ମୁମ୍ୱାଇ : ପ୍ରିୟଙ୍କା ଚୋପ୍ରା ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର କ୍ୟାରିୟରର ଆରମ୍ଭ ୨୦୦୦ ମସିହାରେ ଆରମ୍ଭ କରିଥିଲେ। ସେ ବଲିଉଡରେ ଅନେକ ଫିଲ୍ମ କରିଛନ୍ତି, କିନ୍ତୁ ପରେ ଏମିତି ଏକ ସମୟ ଆସିଲା , ଯେବେ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ରୁ ଗାଏବ ହୋଇ ଗଲେ ଏବଂ ହଲିଉଡ୍‌ରେ ଆକର୍ଷଣୀୟ କାମ କରିବା ନଜର ଆସିଲେ। ଏବେ ପ୍ରିୟଙ୍କା ଚୋପ୍ରା ଦୀର୍ଘ ଦିନ ପରେ ବଲିଉଡକୁ କମବ୍ୟାକ୍ କରିବାକୁ ଯାଉଛନ୍ତି। ତାଙ୍କର କମବ୍ୟାକ୍‌ରେ ଚର୍ଚ୍ଚା ମଧ୍ୟରେ ପ୍ରିୟଙ୍କା ଚୋପ୍ରା କହିଛନ୍ତି ଯେ, ସେ କାହିଁକି ବଲିଉଡ୍ ଛାଡ଼ି ଥିଲେ ?

ଫର୍ଷ୍ଟ ପୋଷ୍ଟ ସହ ବିଶେଷ କଥାବାର୍ତ୍ତାରେ ପ୍ରିୟଙ୍କା ଚୋପ୍ରା କହିଛନ୍ତି ଯେ, ସେ ବଲିଉଡ୍ ଛାଡ଼ିବାକୁ ଚାହୁଁ ନଥିଲେ, କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ତାଙ୍କୁ ଖୁବ୍ ସୀମିତ ଅନୁଭବ ହେଲା। ପ୍ରିୟଙ୍କା କହିଛନ୍ତି ମୁଁ କେବେ ବି ବଲିଉଡ ଛାଡ଼ିବାକୁ ଭାବି ନଥିଲି। ଯେବେ ମୁଁ ହିନ୍ଦୀ ଫିଲ୍ମରେ କାମ କରୁଥିଲି , ସେତେବେଳେ ଅନେକ କିଛି କାରଣ ପାଇଁ ମୁଁ ସୀମିତ ଅନୁଭବ କରୁଥିଲି। ମୋତେ ଏକ ପ୍ରକାରର ଠେଲି ଦିଆଯାଉ ଥିଲା ... ମୁଁ ଏମିତି ସୁଯୋଗ ଖୋଜୁ ଥିଲି, ଯାହା ମୋତେ ଜଣେ ଆର୍ଟିଷ୍ଟ ଭାବେ ଉତ୍ସାହିତ କରିବ ଏବଂ ଏହା ପରେ ମୁଁ ଆମେରିକାରେ କାମ କରିବା ଆରମ୍ଭ କରି ଦେଲି।

​​​​​​​

ପ୍ରିୟଙ୍କା ଚୋପ୍ରା ଆହୁରି କହିଛନ୍ତି ଯେ, ସେ ଏସଏସ ରାଜମୌଳିଙ୍କ ଫିଲ୍ମରେ କମବ୍ୟାକ୍ କରିବାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି, ଏହାସହ ମୋତେ ମୋର କାମ ପସନ୍ଦ। ମୁଁ ଇଣ୍ଡିଆରେ ବାରଣାସୀ କରିବାକୁ ନେଇ ଖୁବ୍ ଉତ୍ସାହିତ ଅଛି। ପ୍ରିୟଙ୍କା କହିଛନ୍ତି ଯେ, ସେ ଦୁଇଟି ଇଣ୍ଡଷ୍ଟ୍ରିଜ୍ (ହଲିଉଡ ଓ ବଲିଉଡ) ମଧ୍ୟରୁ ଗୋଟିଏକୁ ବାଛି ପାରିବେ ନାହିଁ। ତାଙ୍କୁ ଏହି ଦୁଇଟି ଇଣ୍ଡଷ୍ଟ୍ରୀଜ୍‌ରେ କାମ କରିବା ପସନ୍ଦ।

 
 
 
 
 
 
 
 
 
 
 
 
 
 
 

A post shared by Priyanka (@priyankachopra)

ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ ବାରଣାସୀ ’ କଥା ଯଦି କହିବା ତ ଫିଲ୍ମରେ ପ୍ରିୟଙ୍କାଙ୍କ ସହ ମହେଶ ବାବୁ ଓ ପୃଥ୍ୱୀରାଜ ସୁକୁମାରନଙ୍କ ଭଳି କଳାକାର ନଜର ଆସିବେ। ଫିଲ୍ମ ଆଗାମୀ ବର୍ଷ ୭ ଅପ୍ରେଲରେ ରିଲିଜ ହେବ। ଫିଲ୍ମ ତେଲୁଗୁ, ହିନ୍ଦୀ, ତାମିଲ, ମଲୟାଲମ୍ ଓ କନ୍ନଡ ଭାଷାରେ ରିଲିଜ କରାଯିବ।