ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଓଡ଼ିଶାରେ ବନ୍ଦ ହେବ ଗୋ ହତ୍ୟା ଏବଂ ଗୋ ଚାଲାଣ, ଆସିବ ଗୋହତ୍ୟା ନିରୋଧୀ ବିଲ୍

Published By : Rasmita Pradhan | December 5, 2024 2:46 PM

ଭୁବନେଶ୍ବର, ୫।୧୨ : ଗୋ ଚାଲାଣକାରୀ ସାବଧାନ। ଆସାମ ପରି ଓଡ଼ିଶାରେ ବି ବନ୍ଦ ହେବ ଗୋ ହତ୍ୟା, ଗୋମାଂସ ଓ ଗୋ ଚାଲାଣ। ଖୁବ୍‌ଶୀଘ୍ର କଡ଼ା ଆଇନ ଆଣିବେ ରାଜ୍ୟ ସରକାର। ଆସିବ ଗୋହତ୍ୟା ନିରୋଧୀ ବିଲ୍। ଗୋ ସୁରକ୍ଷା ପାଇଁ ଆଇନରେ ବିଧାନ ରହିବ। ଏଥିପାଇଁ ବିଚାର ବିମର୍ଶ ଚାଲିଛି। ଏନେଇ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଚଳିତ ବିଧାନସଭା ଅଧିବେଶରେ କିଛି ଗୋପନୀୟ ବିଲ୍ ଆସିବାକୁ ଯାଉଛି। ଗୋ ଚାଲାଣ ଓ ଗୋ ହତ୍ୟା ଉପରେ ରୋକ ଲଗାଇବାକୁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ। 

ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ବିଭିନ୍ନ କ୍ଷେତ୍ରକୁ ବିଚାର କରି ଗୋହତ୍ୟା ରୋକିବାକୁ ପଦକ୍ଷେପ ନିଆଯାଉଛି। ଏନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଗୋହତ୍ୟା ଓ ଗୋଚାଲାଣ ରୋକାଯାଇ ଗୋ ବଂଶ ବୃଦ୍ଧି ହେବା ଦିଗରେ ପଦକ୍ଷେପ ନିଆଯାଉଛି। ଯେଉଁମାନେ ଗୋ ଚାଲାଣ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ପଦକ୍ଷେପକୁ ସ୍ଵାଗତ କରିଛନ୍ତି। ସେ କହିଛନ୍ତି ଯେ, କେଉଁ ଦଳର ଲୋକ ଗୋ ଚାଲାଣ କରି ଗୋମାଂସ ବିକୁଛନ୍ତି ପ୍ରଥମେ ଚି଼ହ୍ନଟ କରନ୍ତୁ, ତାପରେ ବିଲ ଆଣନ୍ତୁ। ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ ନ କରାଯାଉ।

ସୂଚନାନୁଯାୟୀ, ଆସାମ ସରକାର ବୁଧବାର ରାଜ୍ୟରେ ଗୋମାଂସକୁ ସଂପୂର୍ଣ୍ଣ ବ୍ୟାନ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବୁଧବାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ଏ ସଂପର୍କରେ ସୂଚନା ଦେଇଛନ୍ତି । ମନ୍ତ୍ରିମଣ୍ଡଳ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଥିବା ସେ ଦର୍ଶାଇଛନ୍ତି । ହିମନ୍ତ କହିଛନ୍ତି ଯେ, ପୂର୍ବରୁ ଆମେ ମନ୍ଦିର ନିକଟରେ ଗୋମାଂସକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲୁ । କିନ୍ତୁ ବର୍ତ୍ତମାନ ଏହାକୁ ରାଜ୍ୟବ୍ୟାପୀ ଲାଗୁ କରାଯାଇଛି । ଏବେ ରାଜ୍ୟର ରେସ୍ତୋରାଁ, ହୋଟେଲ କିମ୍ବା ସାର୍ବଜନିକ ସ୍ଥାନରେ ଗୋମାଂସ ପରଷା ଯାଇ ପାରିବନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.