ନୁଆଦିଲ୍ଲୀ ୧୫/୨: ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାମଲାରେ କଂଗ୍ରେସ ଅଧ୍ଯକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଏହି ଘଟଣା ଅତି ନିନ୍ଦନୀୟ କାର୍ଯ୍ୟ । ଆମେ ସୁରକ୍ଷାବଳ ଓ ସରକାରଙ୍କ ସହିତ ଅଛୁ । ସେ କହିଛନ୍ତି ଏବେ ଆଗାମୀ କିଛି ଦିନ ପର୍ଯ୍ଯନ୍ତ କୌଣସି ରାଜନୈତିକ ଆଲୋଚନା କରାଯିବନି ।
କଂଗ୍ରେସ ଅଧ୍ଯକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଆତଙ୍କବାଦ ଦେଶକୁ ବାଣ୍ଟିବାକୁ ଚେଷ୍ଟା କରୁଛି । ଏହି ଦେଶର ଶକ୍ତି ବାଣ୍ଟିବାକୁ ଚାହୁଁଛି । ଏହି ଆକ୍ରମଣ ହିନ୍ଦୁସ୍ଥାନର ଆତ୍ମା ଉପରେ ହୋଇଛି । ଆମେ ଆତଙ୍କବାଦୀଙ୍କୁ କହିବାକୁ ଚାହୁଁଛୁ , ଭାରତ କେବେ ବି ଏହାକୁ ବରଦାସ୍ତ କରିବନି । ରାହୁଲ କହିଛନ୍ତି ଆମେ ଉଭୟ ସରକାର ଓ ସେନା ସହିତ ଅଛୁ । ଆମେ ଭରସା ଦେଉଛୁ ଆଗାମୀ କିଛି ଦିନ ପର୍ଯ୍ଯନ୍ତ ରାଜନୈତିକ ଆଲୋଚନା କରାଯିବନି ।
ତେବେ କହିରଖୁଛୁ ମୋଦି ଶୁକ୍ରବାର କହିଥିଲେ ଆତଙ୍କବାଦୀଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ । ଏହାସହ ମୋଦି ଏହି ସମ୍ବେଦନଶୀଳ ମୂହୁର୍ତ୍ତରେ ରାଜନୀତିରୁ ଦୂରେଇ ରହିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ ।