ରହିଛି। ସେ ପାଞ୍ଚ ବର୍ଷ ପୂର୍ବେ ୨୦୨୧ ମସିହାରେ ଟିମ୍ ଇଣ୍ଡିଆ ପାଇଁ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ। ସେ ଶେଷ ଥର ପାଇଁ IPL ଦୁଇବର୍ଷ ତଳେ ଆଇପିଏଲ୍ ଖେଳିଥିଲେ। ୨୦୨୪ ରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍ ଖେଳିଥିଲେ। ୨୦୨୫ ଆଇପିଏଲ ନିଲାମରେ ପୃଥ୍ବୀ'ଙ୍କୁ କୌଣସି ଫ୍ରାଞ୍ଚାଇଜ ମିଳି ନଥିଲା। ଯଦିଓ ଦିଲ୍ଲୀ ତାଙ୍କୁ ୨୦୨୬ ସିଜିନ୍ ପାଇଁ କିଣିଥିଲା, କିନ୍ତୁ ତାଙ୍କୁ ଖେଳିବାର ଗୋଟିଏ ବି ସୁଯୋଗ ମିଳି ନଥିଲା।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ବୈଭବଙ୍କ ଡେବ୍ୟୁ ନେଇ ଉଠିଲା ପ୍ରଶ୍ନ, ପୂର୍ବତନ କ୍ରିକଟେର କହିଲେ...