PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ପ୍ରତ୍ୟକ୍ଷ ରାଜନୀତିରେ ପ୍ରିୟଙ୍କା

livehindustan.com

ନୂଆଦିଲ୍ଲୀ,୨୩ ।୧(ଏଜେନ୍ସି): ଲୋକସଭା ନିର୍ବାଚନ ପୂର୍ବରୁ ବୁଧବାର ସବୁଠୁ ବଡ଼ ଗୋଟିଚାଳନା କରିଛି କଂଗ୍ରେସ । ବହୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ନେହରୁ-ଗାନ୍ଧୀ ପରିବାରର ୧୧ ତମ ସଦସ୍ୟ ଭାବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଆନୁଷ୍ଠାନିକ ଭାବେ ସକ୍ରିୟ ରାଜନୀତିରେ ସାମିଲ ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କୁ ଦଳର ସାଧାରଣ ସମ୍ପାଦକ ରୂପେ ନିଯୁକ୍ତ କରିଛନ୍ତି । ତାଙ୍କୁ କଂଗ୍ରେସ ପାଇଁ ଚାଲେଞ୍ଜ ପାଲଟିଥିବା ପୂର୍ବ ଉତ୍ତରପ୍ରଦେଶର ଦାୟିତ୍ୱ ଦିଆଯାଇଛି । ଫେବ୍ରୁଆରୀ ମାସର ପ୍ରଥମ ସପ୍ତାହରେ ସେ ନିଜର କାର୍ଯ୍ୟଭାର ସମ୍ଭାଳିବେ । ଗାନ୍ଧୀ ପରିବାରର ଗଡ଼ ବୋଲି କୁହାଯାଉଥିବା ରାୟବରେଲି ଆସନରୁ ସେ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଆକଳନ କରାଯାଉଛି । ବର୍ତ୍ତମାନ ସେହି ଆସନରୁ ତାଙ୍କ ମା’ ସୋନିଆ ଗାନ୍ଧୀ ସାଂସଦ ଅଛନ୍ତି ।
ରାଜନୈତିକ ବିଶେଷଜ୍ଞମାନଙ୍କ ଅନୁସାରେ ୨୦୧୯ର ଲୋକସଭା ନିର୍ବାଚନରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ସେଥିରେ ୮୦ଟି ଲୋକସଭା ଆସନ ଥିବା ଉତ୍ତରପ୍ରଦେଶର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ରହିବ । ନିକଟରେ ରାଜ୍ୟରେ ସପା ଓ ବସପା ପରସ୍ପର ଭିତରେ ମେଣ୍ଟ କରିବା ସହ କଂଗ୍ରେସକୁ ଏଡ଼ାଇଯାଇ ତା’କୁ ଏକପ୍ରକାର ଝଟ୍‌କା ଦେଇଥିଲେ । ଏଭଳି କ୍ଷେତ୍ରରେ ରାଜନୀତିରେ ପ୍ରିୟଙ୍କାଙ୍କ ପ୍ରବେଶ କଂଗ୍ରେସ କର୍ମୀଙ୍କ ମନରେ ଏକ ନୂଆ ଆଶା ସଞ୍ଚାର କରିବ ବୋଲି ଆଶା କରାଯାଉଛି । ଏ ସଂପର୍କରେ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା କହିଛନ୍ତି ଯେ, ପ୍ରିୟଙ୍କାଜୀଙ୍କୁ ମିଳିଥିବା ଦାୟିତ୍ୱ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଏହା କେବଳ ପୂର୍ବ ଉତ୍ତରପ୍ରଦେଶ ନୁହେଁ ବରଂ ପୂରା ପ୍ରଦେଶ ଉପରେ ପ୍ରଭାବ ପକାଇବ ।
୪୭ ବର୍ଷୀୟା ପ୍ରିୟଙ୍କା ୧୯୯୯ ମସିହାରୁ ପ୍ରତି ଲୋକସଭା ନିର୍ବାଚନରେ ଦଳ ପାଇଁ ପ୍ରଚାର କରିଆସୁଛନ୍ତି । ସେ ଭାଇ ରାହୁଲଙ୍କ ପାଇଁ ଆମେଥି ଓ ମା’ ସୋନିଆ ଗାନ୍ଧୀଙ୍କ ପାଇଁ ରାଏବରେଲିରେ ର‌୍ୟାଲି କରିସାରିଛନ୍ତି । ପରଦା ପଛରେ ରହି ସେ ଜଣେ ସୁଦକ୍ଷ ନେତାଙ୍କ ଭଳି ରଣନୀତି ସ୍ଥିର କରିଥାନ୍ତି । ହେଲେ ଦଳରେ ତାଙ୍କୁ ପ୍ରଥମ ଥର ପାଇଁ କୌଣସି ପଦ ଦିଆଯାଇଛି । ପୂର୍ବରୁ ଅନେକ ଥର ପ୍ରିୟଙ୍କାଙ୍କୁ ରାଜନୀତିକୁ ଆଣିବା ଲାଗି କଂଗ୍ରେସ ନେତାମାନେ ଦାବି କରୁଥିଲେ । କିନ୍ତୁ ଏ ସଂପର୍କରେ ପ୍ରିୟଙ୍କା ନିଜେ ସିଦ୍ଧାନ୍ତ ନେବେ ବୋଲି ଦଳ ପକ୍ଷରୁ କୁହାଯାଇଥିଲା ।
ଅନ୍ୟପଟେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପଛରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟ କଂଗ୍ରେସର ମହାସଚିବ କରାଯାଇଛି । ତାଙ୍କୁ ପଶ୍ଚିମ ଉତ୍ତରପ୍ରଦେଶର ଦାୟିତ୍ୱ ଦିଆଯାଇଛି । ଅଶୋକ ଗେହଲଟଙ୍କ ସ୍ଥାନରେ କେସି ବେଣୁଗୋପାଳଙ୍କୁ ଦଳର ସାଂଗଠନିକ ମହାସଚିବ କରାଯାଇଛି । ଏଥିସହିତ ବେଣୁଗୋପାଳ କର୍ଣ୍ଣାଟକର ପ୍ରଭାରୀ ମଧ୍ୟ ରହିବେ । ସେହିପରି ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦଙ୍କୁ ଉତ୍ତରପ୍ରଦେଶ ବଦଳରେ ହରିଆନାର ଦାୟିତ୍ୱ ମିଳିଥିବା କଂଗ୍ରେସର ପ୍ରେସ୍‌ ରିଲିଜରେ କୁହାଯାଇଛି ।

ସମ୍ବନ୍ଧିତ ଖବର