ବାଙ୍ଗିରିପୋଷି, ୧/୨: ସଂସଦରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ    ଅଭିଭାଷଣ ପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ନେଇ ତେଜୁଛି ବିବାଦ। ଏହାକୁ ବିରୋଧ କରି  ବାଙ୍ଗିରିପୋଷିଠାରେ ଶତାଧିକ ବିଜେପି କର୍ମୀ ସୋନିଆ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। 

ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ  ତୀବ୍ର ବିରୋଧ କରିଛନ୍ତି। ରାଷ୍ଟ୍ରପତି ହେଉଛନ୍ତି ମୟୂରଭଞ୍ଜ ମାଟିର ଗର୍ବ ଆଉ ଗୌରବ । ତାଙ୍କ ପ୍ରତି ଅପମାନିତ ଜନିତ ଶବ୍ଦ ବ୍ୟବହାରକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ବିଧାୟିକା କହିଛନ୍ତି। ।