ଭୁବନେଶ୍ଵର, ୧୧/୦୨ : କଥା ଦିଅ ମଥା ଛୁଇଁ... ମୋ ହାତ କେବେ ଛାଡ଼ିବ ନାହିଁ। ଭାଲେଣ୍ଟାଇନ୍ ସପ୍ତାହରେ ସରିଲା ଟେଡି ଡେ ଆଜି ପ୍ରମିସ୍ ଡେ। ମଧୁର ପ୍ରତିଶ୍ରୁତି ଦେଇ ପ୍ରେମ ସପ୍ତାହ ପାଳିବେ ପ୍ରେମୀଯୁଗଳ। ପରସ୍ପର ସହ ପ୍ରତିଜ୍ଞା କରି ଆହୁରି ସୁଦୃଢ କରିବେ ସମ୍ପର୍କ। ସାରା ଜୀବନ ଏକାଠି ରହିବାକୁ, ସବୁ ବାଧାବିଘ୍ନ ଏକାଠି ମିଶି ସାମ୍ନା କରିବାକୁ.. ଏମିତି କେତେ ପ୍ରତିଶ୍ରୁତି ଦେଇ ପାଳନ କରିବେ ପ୍ରମିସ୍ ଡେ।
ତୁମେ ହେଉଛ ମୋ କଣ୍ଢେଇ। ତୁମଭଳି ଆଉ ଗୋଟେ କଣ୍ଢେଇକୁ ମୁଁ ଆଜି ଉପହାରରେ ଆଣିଛି। ଏହିଭଳି ମିଠା ମିଠା କଥା ଓ ଭାବ ବିନିମୟରେ ଭାଲେଣ୍ଟାଇନ ଡେ’ର ଚତୁର୍ଥ ଦିନ ତଥା ଟେଡି ଡେ’କୁ ପ୍ରେମୀଯୁଗଳ ପାଳନ କରିଛନ୍ତି । ନିଜ ମନର ମଣିଷକୁ ଟେଡି ଉପହାର ଦେଇ ପ୍ରେମ ସମ୍ପର୍କରେ ଖୁସି ଭରିଛନ୍ତି । ଭାଲେଣ୍ଟାଇନ ସପ୍ତାହ ଅବସରରେ ବୁଧବାର ପ୍ରେମୀଯୁଗଳ ପ୍ରୋମିଜ୍ ଡେ’ ବା ପ୍ରତିଶ୍ରୁତି ଦିବସ ପାଳନ କରିବେ। ପ୍ରତିଶ୍ରୁତି ସହ ପ୍ରେମକୁ ଆହୁରି ସୁଦୃଢ଼ କରିବେ। ସାରା ଜୀବନ ସାଥୀ ହୋଇ କାଟିବାକୁ ପରସ୍ପରକୁ ଆଶ୍ୱାସନା ଦେବେ।
ଏହି ଖବରଟିକୁ ପଢନ୍ତୁ- ମିଠାରୁ ପଡ଼ିଲା ପ୍ରେମର ନିଅଁ, ସାଥି ତୁମେ ଆଜି ଟେଡି ନିଅ