‘ଛପାକ୍’ରେ ଦୀପିକାଙ୍କ ଏସିଡ୍ ପୀଡିତା ଲୁକ୍ ଦେଖି ଆଶ୍ଚର୍ଯ୍ୟ ହେଲ ରଣଭୀର, ଦେଲେ ଏଭଳି କମେଣ୍ଟ

ମୁମ୍ବାଇ,୨୬।୩: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଆଗାମୀ ଫିଲ୍ମ ’ଛପାକ’ ପାଇଁ ତାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ସେୟ୍ରାର କରିଛନ୍ତି। ଦୀପିକାଙ୍କ ଏହି ଲୁକ୍ସକୁ ଦେଖି ତାଙ୍କର ଫ୍ୟାନ୍ସ ଏବଂ ବଲିଉଡର ବହୁ ଫିଲ୍ମଷ୍ଟାର ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି। କିନ୍ତୁ ଏହା ମଧ୍ୟରେ ରଣବୀର ସିଂହଙ୍କ କମେଣ୍ଟକୁ ଅପେକ୍ଷା ଥିଲା। ଯାହାକି ଏବେ ଦେଖିବାକୁ ମିଳିଛି। ଦୀପିକାଙ୍କ ଏହି ପୋଷ୍ଟ ଉପରେ କମେଣ୍ଟ କରି ରଣବୀର ଲେଖିଛନ୍ତି ’ଏହା ଏକଦମ ଅସାଧରଣ ଦୃଶ୍ୟ’। ମୁଁ ତୁମକୁ ନେଇ ଗର୍ବିତ ବେବି… ଆଇ ଲଭ ୟୁ। ଯାଅ ରକ୍ କର।’

କେବଳ ସେତିକି ନୁହେଁ କଙ୍ଗନା ରାନାଓ୍ବତଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ମଧ୍ୟ ଦୀପିକାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ସେ ଟ୍ବିଟ୍ କରିଛନ୍ତି ’ଦୁନିଆରେ ଯେତେ ବି ଅନ୍ୟାୟ ଓ ଭେଦଭାବ ହେଉ, ଆମେ ଯାହାକୁ ଘୃଣା କରୁ, ତାକୁ ଆମକୁ ତା ଭଳି ଜବାବ୍ ଦେବା ଠିକ୍ ନୁର୍ହେ। ଏହି ଲୁକ୍ ଖୁବ୍ ପ୍ରଶଂସା ଯୋଗୁଁ ଅଟେ ଦୀପିକା ପାଦୁକୋନ୍ ଓ ମେଘନା ଗୁଲଜାରଙ୍କ, ଏକ ଏସିଡ୍ ଆଟାକ୍ ପୀଡିତାଙ୍କ ଭାବରେ ମୁଁ ଏହି ଫିଲ୍ମର ସବୁଠାରୁ ବହ ଚିୟରଲିଡର ଅଟେ… ଛପାକ୍।’
No matter how unfair and unjust the world is we musn’t reflect what we hate, this is commendable on @deepikapadukone and @meghnagulzar part, being an acid attack survivor I pledge to be their biggest cheerleader #Chhapaak ???????? https://t.co/TdY5WpZjtE
— Rangoli Chandel (@Rangoli_A) March 25, 2019
ଉଲ୍ଲେଖନୀୟ ଯେ, ‘ଛପାକ’ର କାହାଣୀ ଏସିଡ୍ ପୀଡିତା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ସଂଘର୍ଷ ଓ ଅନୁଭବର ବାସ୍ତବ କାହାଣୀ ଉପରେ ଆଧାରିତ। ଦୀପିକା ଏଥିରେ ମୁଖ୍ୟ ଭୂମିକାରେ ଅର୍ଥାତ ଏସିଡ୍ ପୀଡିତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଗତ ସୋମବାର ଯେତେବେଳେ ଦୀପିକା ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ’ଛପାକ’ର ଫାଷ୍ଟ ଲୁକ୍ସ ଜାରି କରିଥିଲେ ବଲିଉଡରେ ହଇଚଇ ସୃଷ୍ଟି ହୋଇଥିଲା। ଫିଲ୍ମରେ ମାଳନୀ ନାମକ ଭୂମିକାରେ ଦୀପିକା ଅଭିନୟ କରୁଛନ୍ତି। ଦୀପିକା ଯେତେବେଳେ ନିଜର ଫାଷ୍ଟ ଲୁକ୍ ସେୟାର କରିଥିଲେ ଏହା ଉପରେ କମେଣ୍ଟ ସୁଅ ଛୁଟି ଥିଲା।