ନୂଆଦିଲ୍ଲୀ - ବାଂଲାଦେଶ, ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଭାରତ ଆସିବାକୁ ମନା କରିଦେଇ ଥିଲା। ଉକ୍ତ ମାମଲାରେ ଖୁବ୍ ବିବାଦୀୟ ହୋଇଥିଲା,ଏଥିରେ ପାକିସ୍ତାନର ଏଣ୍ଟ୍ରି ହୋଇଥିଲା, ସେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ସହ ମଧ୍ୟ ପଙ୍ଗା ନେଇ ଟିମ୍ ଇଣ୍ଡିଆ ସହ ଖେଳିବାକୁ ମନା କରିଦେଇ ଥିଲା। ଶେଷରେ ଆଇସିସି , ବିସିସି ଓ ପିସିବିର ବୈଠକ ପରେ ପାକିସ୍ତାନ , ଭାରତ ସହ ଖେଳିବାକୁ ରାଜି ହୋଇଥିଲା। ଏବେ ଏକ ନୂଆ ଖୁଲାସା ହୋଇଛି ଯେ, ପାକିସ୍ତାନ କ୍ରିକେଟ୍ ବୋର୍ଡର ଚେୟାରମ୍ୟାନ ମୋହସିନ ନକଭି ବାଂଲାଦେଶକୁ ଉତ୍ତେଜିତ କରିବାର କାମ କରିଥିଲା।

ରେଭସ୍ପୋର୍ଟଜ୍ ଅନୁସାରେ , ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)ର ପୂର୍ବତନ ମହାସଚିବ ସୈୟଦ ଅଶରଫୁଲ ହକ୍ ନିଜ ଦେଶର କ୍ରିକେଟ୍ ମ୍ୟାନେଜମେଣ୍ଟକୁ ସମାଲୋଚନା କରିଛନ୍ତି। ସେ କହିଥିଲେ ଯେ, ବାଂଲାଦେଶର ନାମ କ୍ରିକେଟରେ ସମ୍ମାନର ନିଆ ଯାଉ ଥିଲା , କିନ୍ତୁ ଏବେ କିଛି ଲୋକ ଓ ସରକାରଙ୍କ ଭୁଲ୍ ନିଷ୍ପତ୍ତି କାରଣରୁ କ୍ରିକେଟ୍ ଜଗତରେ ବାଂଲାଦେଶର ଛବି ମଳିନ ହେଉଛି।

ସୈୟଦ ଅଶରଫୁଲ ହକ୍ କହିଥିଲେ ଯେ, କ୍ରିକେଟ୍ ଆଡମିନିଷ୍ଟ୍ରେସନରେ କୌଣସି ବି ବ୍ୟକ୍ତିଙ୍କର ଧ୍ୟାନ ସଚ୍ଚୋଟତା ଓ ପ୍ରତିବଦ୍ଧତା ଉପରେ ହେବା ଉଚିତ୍ । ସେ କହିଥିଲେ ଯେ, ବୋଧହୁଏ ଅଜ୍ଞତା ହେତୁ ବିସିବି ଅଧ୍ୟକ୍ଷ ଅମିନୁଲ ଇସଲାମ, ପିସିବି ଚେୟାରମ୍ୟାନ ମୋହସିନ ନକଭିଙ୍କ କଥାରେ ଭ୍ରମିତ ହୋଇଥିଲେ। ନକଭି ଅମିନୁଲଙ୍କୁ ପ୍ରଭାବିତ କରି ନିଜ ସହ ଆସିବାକୁ ରାଜି କରାଇ ନେଲେ।

ଅଶରଫୁଲ ପାକିସ୍ତାନ ଉପରେ ଟାର୍ଗେଟ୍ କରି କହିଥିଲେ ବାଂଲାଦେଶ କ୍ରିକେଟ୍, କିଛି ଲୋକ ଓ ସରକାରଙ୍କ ଭୁଲ୍ ନିଷ୍ପତ୍ତିର କାରଣରୁ ବିପଦରେ ପଡ଼ିଛି। ଭାରତରେ ଖେଳାଳିଙ୍କ ସୁରକ୍ଷାର ଆଶ୍ୱାସନା ମିଳିବା ପରେ ବି ବାଂଲାଦେଶ ନିଜର ଟିମକୁ ପଠାଇବାକୁ ପ୍ରସ୍ତୁତ ନଥିଲା। ଏହି ସ୍ଥିତିରେ ଆଇସିସି କଡ଼ା ଆକ୍ସନ ନେଇ ବାଂଲାଦେଶକୁ ବିଶ୍ୱକପ୍‌ରୁ ବାହାର କରି ଏହାର ସ୍ଥାନ ସ୍କଟଲ୍ୟାଣ୍ଡକୁ ଦେଇଥିଲା। 

‘ଦୁର୍ଗା ହୁଅ ,କାଳୀ ହୁଅ , ବୁର୍ଖା ପିନ୍ଧାଳୀ ହୁଅ ନାହିଁ ...’ , ଗ୍ୱାଲିୟରରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଝିଅମାନଙ୍କୁ ଅପିଲ

ଅନ୍ୟପଟେ ଯେବେ ପାକିସ୍ତାନ , ଭାରତ ସହ ମ୍ୟାଚକୁ ବୟକଟ କରିବାର ଧମକ ଦେବାକୁ ଲାଗିଲା , ସେତେବେଳେ ଆଇସିସି ତାକୁ ମଧ୍ୟ ମନେପକାଇ ଦେଲା ଯେ, ବହିଷ୍କାର କରିବାର କଣ ପରିଣାମ ହୋଇପାରେ। ଶେଷରେ ପାକିସ୍ତାନ ଭାରତ ସହ ମ୍ୟାଚ୍ ଖେଳି ଥିଲା ଏବଂ ତାକୁ ୬୧ ରନ୍‌ରେ ହାରି ଯାଇ ଥିଲା।