ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଦୁଇ ଓଡ଼ିଆ ଯବାନ୍ ସହିଦ୍

ଭୁବନେଶ୍ବର,୧୫/୨: ଗତକାଳି ଜାମୁ-କାଶ୍ମୀରର ପୁଲଓ୍ବାମା ଠାରେ ସଙ୍ଗଠିତ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ୪୪ଜଣ ଜବାନ୍ ସହିଦ୍ ହୋଇଥିବା ଜଣାପଡ଼ିଛି। ହେଲେ ସେମାନଙ୍କ ଭିତରେ ଦୁଇ ଜଣ ଓଡ଼ିଆ ଯବାନ୍ ମଧ୍ୟ ଅଛନ୍ତି।

ଏହି ଦୁଇ ଯବାନଙ୍କ ମଧ୍ୟରୁ ଜଣେ ଜଗତିସିଂହପୁର ଜିଳ୍ଳାର ଓ ଆଉ ଜଣେ ହେଲେ କଟକ ଜିଲ୍ଳାର। ଜଗତସିଂହପୁର ଜିଲ୍ଲାର ନୂଆଗାଁର ଯେଉଁ ଯୁବ ଯବାନ୍ ସହିଦ୍ ହେlଇଛନ୍ତି ତାଙ୍କ ନାଁ ପ୍ରସନ୍ନ କୁମାର ସାହୁ।

ଅପରପକ୍ଷରେ ସହିଦ୍ ହୋଇଥିବା ମନୋଜ କୁମାର ବେହେରାଙ୍କ ଘର କଟକ ଜିଳ୍ଲା ନିଆଳି ଅଞ୍ଚଳରେ ଥିବା ରତନପୁର ଗ୍ରାମରେ। ଜୟପୁରରେ ଅବସ୍ଥାନ କରୁଥିବା ମନୋଜଙ୍କ ଭିଣୋଇ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ସହିଦ୍ ମନୋଜ ୨୦୦୬ରେ ସିଆରପିଏଫ୍ ଯୋଗ ଦେଇଥିଲେ। ସେ ଗତ ସପ୍ତାହରେ ଝିଅର ଜନ୍ମ ଦିନ ଥିଲା ବୋଲି ଛୁଟି ନେଇ ଗାଆଁକୁ ଆସିଥିଲେ। ସହିଦ୍ ମନୋଜଙ୍କ ମୃତ୍ୟୁର ଖବର ପାଇ ରତନପୁର ଗାଆଁରେ ଶୋକର ଛାୟା ଖେଳିଯାଇଛି।
