PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଇରାନରେ ବେକାବୁ ସ୍ଥିତି , ୮୦ ସହରକୁ ବ୍ୟାପିଲା ବିରୋଧ ପ୍ରଦର୍ଶନ : ଏବେ ସୁଦ୍ଧା ୨୬ ମୃତ୍ୟୁ

ତେହରାନ – ଇରାନରେ ୨୨ ବର୍ଷିୟା ଜଣେ କୁର୍ଦ ଯୁବତୀଙ୍କର କଷ୍ଟୋଡିଆଲ୍‌ ମୃତ୍ୟୁକୁ ନେଇ ସରକାରଙ୍କ ବିରୋଧରେ ବ୍ୟାପକ ଭାବେ ପ୍ରଦର୍ଶନ ହୋଇଛି । ଆଉ ଏହି ବିକ୍ଷୋଭ ପାଖାପାଖି ୮୦ଟି ସହରକୁ ବ୍ୟାପି ଯାଇଛି। ମହିଳାଙ୍କୁ ପୁଲିସ୍‌ ହିଜାବ ସହ ଜଡ଼ିତ ଦୃଢ଼ ଆଇନର କଥିତ ଭାବେ ଉଲ୍ଲଙ୍ଘନ କରିବାକୁ ନେଇ ଗିରଫ କରିଥିଲେ । ମାହସା ଅମିନିଙ୍କର ମୃତ୍ୟୁ ପରେ ଶହ ଶହ ପ୍ରଦର୍ଶନକାରୀମାନେ ସଡ଼କକୁ ଓହ୍ଲାଇ ଥିଲେ ଏବଂ ସରକାରଙ୍କ ବିରୋଧୀ ନାରା ଦେଇଥିଲେ , ଯାହା ଇସଲାମିକ୍‌ ଶାସନକୁ ଓ ଦେଶର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲୀ ଖାମେନେଇଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା । ପ୍ରଦର୍ଶନକାରୀଙ୍କ ମଧ୍ୟରେ ଅଧିକାଂଶ ଥିଲେ ମହିଳା ।

ଇରାନୀ ସରକାରୀ ଟେଲିଭିଜନ ଶୁକ୍ରବାର କହିଛି , ସୁରକ୍ଷା ବଳ ସହ ହିଂସାତ୍ମକ ସଂଘର୍ଷରେ ମୃତ୍ୟୁ ହୋଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ ୨୬ରେ ପହଞ୍ଚିଛି । କୁହାଯାଉଛି କି, ଏହି ଅଶାନ୍ତି ନିକଟ ବର୍ଷରେ ସବୁଠୁ ବ୍ୟାପକ ରହିଛି, ଯାହା ପାଖାପାଖି ୮୦ଟି ଇରାନୀ ସହରକୁ ବ୍ୟାପି ଯାଇଛି । ଏହା କହିଛି କି ମଶହଦ, କୁଚାନ , ଶିରାଜ , ତବରିଜ ଓ କରାଜରେ ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରିତ କରିବାକୁ ଚେଷ୍ଟା କରିବା ବେଳେ ଅତି କମ୍‌ରେ ୫ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି ।

ଅମିନିଙ୍କର ମୃତ୍ୟୁ ଇସଲାମୀ ରାଷ୍ଟ୍ରରେ ବ୍ୟକ୍ତିଗତ ସ୍ୱାଧିନତା ଉପରେ ପ୍ରତିବନ୍ଧକକୁ ନେଇ ଦୀର୍ଘ ଦିନରୁ ଲାଗି ରହିଥିବା କ୍ରୋଧକୁ ବୃଦ୍ଧି କରି ଦେଇଛି । ଗତ କିଛି ଦିନରେ , କିଛି ପ୍ରଦର୍ଶନକାରୀ ମହିଳାମାନେ ସଡ଼କରେ ନିଜର ହିଜାବ ଜଳାଇ ଦେଇଛନ୍ତି , ପ୍ରଦର୍ଶନକାରୀ ପୁରୁଷମାନେ ଧାର୍ମିକ ନଗରୀ କୋମ ଓ ଇସ୍‌ଫହାନ ସହିତ ଅନେକ ସହରରେ ସର୍ବୋଚ୍ଚ ନେତାଙ୍କ ପୋଷ୍ଟର ଜଳାଇ ଦେଇଛନ୍ତି ।  

ସମ୍ବନ୍ଧିତ ଖବର