ନୂଆଦିଲ୍ଲୀ,୨୫।୮:  ନିର୍ବାଚନ ବିଶ୍ଲେଷକ ଓ ଲୋକନୀତି ସିଏସ୍‌ଡିଏସ୍‌ର ସହ ନିର୍ଦେଶକ ସଞ୍ଜୟ କୁମାରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି।ସଞ୍ଜୟଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍‌ଆଇଆର ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।  ସଞ୍ଜୟକୁମାର ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମତଦାତା ଅସନ୍ତୁଷ୍ଟତା ସମ୍ପର୍କିତ ଏକ୍ସରେ ଏକ ପୋଷ୍ଟ କରିଥିଲେ। ଯାହାକୁ ନେଇ ବିରୋଧି ଦଳ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିବାର ସୁଯୋଗ ପାଇଥିଲେ। ଏଥିରେ ସେ ବିଜେପି ସହ ନିର୍ବାଚନ କମିଶନ ହାତ ମିଳାଇଥିବା ଅଭିଯୋଗ କରିଥିଲେ। ଯଦିଓ ପରେ ସେ ଏହି ପୋଷ୍ଟକୁ ଡିଲିଟ୍ କରି ଦେଇଥିଲେ। 

ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ସଞ୍ଜୟ କୁମାରଙ୍କ ଓକିଲ ତାଙ୍କ ପକ୍ଷ ରଖିଥିଲେ। ସେ କହିଥିଲେ, ସଞ୍ଜୟ କୁମାର ଜଣେ ସଚ୍ଚୋଟ ବ୍ୟକ୍ତି। ୩୦ ବର୍ଷ ଧରି ସେ ଦେଶ ଓ ଦୁନିଆ ପ୍ରତି ସମର୍ପିତ ରହି କାମ କରଛନ୍ତି। ସେ ଅତ୍ୟାଧିକ ସମ୍ମାନିତ ବ୍ୟକ୍ତି। ଏହା କେବଳ ଗୋଟିଏ ଭୁଲ ଥିଲା, ସେ କ୍ଷମା ମାଗି ନେଇଛନ୍ତି ଓ ଟ୍ବିଟ୍ ହଟାଇ ଦେଇଛନ୍ତି। ସେ ସାର୍ବଜନୀନ ରୂପରେ କ୍ଷମା ମାଗିଛନ୍ତି। 

ସଞ୍ଜୟ କୁମାର ଏକ୍ସ ପୋଷ୍ଟରେ ଡାଟା ଏରର  ବୋଲି କହିବା ସହ କ୍ଷମା ମାଗିଛନ୍ତି। ସେ ଏକ୍ସ  ପୋଷ୍ଟ‌ରେ ଲେଖିଛନ୍ତି, ମୁଁ ମହାରାଷ୍ଟ୍ର ନିର୍ବାଚନ ସମ୍ପର୍କି କରିଥିବା ଟ୍ବିଟ ପାଇଁ କ୍ଷମା ମାଗୁଛି। ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନର ଡାଟା ତୁଳନାରେ ଏରର ଥିଲା। ଆମର ଡାଟା ଟିମ୍ ଡାଟା ଲାଇନ୍ ମିସ ହୋଇଯାଇଥିଲା। ଟ୍ବିଟକୁ ହଟାଇ ଦିଆଯାଇଛି।  ଭୁଲ ସୂଚନା ଦେବାର ମୋର କୌଣସି ଉଦେଶ୍ୟ ନଥିଲା।