ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ସ୍ଥାୟୀ ବିଡିଓ ନିଯୁକ୍ତି ଦାବିରେ ବ୍ଲକରେ ତାଲା ପକାଇଲେ ଜନପ୍ରତିନିଧି

Published By : Anindita Ratha | May 6, 2025 12:04 PM

ଚନ୍ଦାହାଣ୍ଡି ,୦୬/୦୫: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ  ସ୍ଥାୟୀ ବିଡିଓ ନିଯୁକ୍ତିକୁ ନେଇ ବ୍ଲକ କାର୍ଯ୍ୟାଳୟ ତାଲା ପକାଇଲେ ଜନପ୍ରତିନିଧି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ହଟିବେ ନାହିଁ ବୋଲି କହିଛନ୍ତି । ଯାହା ଫଳରେ ଆଜି ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ କର୍ମଚାରୀମାନେ  ବ୍ଲକ ଭିତରକୁ ପ୍ରବେଶ କରି ନ ପାରି  ବାହାରେ ଠିଆ ହୋଇକି ରହିଥିବା ଦେଖିବାକୁ ମିଳିଛି। 

ସୂଚନା ଅନୁଯାୟୀ, ଚନ୍ଦାହାଣ୍ଡି ବ୍ଲକରେ ଗତ ୩ ମାସ ପୂର୍ବରୁ ସେଠାକାର ସ୍ଥାୟୀ ବିଡିଓ  ରାମକୃଷ୍ଣ ନାୟକଙ୍କୁ କୋରାପୁଟ  ଜିଲ୍ଲା ପଟାଙ୍ଗୀ ବ୍ଲକକୁ ବଦଳି କରାଯାଇଥିଲା । ଏହାପରେ ତାଙ୍କ ସ୍ଥାନରେ ପଟାଙ୍ଗୀ ବିଡିଓ ସୁକାନ୍ତ ପଟ୍ଟନାୟକଙ୍କୁ ସେହି ସ୍ଥାନକୁ ବଦଳି କରାଯାଇଥିଲା । ହେଲେ ବଦଳି ହୋଇଥିବା ବିଡିଓ ରାମକୃଷ୍ଣ ନାୟକଙ୍କୁ ତୁରନ୍ତ ରିଲିଫ କରାଯାଇ ତାଙ୍କ ସ୍ଥାନରେ ଏବଂ ଝରିଗାଁ ବିଡିଓ ମଧୁସୂଦନ ମାଝିଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ଝରିଗାଁ  ବିଡିଓ ମଧୁସୂଦନ ମାଝି ଏଠାରେ ୧ ମାସ ଅତିରିକ୍ତ ଦାୟିତ୍ୱ ସମ୍ଭାଳି ଥିଲେ । ଏହା ପରେ ଏଠାରେ ନିଯୁକ୍ତି ହୋଇଥିବା ପଟାଙ୍ଗୀ ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ  କାର୍ଯ୍ୟରେ ଯୋଗଦେଇ ଥିଲେ । ଦେଢ଼ ମାସ ପର୍ଯ୍ୟନ୍ତ ତାଙ୍କ ଯୋଗଦାନରେ ଏଠାରେ  କିଛି ପରିମାଣରେ କାମ ସବୁ ଠିକ ଠାକ ଚାଲୁ ଥିଲା । ଏହାରି ଭିତରେ ତାଙ୍କୁ  ବରିଗୁମ୍ମା ବଦଳି କରାଯାଇ ଗତ ଏପ୍ରିଲ ୮ ତାରିଖରେ ଏଠାରୁ  ତାଙ୍କୁ ରିଲିଫ କରାଯାଇଥିଲା । ଯାହାପରେ  ଉମରକୋଟ ବି ଡି ଓ ମନୋଜକୁମାର ମେହେରଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇ ଥିଲା। ଯାହା ଫଳରେ ଏଠାରେ ସ୍ଥାୟୀ ବି ଡି ଓ ଅଭାବରେ ବ୍ଲକର କୌଣସି ବିକାଶମୂଳକ କାର୍ଯ୍ୟର ମଞ୍ଜୁର କିମ୍ବା ତଦାରଖ କାର୍ଯ୍ୟ  ହୋଇପରୁନି। ପେନସନ, ପିଡ଼ିଏସ, ଏମ ଜି ଏନ ଆର ଜିଏସ ପରି କାର୍ଯ୍ୟ ସମ୍ପାଦନାରେ ଘୋର ବ୍ୟାଘାତ ଦେଖା ଦେବାର ନଜରକୁ ଆସୁଛି।

