ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ମନଇଚ୍ଛା ଦର କଷୁଛନ୍ତି ଘରୋଇ ଆମ୍ବୁଲାନ୍ସ, ପାଟିରୁ ଯାହା ଦର ବାହାରିଲା, ତାହା ଫାଇନାଲ୍...

Published By : Rasmita Pradhan | November 6, 2024 12:51 PM

ଭୁବନେଶ୍ୱର, ୦୬/୧୧ : କ୍ୟାପିଟାଲ ହସ୍ପିଟାଲରୁ ଘରୋଇ ଆମ୍ବୁଲାନ୍ସରେ ପୁରୀ ଶବ ନେଇ ଗଲେ ଭଡ଼ା ୪ହଜାରରୁ ୫ହଜାର । ଢେଙ୍କାନାଳ ଗଲେ ଭଡ଼ା ପଡ଼ୁଛି ୬ ହଜାର ଟଙ୍କା । ମୂଲଚାଲ ପରେ ୫ହଜାର ଟଙ୍କାରେ ଛିଡ଼ୁଛି । ଆଉ ଭୁବନେଶ୍ୱର ଭିତରେ ବା ଆଖପାଖ ପାଇଁ ଦର ୧୫ଶହରୁ ୨ହଜାର ଟଙ୍କା । ଅସୁବିଧା ସମୟରେ ଆମ୍ବୁଲାନ୍ସ ଚାଳକମାନେ ରୋଗୀଙ୍କ ସର୍ମ୍ପକୀୟଙ୍କଠାରୁ ଗାଡି଼ଭଡ଼ା ବାବଦକୁ ଏମିତି ମନଇଚ୍ଛା ଲୁଟୁଛନ୍ତି । ଘରୋଇ ଆମ୍ବୁଲାନ୍ସ ପାଇଁ ସରକାର ଦର ତାଲିକା ସ୍ଥିର କରିଛନ୍ତି ମାତ୍ର ତାକୁ କେହି ମାନୁନାହାନ୍ତି । 

ରାଜଧାନୀରେ ଥିବା ଘରୋଇ ହସ୍ପିଟାଲ୍‌ ନିଜ ନିଜ ଘରୋଇ ଆମ୍ବୁଲାନ୍ସ ସଂଘ ଗଠନ କରିଛନ୍ତି । ଏହି ସଂଘ ନିଜ ଆମ୍ବୁଲାନ୍ସ ବ୍ୟତୀତ ବାହାର ଆମ୍ବୁଲାନ୍ସକୁ ହସ୍ପିଟାଲ ଭିତରେ ପ୍ରବେଶ କରାଇ ଦେଉନାହାନ୍ତି । କ୍ୟାପିଟାଲ ହସ୍ପିଟାଲ୍‌ ପାଖରେ ଦୁଇଟି ଘରୋଇ ଆମ୍ବୁଲାନ୍ସ ସଂଘ ରହିଛି । ଗୋଟିଏ ଶବ ବ୍ୟବଚ୍ଛେଦ ଗୃହ ନିକଟରେ ପାର୍କିଂ କରୁଥିଲାବେଳେ ଆଉ ଗୋଟିଏ ସଂଘ ନର୍ସିଂ ହୋମ୍‌ ସମ୍ମୁଖରେ ପାର୍କିଂ କରୁଛି । ଉଭୟ ସଂଘରେ ପ୍ରାୟ ୮୦ଟି ଆମ୍ବୁଲାନ୍ସ ଅଛି । ସେମାନେ ଭଡ଼ା ନେବାକୁ ଲାଇନ୍‌ ବ୍ୟବସ୍ଥା କରିଛନ୍ତି । ଲାଇନ୍‌ରେ ଯାହାର ପାଳି ପଡ଼ିବ ତାଙ୍କ ଆମ୍ବୁଲାନ୍ସ ଭଡ଼ାରେ ଯିବ । ତେଣୁ ସେହି ସମୟରେ ଚାଳକ ଯାହା ଦର କରିବ ତାହା ହିଁ ଚୂଡ଼ାନ୍ତ । କାରଣ ଲାଇନ୍‌ରେ ଥିବା ଉକ୍ତ ଆମ୍ବୁଲାନ୍ସକୁ ଛାଡ଼ି ଅନ୍ୟ ଆମ୍ବୁଲାନ୍ସ ଭଡ଼ା ଉଠାଇ ପାରିବେନାହିଁ । 

ଦୁଇ ଦିନ ତଳେ ଉତ୍ତର ପ୍ରଦେଶକୁ ଏକ ଶବ ନେବା ପାଇଁ କ୍ୟାପିଟାଲ ହସ୍ପିଟାଲ ପରିସରରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ମୃତକଙ୍କ ପରିବାର ଆଣିଥିବା ଆମ୍ବୁଲାନ୍ସକୁ ସଂଘର କର୍ମକର୍ତ୍ତା ବିରୋଧ କରିଥିଲେ । ଶେଷରେ ପୁଲିସ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା । ତେବେ ମନଇଚ୍ଛା ଅର୍ଥ ଲୁଟ ଅଭିଯୋଗକୁ ନେଇ ଆମ୍ବୁଲାନ୍ସ ସଂଘ ମୁହଁ ଖୋଲିଛି । ସଂଘ କହିଛି, ଏଭଳି ଅଭିଯୋଗ ମିଛ । ଆମେ ଓଲଟା ଗରିବ ଲୋକ ପାଇଁ ସଂଘ ପକ୍ଷରୁ ଅର୍ଥ ଆଦାୟ କରି ମାଗଣାରେ ଶବ ନେଉଛୁ । ଘରୋଇ ଆମ୍ବୁଲାନ୍ସ ସଂଘର ଜୁଲମକୁ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଦିଲ୍ଳୀପ ପଣ୍ଡା କହିଛନ୍ତି, ହସ୍ପିଟାଲ ଭିତରୁ ସେମାନଙ୍କ ସବୁ ବ୍ୟାନର ହଟାଇ ଦିଆଯାଇଛି । ସଂଘ ପକ୍ଷରୁ କୌଣସି ବାଧ୍ୟବାଧକତା ବା ଗୁଣ୍ଡାଗର୍ଦ୍ଦିର ଅଭିଯୋଗ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.