PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଫେବ୍ରୁଆରୀରେ କୋରାପୁଟ ଆସିପାରନ୍ତି ପ୍ରିୟଙ୍କା

ଭୁବନେଶ୍ୱର,୨୮ ।୧(ବ୍ୟୁରୋ): ଓଡ଼ିଶା ଆସିପାରନ୍ତି ପ୍ରିୟଙ୍କା । ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କୁ କୋରାପୁଟ୍‌ ଆସିବା ପାଇଁ କଂଗ୍ରେସର ମୁଖ୍ୟ ସଚେତକ ତଥା ବିଧାୟକ ତାରାପ୍ରସାଦ ବାହିନୀପତି ନିମନ୍ତ୍ରଣ କରିଥିବା ସୂଚନା ଦେଇଛନ୍ତି । ଏପରିକି ଏ ବାବଦରେ ସେ ରାହୁଲ୍‌ ଗାନ୍ଧୀଙ୍କ ସହ ଗତ ୨୫ ତାରିଖ ଗସ୍ତ ସମୟରେ ଆଲୋଚନା କରିଥିବା କହିଛନ୍ତି । ପୁଣି ବିଧିବଦ୍ଧ ଭାବେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କୁ ଚିଠି ମଧ୍ୟ ଦେଇଛନ୍ତି । ଏ ସମ୍ପର୍କରେ ପିସିସି ସଭାପତି ନିରଞ୍ଜନ କହିଛନ୍ତି, ପ୍ରିୟଙ୍କାଙ୍କ ଆସିବା କାର୍ଯ୍ୟକ୍ରମ ଚୂଡାନ୍ତ ହୋଇନାହିଁ । ମାତ୍ର ତାଙ୍କୁ ଆସିବା ପାଇଁ ଅନୁରୋଧ କରାଯାଇଛି । ଏପରିକି ରାହୁଲଙ୍କ ଗସ୍ତ ସମୟରେ ପ୍ରଭାରୀ ଜିତେନ୍ଦ୍ର ମଧ୍ୟ ପ୍ରିୟଙ୍କା ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ଦେଇଥିଲେ । ଅପରପକ୍ଷେ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ପୁଣି ରାହୁଲ ଓଡ଼ିଶା ଆସିବେ ବୋଲି ନିରଞ୍ଜନ କହିଛନ୍ତି । ତେବେ କେଉଁ ତାରିଖରେ ଆସିବେ ତାହା ଏ ପର୍ଯ୍ୟନ୍ତ ଚୂଡାନ୍ତ ହୋଇନଥିବା ସୂଚନା ଦେଇଛନ୍ତି । ରାହୁଲ ଏଥର ଆସିଲେ ପଶ୍ଚିମ କିମ୍ବା ଦକ୍ଷିଣ ଓଡ଼ିଶାରେ କାର୍ଯ୍ୟକ୍ରମ କରାଯିବ ବୋଲି ନିରଞ୍ଜନ କହିଛନ୍ତି ।

ସମ୍ବନ୍ଧିତ ଖବର