ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ ବେଶ ରୋମାଞ୍ଚକ ହେଉଛି । ପ୍ରତି ମ୍ୟାଚ୍ ହେଉଛି ହାଇଭୋଲଟେଜ୍ । ବିଦେଶୀ ଖେଳାଳିମାନେ ବେଶ ଖୁସିର ସହ ଏହି ଲିଗର ମଜା ନେଉଛନ୍ତି । ତେବେ ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନଙ୍କୁ ଆଇପିଏଲ ୨୦୨୬-୨୭ରୁ ବ୍ୟାନ୍ କରାଯାଇଥିବାବେଳେ ସେ ପିଏସଏଲ ଖେଳିବା ପାଇଁ ପହଞ୍ଚିଛନ୍ତି । ସେ ଇସଲାମବାଦ ୟୁନାଇଟେଡ ଦଳରେ ବଦଳ ଖେଳାଳିଭାବେ ସାମିଲ ହୋଇଛନ୍ତି । ଯାହାକି ଦଳ ପାଇଁ ବହୁ ଲାଭଦାୟକ ହେବା ସହ ମ୍ୟାଚ୍ ବିଜୟର ମଙ୍ଗ ଧରିବେ ବୋଲି ଫ୍ରାଞ୍ଚାଇଜ୍ ଆଶା ପ୍ରକାଶ କରିଛି ।
ନିଜର ଆନ୍ତର୍ଜାତୀୟ କ୍ରିକେଟକୁ ପ୍ରାଧାନ୍ୟ ଦେଇ ଆଇପିଏଲରୁ ଓହରି ଯାଇଥିଲେ ବ୍ରୁକ୍ । ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୬.୨୫ କୋଟି ଟଙ୍କାରେ ଦଳରେ ରଖିଥିଲା । ମାତ୍ର ସେ ବିନା ଆହତରେ ଓହରିବା ପରେ ତାଙ୍କ ଉପରେ ଆଇପିଏଲର ନିୟମ ଅନୁସାରେ ଦୁଇ ବର୍ଷର ବ୍ୟାନ୍ ଲଗାଯାଇଛି । ଯେଉଁ କାରଣରୁ ସେ ପୁଣିଥରେ ପିଏସଏଲକୁ ବ୍ୟାକ୍ କରିଛନ୍ତି ।
୨୦୨୨ ମସିହାରେ ସେ ପିଏସଏଲରେ ଡେବ୍ୟୁ କରିଥିଲେ । ପ୍ରଥମ ବର୍ଷ ସେ ୧୦ ମ୍ୟାଚରେ ୨୬୪ ରନ କରିଥିଲେ । ଯେଉଁଥିରେ ଗୋଟିଏ ଶତକ ମଧ୍ୟ ରହିଥିଲା । ଆଉ ପିଏସଏଲ ଛାଡ଼ି ଜିମ୍ବାଓ୍ବେ ଖେଳାଳି ମୁଜରବାନି କେକେଆରରେ ସାମିଲ ହୋଇଥିବାବେଳେ ତାଙ୍କ ବଦଳରେ ଇସଲାମବାଦ ୟୁନାଇଟେଡ ତାଙ୍କୁ ବଦଳ ଖେଳାଳିଭାବେ ଦଳରେ ସାମିଲ୍ କରିଛି ।
ଏହାସହ ପଢ଼ନ୍ତୁ : ମାଆଙ୍କ ଅନ୍ତିମ ସଂସ୍କାରକୁ ନେଇ ଟ୍ରୋଲ କରୁଥିବା ୟୁଜର୍ସଙ୍କୁ ଜବାବ ଦେଲେ ପ୍ରକାଶ ରାଜ୍