ଦାୟିତ୍ୱରେ ଥିବା ବିଡିଓ  ଉମରକୋଟ ୫୦କିମିରୁ ସପ୍ତାହ କିମ୍ବା ଦ୍ବିସପ୍ତାହରେ ଥରେ ଆସିଲେ । ତାଙ୍କ ଦସ୍ତଖତ ହେଉଥିଲା ।  ଅତିଜରୁରୀ ସରକାରୀ କାର୍ଯ୍ୟପାଇଁ ଏଠାକାର ଅଧିକାରୀମାନେ ଉମରକୋଟ ଯାଇ ବିଡିଓଙ୍କ ଦସ୍ତଖତ କରି ଆଣୁଥିବା ନେଇ କେତେଜଣ କର୍ମଚାରୀ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । ଯାହାର ପ୍ରତିବାଦରେ ଆଜି ବ୍ଲକର ସମସ୍ତ ଜନପ୍ରତିନିଧିମାନେ ବ୍ଲକରେ ତାଲା ଠୁଙ୍କି ଗେଟ ଆଗରେ ଧାରଣା ରେ ବସି ରହିଛନ୍ତି। ଧାରଣାରେ ବସିଥିବା ଜନପ୍ରତିନିଧିମାନେ  ଏଠାରେ ସ୍ଥାୟୀ ବିଡିଓ  ନିଯୁକ୍ତି ସମେତ ଖାଲି ପଡ଼ିଥିବା ଅନ୍ୟକର୍ମଚାରୀ  ପିଇଓ ସ୍ଥାୟୀ ନିଯୁକ୍ତି ଦେବା ପାଇଁ  ନାରାବାଜି ଦେବା ସହ  ଜିଦରେ ଅଟଳ ରହିଛନ୍ତି ।  କିଛି ଦିନ ତଳେ ଚନ୍ଦାହାଣ୍ଡି ବ୍ଲକ ସଦରରେ ଚାଲିଥିବା ଅଲେଖ ମହିମା ଯଜ୍ଞରେ ଯୋଗଦାନ ଦେଇଥିବା ଅବସରରେ ଝରିଗାଁ ବିଧାୟକ ନରସିଂ ଭତ୍ରାଙ୍କୁ  ବିଡିଓ ନିଯୁକ୍ତି ବାବଦରେ ପ୍ରଶ୍ନ କରିବାରୁ  ସଚିବାଳୟକୁ ପତ୍ର ଲେଖିଥିବା ନେଇ ଗଣମାଧ୍ୟମ ଆଗରେ ପ୍ରକାଶ କରି ଥିଲେ ।  ଯାହାକୁ ନା ପସନ୍ଦ କରିଛନ୍ତି ଜନପ୍ରତିନିଧି । ଏହି ଧାରଣାରେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ, ଉପାଧ୍ୟକ୍ଷ ବାସୁଦେବ ଗୌଡ଼, ସନ୍ତୋଷ ପଟ୍ଟନାୟକ ଜଳନ୍ଧର ମାଝି, କୃଷ୍ଣ ଯାନୀ ଗୌରୀ ନେଙ୍ଗୀ, ଗୌରୀ ନାଗ  ଅନୁପମା ଧୂରୁଆ, ଟେକରାମ ମାଝି ପ୍ରମୁଖ ଜନପ୍ରତିନିଧି ସାମିଲ ରହିଛନ୍ତି।









Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.