ନୂଆଦିଲ୍ଲୀ,୨୭/୦୬: ଲୋହାଗଡ଼ ଦୁର୍ଗ ହତ୍ୟା ମାମଲାର ଅଭିଯୁକ୍ତ ସିଆ ଗୋୟଲ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ହାଜତ ଜେରା ସମୟରେ ସେ କହିଥିଲେ ଯେ, ତାଙ୍କ ପରିବାରକୁ ପ୍ରେମ ମାମଲାରେ ସାମ୍ନା କରିବା ଅପେକ୍ଷା, ତାଙ୍କ ଭାବି ସ୍ବାମୀ କେତନ ଅଗ୍ରୱାଲଙ୍କୁ ହତ୍ୟା କରିବା ସହଜ ଥିଲା। ପୁଣେ ପୋଲିସ ଅନୁସାରେ, ସିଆ ଗୋୟଲ ଏହା ମଧ୍ୟ କହିଛନ୍ତି ଯେ ସେ କେତନ ଅଗ୍ରୱାଲଙ୍କୁ ନାପସନ୍ଦ କରୁଥିଲେ।

ଯେତେବେଳେ ସିୟାଙ୍କୁ ପଚରାଗଲା ଯେ, ଯଦି କେତନଙ୍କୁ ଆପଣ ବିବାହ କରିବାକୁ ଚାହୁଁନଥିଲେ, ତେବେ ଏ ସମ୍ପର୍କରେ ପରିବାରକୁ କାହିଁକି ଜଣାଇଲେ ନାହିଁଁ, ସେତେବେଳେ ସିଆ କହିଥିଲେ ଯେ, ସେ ପରିବାର ଲୋକଙ୍କୁ ଆଘାତ ଦେବାକୁ ଚାହୁଁନଥିଲେ। *ଟାଇମ୍ସ ଅଫ୍ ଇଣ୍ଡିଆ* ରିପୋର୍ଟ ଅନୁଯାୟୀ, ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସିଆ ଗୋୟଲ ସେମାନଙ୍କୁ କହିଥିଲେ, ଏ ସଂକ୍ରାନ୍ତରେ ପରିବାରର ସାମ୍ନା କରିବା ଏବଂ ନିର୍ବନ୍ଧ ଭାଙ୍ଗିବା ଅପେକ୍ଷା, କେତନ ଅଗ୍ରୱାଲଙ୍କୁ ଲୋହାଗଡ଼ ଦୁର୍ଗରୁ ଠେଲି ହତ୍ୟା କରିବା ସହଜ ଥିଲା। ପୋଲିସ ମଧ୍ୟ କହିଛି ଯେ ଉଭୟ ଅଭିଯୁକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ବୟାନ ଯାଞ୍ଚ କରାଯାଉଛି।

ଅଧିକ ପଢ଼ନ୍ତୁ: କେତନଙ୍କ ହତ୍ୟା ପାଇଁ ସିୟାଙ୍କ ଉପରେ ଚାପ ପକାଇ ଥିଲେ ଚେତନ ? ପ୍ରାଇଭେଟ୍ ମେସେଜ୍ ଓ କଲରେ ବ୍ଲାକମେଲ୍

ପୋଲିସ ଏହା ମଧ୍ୟ ଦାବି କରିଛି ଯେ ସିଆ ଗୋୟଲ କେତନ ଅଗ୍ରୱାଲଙ୍କୁ କହିଥିଲେ ଯେ ସେ ତାଙ୍କୁ ବିବାହ କରିବାକୁ ଚାହାଁନ୍ତି ନାହିଁ, କିନ୍ତୁ କେତନ ନିର୍ବନ୍ଧ ଭାଙ୍ଗିବାକୁ ମନା କରିଥିଲେ। *ଟାଇମ୍ସ ଅଫ୍ ଇଣ୍ଡିଆ* ରିପୋର୍ଟ ଅନୁଯାୟୀ, ପୋଲିସ ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ, ପରେ ସିଆ ତାଙ୍କ ପ୍ରେମିକ ତଥା ସହ-ଅଭିଯୁକ୍ତ ଚେତନ ଚୌଧୁରୀଙ୍କ ସହିତ ମିଶି ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ।

ଓ୍ବିଗ୍ ପିନ୍ଧିବା କାରଣରୁ ପୁଅର ହତ୍ୟା ହୋଇନାହିଁ:

ଏହି ସମୟରେ, କେତନ ଅଗ୍ରୱାଲଙ୍କ ବାପା ବିଶାଲ ଅଗ୍ରୱାଲ କହିଛନ୍ତି ଯେ ତାଙ୍କ ପୁଅ କେଶରେ ଗୋଟିଏ ଛୋଟ ପ୍ୟାଚ୍ ଲଗାଉଥିଲେ ଏବଂ ଏ ସମ୍ପର୍କରେ ମଧ୍ୟ ନିର୍ବନ୍ଧ ପୂର୍ବରୁ ସିଆଙ୍କ ପରିବାର ଲୋକଙ୍କୁ ଜଣାଇଦିଆଯାଇଥିଲା। ବିଶାଲ ଅଗ୍ରୱାଲ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ୱିଗ୍ ପିନ୍ଧିବା ଅର୍ଥାତ୍ ନକଲି କେଶ ଲଗାଇବା ତାଙ୍କ ପୁଅର ମୃତ୍ୟୁର କାରଣ ହୋଇପାରିବ ନାହିଁ।

ଚେତନ ଚୌଧୁରୀ ଏବଂ ସିଆ ଗୋଏଲଙ୍କ ସମ୍ପର୍କ ବିଷୟରେ କେବେ ଜାଣିଲେ ପରିବାର ଲୋକ?

ତଦନ୍ତର ଅଂଶ ସ୍ୱରୂପ, ପୁଣେ ରୁରାଲ ପୋଲିସ ଶୁକ୍ରବାର ଦିନ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସିଆ ଗୋୟଲଙ୍କ ଭାଇ ସାହିଲ ଗୋୟଲଙ୍କୁ ପଚରାଉଚରା କରିଥିଲା। ପୋଲିସ ଏହା ନିର୍ଣ୍ଣୟ କରିବାକୁ ଚାହୁଁଥିଲା ଯେ ସେ ତାଙ୍କ ସହ-ଅଭିଯୁକ୍ତ ଚେତନ ଚୌଧୁରୀଙ୍କ ସହ ସିଆ ଗୋୟଲଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ କି ନାହିଁ ଏବଂ ସେ ଏହା ବିଷୟରେ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଜଣାଇଥିଲେ କି ନାହିଁ। ପୋଲିସ କହିଛି ଯେ ତଦନ୍ତରୁ ଜଣାପଡ଼ିଛି ଯେ ଜାନୁଆରୀରେ ଏକ କମ୍ୟୁନିଟି କ୍ରିକେଟ ଟୁର୍ନାମେଣ୍ଟ ସମୟରେ ଗୋୟଲଙ୍କ ପରିବାର ଚେତନ ଚୌଧୁରୀଙ୍କ ସହ ସିଆଙ୍କ ଘନିଷ୍ଠତା ବିଷୟରେ ଜାଣିଥିଲେ।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: Pune Murder Case: ପୁଣେ କେତନ ହତ୍ୟାକାଣ୍ଡରେ ବଡ଼ ଟ୍ୱିଷ୍ଟ; ଜେଲ୍ ଭୟରେ ପ୍ରେମୀଙ୍କ ମଧ୍ୟରେ 'ବ୍ଲେମ୍ ଗେମ୍', ନିଜକୁ ବଞ୍ଚାଇବାକୁ ରଣନୀତି