ନୂଆଦିଲ୍ଲୀ,୮।୨: କର୍ଣ୍ଣାଟକର ବିଜୟପୁରା ଜିଲ୍ଲାରେ ପ୍ରାଇଭେଟ୍ ଏୟାରକ୍ରାଫ୍ଟର କ୍ରାସ ଲ୍ୟାଣ୍ଡିଂ। ଏହି ଏୟାରକ୍ରାଫ୍ଟ ଟ୍ରେନିଂ ପାଇଁ ଯାଉଥିବା ବେଳେ ବବଲେଶ୍ବରରେ କ୍ରାସ୍ ହୋଇଛି। ଏଥିରେ ଥିବା ଟ୍ରେନର ଓ ଇନଷ୍ଟ୍ରକଟର ଆହତ ହୋଇଛନ୍ତି। ଏହି ଛୋଟ ବିମାନ ରେଡ୍ ବାର୍ଡ ଆଭିଏସନର ଏକ ଘରୋଇ ଟ୍ରେନି ବିମାନ ଥିଲା, ଯାହା କାଲବୁର୍ଗିରୁ ବେଲାଗାଭି ଅଭିମୁଖେ ଉଡ଼ାଣ କରୁଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। କ୍ରାସ୍ ପରେ ବିମାନଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା।

ବିମାନର ପାଇଲଟ୍ ଥିଲେ କ୍ୟାପ୍ଟେନ୍ କୁନାଲ ମାଲହୋତ୍ରା, ଯିଏ ରେଡ୍ ବାର୍ଡ ଆଭିଏସନ୍ର ଜଣେ ସହାୟକ ବିମାନ ପ୍ରଶିକ୍ଷକ (ଏଏଫ୍ଆଇ) ଥିଲେ। ସେଭଳି ଟ୍ରେନି ପାଇଲଟ୍ ଥିଲେ ଗୌତମ ଶଙ୍କର ପିଆର । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ ଏହି ଛୋଟ ବିମାନଟି ସେସନା ୧୭୨ ବିମାନ, VT-EUC ରେଡବର୍ଡ ଫ୍ଲାଇଂ ଟ୍ରେନିଂ ଏକାଡେମୀ ଲିମିଟେଡର ଥିଲା। ଏହା ବେଲାଗାଭି ବିମାନବନ୍ଦରରୁ ୧୦୦ କିଲୋମିଟର ପୂର୍ବରେ ବାଗଲକୋଟ ନିକଟରେ ଏକ ସ୍ଥାନରେ ଜରୁରୀକାଳୀନ ଅବତରଣ କରିଥିଲା। ପ୍ରଶିକ୍ଷକ ଏବଂ କ୍ୟାଡେଟ୍ ଉଭୟ ସୁରକ୍ଷିତ ଅଛନ୍ତି।

ଆହୁରି ପଢନ୍ତୁ :ଗଲୱାନ୍ ସଂଘର୍ଷ ପରେ ଚୀନ୍ କରିଥିଲା ଗୁପ୍ତ ପରମାଣୁ ପରୀକ୍ଷଣ, ଆମେରିକାର ଅଭିଯୋଗ ପରେ ଡ୍ରାଗନର ପାଲଟା ଜବାବ