PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ରାସ୍ତା କଡରେ ଜୁସ୍ ବିକି ନିଜ ପୁଅକୁ କରିଥିଲେ ଯବାନ, ଶହୀଦ ହୋଇଗଲା ଏକମାତ୍ର ପୁଅ

source:www.amarujala.com

ଭାଗଲପୁର ୧୫/୨: ଜମ୍ମୁ କଶ୍ମୀର ପୁଲୱାମାରେ ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ୪୪ ଯବାନ ଶହୀଦ ହୋଇଛନ୍ତି । କିଛି ଯବାନ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।  ସାରା ଦେଶ ଆଜି କ୍ରୋଧର ଅଗ୍ନିରେ ଜଳୁଛି । ପ୍ରଧାନମନ୍ତ୍ରୀ ମଧ୍ୟ କହିସାରିଛନ୍ତି ଆତଙ୍କବାଦୀଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ । ତେବେ ଅନେକ ଏପରି ପିତା-ମାତା ମଧ୍ୟ ଅଛନ୍ତି ଯେଉଁମାନେ ନିଜ ବୀର ପୁତ୍ରକୁ ହରାଇଛନ୍ତି ତଥାପି ଆଖିରେ ଲୁହ ନାହିଁ କି ଛାତିରେ କୋହ ନାହିଁ । ସେମାନେ ଖୁସି କାରଣ ତାଙ୍କ ବୀର ପୁଅ ଆଜି ଦେଶ ପାଇଁ ଜୀବନ ଦେଇଛି ।

ବିହାରର ଭାଗଲପୁରରେ ରହୁଥିବା ରତନ ଠାକୁର ଗୁରୁବାର ଆକ୍ରମଣରେ ଶହୀଦ ହୋଇଯାଇଛନ୍ତି । ତାଙ୍କ ପିତା ନିଜ ଏକମାତ୍ର ପୁଅକୁ ହରାଇଛନ୍ତି ତଥାପି ସେ କହୁଛନ୍ତି, ‘ଯଦି ମୋର ଆଉ ଗୋଟେ ପୁଅ ଥାନ୍ତା ତେବେ ତାକୁ ମୁଁ ଦେଶ ରକ୍ଷା ପାଇଁ ପଠାଇ ଦେଇଥାନ୍ତି । ସେ କହିଛନ୍ତି, ମୋ ପୁଅ ଦେଶ ସେବାରେ ଜୀବନ ଦେଇଛି । ଯଦି ମୋର ଆଉ ଗୋଟିଏ ପୁଅ ଥାନ୍ତା ତେବେ ତାକୁ ମୁଁ ଯୁଦ୍ଧ ପାଇଁ ପଠାଇ ଦେଇଥାନ୍ତି । ପାକିସ୍ତାନକୁ ଏହାର ଜବାବ ମିଳିବା ଉଚିତ୍ ।’

ରତନ ଠାକୁରଙ୍କ ପିତା କୁହନ୍ତି, ‘ପୁଅକୁ ପଢାଇବା ପାଇଁ ମୁଁ ମଜଦୁରୀ କଲି । ରାସ୍ତାରେ ଜୁସ୍ ବିକିଲି, ଏପରିକି ଠେଲାରେ ଡ୍ରେସ୍ ବିକିଲି । କିନ୍ତୁ ଏବେ ସବୁ ଶେଷ ହୋଇଗଲା । ଆତଙ୍କୀମାନେ ମୋ ପୁଅକୁ ମାରିଦେଲେ । ୨୦୧୧ରେ ରତନ ସିଆରପିଏଫରେ ଭର୍ତ୍ତି ହୋଇଥିଲା । ତାର ପ୍ରଥମ ପୋଷ୍ଟିଂ ଗଢୱାରେ ହୋଇଥିଲା । ତାର ଚାକିରୀପରେ ଘରୁ ଧିରେଧିରେ ଗରିବୀ ହଟୁଥିଲା ।’ କିନ୍ତୁ ଏବେ ସେ କେମିତି ବଞ୍ଚିବେ କାହା ସାହାରାରେ ବା ବଞ୍ଚିବେ । ଶହୀଦ ରତନଙ୍କ ପତ୍ନୀ କୁହନ୍ତି, ‘୧.୩୦ମିନିଟରେ ତାଙ୍କ ଫୋନ୍ ଆସିଥିଲା । ସେ ରାତିରେ ଫୋନ୍ କରିବେ ବୋଲି କହିଥିଲେ । ମୁଁ ତାଙ୍କ ଫୋନକୁ ଅପେକ୍ଷା କରିଥିଲି । କିନ୍ତୁ ରାତିରେ ସେ ସହିଦ ହେବାର ଖବର ପାଇଲି ।’  

ଏହି ଆକ୍ରମଣରେ ଶହୀଦ ହୋଇଥିବା ଜବାନ ଦେଶର କୋଣ ଅନୁକୋଣରୁ ଥିଲେ । ଭାରତ ମାର ସେବା କରୁଥିଲେ । କିଏ ପୂର୍ବ ଦିନ ଛୁଟି କଟାଇ ଆସିଥିଲେ ତ ଆଉ କିଏ କିଛି ମିନିଟ୍ ପୂର୍ବରୁ ପରିବାରଲୋକଙ୍କୁ ଭଲରେ ଅଛି ବୋଲି କଥା ହୋଇଥିଲେ । କିଏ ଖୁବଶୀଘ୍ର ଘରକୁ ଫେରିବେ ବୋଲି ପତ୍ନୀଙ୍କୁ କଥା ଦେଇଥିଲେ । କିନ୍ତୁ ଏହି ଆକ୍ରମଣ ସବୁ ଶେଷ କରିଦେଲା ।

ଏହି ଆକ୍ରମଣରେ ନିଜ ଲୋକଙ୍କୁ ହରାଇଥିବା ବ୍ୟକ୍ତିଙ୍କ ଆଖିରେ ଲୁହ ଶୁଖୁନି । ତଥାପି ନିଜ ବୀର ପୁଅ ପାଇଁ ମନରେ ରହିଛି ଗର୍ବ । କାରଣ ମାଟି ମା ପାଇଁ ଜୀବନ ଦେବା ସମସ୍ତଙ୍କ ଭାଗ୍ଯରେ ନଥାଏ ।


ସମ୍ବନ୍ଧିତ ଖବର