PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ପୁଲଓ୍ବାମାରେ ସେନାର ସର୍ଚ୍ଚ ଅପରେସନ, ଆତଙ୍କବାଦୀ ଲୁଚିଥିବା ସୂଚନା

ଜମ୍ମୁ କାଶ୍ମୀର ୨୦।୭: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପୋସନ୍‌ ଆରମ୍ଭ ହୋଇଥିଲା। ଆର୍ମିର ଓ ଜମ୍ମୁ-କାଶ୍ମୀର ପୋଲିସ ଯବାନ ମିଶି ସର୍ଚ୍ଚ ଅପରେସନ୍ ଆରମ୍ଭ କରିବା ପରେ ଜଣାପଡିଥିଲା ଯେ,  ଆତଙ୍କବାଦୀମାନେ ପୁଲଓ୍ବାମାର ଦାରଦୁପେରା ଅଞ୍ଚଳରେ ଲୁଚି ରହିଛନ୍ତି। ପରେ ସେହି ଅଞ୍ଚଳକୁ  ସେନାର ଯବାନମାନେ ଚାରିପଟୁ ଘେରାଉ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା।

ଅନ୍ୟପକ୍ଷେ ପାକିସ୍ତାନ ପକ୍ଷରୁ ସକାଳ ୯ଟାରେ ପୁଞ୍ଚରେ  ଅସ୍ତ୍ର ବିରତି ଉଲଂଘନ କରିବା ପରେ ଭାରତ ପକ୍ଷରୁ ମଧ୍ୟ ଦିଆଯାଇଥିଲା କଡା ଯବାବ। ପାକିସ୍ତାନି ସେନା ପକ୍ଷରୁ ଭାରତର ମେନଧର ସେକ୍ଟରେ ଗୁଳି ଗୋଳା ବର୍ଷା କରିବା ସହ ମୋର୍ଟାର ମାଡ କରି କ୍ଷତି ହୋଇଥିବା ସୂଚନା ମିଳିବା ପରେ ଭାରତୀୟ ସେନା ପକ୍ଷରୁ ପାକସ୍ତାନି କ୍ୟାମ୍ପ ଉପରେ ଗୁଳି ବର୍ଷଣ କରାଯାଇ ଏହାର କଡା ଜବାବ ଦିଆଯାଇଥଛି।