ପ୍ରମୂଖ ଖବର
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଆସନ୍ତା ସପ୍ତାହରେ ଓଡ଼ିଶା ଆସିପାରନ୍ତି ପ୍ରିୟଙ୍କା, ବାଲେଶ୍ୱରରେ ପୀଡ଼ିତାଙ୍କ ପରିବାରକୁ ଭେଟିପାରନ୍ତି...

Published By : Prameya | July 17, 2025 10:59 AM

ବାଲେଶ୍ୱର ୧୭/୦୭: ଫକୀରମୋହନ ସ୍ୱୟଂଶାସିତ  ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍‌ ବିଇଡି ଛାତ୍ରୀ ସୌମ୍ୟାଶ୍ରୀ  ବିଶିଙ୍କ ଆତ୍ମାହୁତି ଘଟଣା ଏବେ ଜାତୀୟସ୍ତରର ଖବର  ପାଲଟିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୃତ ପୀଡ଼ିତାଙ୍କ  ପରିବାର ଲୋକଙ୍କ ସହ କଥା ହୋଇ ସମବେନା ଜଣାଇଛନ୍ତି ।  ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ପରିବାର ସଦସ୍ୟଙ୍କ  ସହ ଥିବା ସେ କହିଛନ୍ତି ।

ସେହିପରି କଂଗ୍ରେସ ନେତ୍ରୀ ପ୍ରିୟଙ୍କା  ଗାନ୍ଧୀ ଭଦ୍ରା ମଧ୍ୟ ମୁହଁ ଖୋଲିଛନ୍ତି । ନିଜ ଏକ୍ସ ହ୍ୟାଣ୍ଡଲରେ ଏଭଳି  ଦୁଃଖଦ ଘଟଣାକୁ ସେ ନିନ୍ଦା କରିଛନ୍ତି । ‘ଓଡ଼ିଶାର ଜଣେ ଝିଅ  ନ୍ୟାୟ ପାଇଁ ଲଢ଼ି ହାରି ଯାଇଛନ୍ତି । ନିଜ ସହିତ ହୋଇଥିବା  ଅତ୍ୟାଚାରକୁ ନେଇ ସେ ସ୍ୱର ଉତ୍ତୋଳନ କରିଥିଲେ । ମାତ୍ର  ତାଙ୍କୁ ନ୍ୟାୟ ମିଳିବା ସ୍ଥାନରେ ଅପମାନ, ପ୍ରତାରଣା ମିଳିଲା । ଏହି ଦୁଇଗୁଣ ଅତ୍ୟାଚାର ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା । ଦିଲ୍ଲୀରୁ ୟୁପି, ମଣିପୁରରୁ ଓଡ଼ିଶା ପର୍ଯ୍ୟନ୍ତ ବିଜେପିର କେବଳ ଗୋଟିଏ ନିୟମ ଅଛି କି? ଅଭିଯୁକ୍ତଙ୍କ ସହିତ ଠିଆ  ହେବା, ପୀଡ଼ିତାଙ୍କୁ ହଇରାଣ କରିବା ଏବଂ ନ୍ୟାୟରେ ବାଧା  ସୃଷ୍ଟି କରିବା? 

ପ୍ରଧାନମନ୍ତ୍ରୀ, ଦେଶର ଅଧା ଜନସଂଖ୍ୟା କ'ଣ  ଏବେ ନ୍ୟାୟର ଆଶା ଛାଡ଼ି ଦେବା ଉଚିତ୍‌?' ବୋଲି ସେ  ଲେଖିଛନ୍ତି । ଆସନ୍ତା ସପ୍ତାହରେ ପ୍ରିୟଙ୍କା ଓଡ଼ିଶା ଆସିବା  ସମ୍ଭାବନା ଅଛି । ଏହି ଗସ୍ତରେ ସେ ବାଲେଶ୍ୱର ଆସିପାରନ୍ତି ।  ଏହି ଖବର ପ୍ରଚାର ହେବା ପରେ ବାଲେଶ୍ୱର କଂଗ୍ରେସ ଶିବିର  ଚଳଚଞ୍ଚଳ ହୋଇଉଠିଛି । 

ଜିଲ୍ଲା ସଂଯୋଜକ ସଞ୍ଜୀବ ଗିରି  କହିଛନ୍ତି, ଗଣମାଧ୍ୟମରୁ ଏଭଳି ଖବର ଶୁଣିବାକୁ ମିଳିଛି । ମାତ୍ର ବିଧିବଦ୍ଧ ଭାବେ ଏନେଇ ଦଳ ପକ୍ଷରୁ କୌଣସି ସୂଚନା ମିଳିନି । ପ୍ରିୟଙ୍କାଙ୍କ ଓଡ଼ିଶା ଗସ୍ତ କେବଳ ରାଜ୍ୟ କାହିଁଁକି  ବାଲେଶ୍ୱର ନେତାଙ୍କୁ ଅଧିକ ଉତ୍ସାହିତ କରିବ । ତାଙ୍କ ଗସ୍ତକୁ ସଫଳ କରିବା ପାଇଁ ଆମେ ଶତପ୍ରତିଶତ ଚେଷ୍ଟା କରିବୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.