PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ସରକାର ଗଠନ ହେଉହେଉ ମୁଖ୍ୟମନ୍ତ୍ରୀ ମାନ୍‌ଙ୍କ ବଡ ଘୋଷଣା, ମାସେ ଭିତରେ ୨୫ହଜାର ପଦପଦବୀ ପୂରଣ ପାଇଁ ଆରମ୍ଭ ହେବ ପ୍ରକ୍ରିୟା

ଚଣ୍ଡିଗଡ ୧୯/୦୩: କ୍ଷମତାକୁ ଆସୁ ଆସୁ ଆକ୍ସନରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ । ନିର୍ବାଚନ ଜିତିବା ଦିନ ଠାରୁ ଖୁବ ଚର୍ଚ୍ଚାରେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ । ଅପ୍ରତ୍ୟାସିତ ଭାବେ କଂଗ୍ରେସକୁ ଧୂଳି ଚଟାଇ ପଞ୍ଜାବର ମଙ୍ଗ ଧରିଛନ୍ତି ଭଗଓ୍ବନ୍ତ ମାନ୍‌ । ଆଉ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କେଇଟା ଦିନ ମଧ୍ୟରେ ଏବେ ଆକ୍ସନ୍‌ ମୋଡରେ ମୁଖ୍ୟମନ୍ତ୍ରୀ ମାନ୍‌ ।

ଆମ୍‌ ଆଦମୀ ପାର୍ଟି ସରକାରର ପ୍ରଥମ କ୍ୟାବିନେଟ୍‌ ବୈଠକରେ ପଞ୍ଜାବବାସୀଙ୍କୁ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ । ସରକାରୀ ବିଭାଗ ଗୁଡିକରେ ଖାଲିଥିବା ପ୍ରାୟ ୨୫ ହଜାର ପଦପଦବୀ ପୂରଣ ପାଇଁ ଖୁବଶୀଘ୍ର ବାହାରିବ ବିଜ୍ଞପ୍ତି । ଏଥିରେ କେବଳ ପୋଲିସ ବିଭାଗ ପାଇଁ ୧୦ ହଜାର ପଦପଦବୀ ବାହାରିବାକୁ ଥିବାବେଳେ ଅନ୍ୟାନ୍ୟ ବିଭାଗଗୁଡିକରେ ୧୫ ହଜାର ପଦପଦବୀ ପୂରଣ ହେବ । ସବୁଠାରୁ ବଡ କଥା ହେଉଛି ମାସେ ମଧ୍ୟରେ ଏହିସବୁ ପଦବୀଗୁଡିକରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ମାନ୍‌ କହିଛନ୍ତି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ନିଜ ମନ୍ତ୍ରୀମଣ୍ଡଳ ମଧ୍ୟ ଗଠନ କରିସାରିଛନ୍ତି । ଟ୍ବିଟ୍‌ କରି ନିଜ ମନ୍ତ୍ରୀମାନଙ୍କ ନାଁ ଘୋଷଣା କରିଛନ୍ତି । ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ମାନ୍‌ ନୂଆ ମନ୍ତ୍ରୀମଣ୍ଡଳରେ ସମସ୍ତ ବର୍ଗଙ୍କୁ ପ୍ରଧାନ୍ୟ ଦେଇଛନ୍ତି । ପଞ୍ଜାବରେ ପ୍ରଥମ ଥର ପାଇଁ ସରକାର ଗଠନ କରିଥିବା ଆପ୍‌ ପୁରା ଜୋସ୍‌ରେ କାମ ଆରମ୍ଭ କରିଛି । ଯେଉଁଥି ପାଇଁ ସାରା ଦେଶରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ମାନ୍‌ଙ୍କ ମନ୍ତ୍ରୀମଣ୍ଡଳ​‌ରେ ସାମିଲ ହୋଇଥିବା ନେତାମାନଙ୍କ ମଧ୍ୟରେ ୨ଜଣ ଚାଷୀ, ୩ ଆଇନଜିବୀ, ୨ଜଣ ଡାକ୍ତର, ଜଣେ ସାମାଜିକ କର୍ମୀ, ଜଣେ ଇଞ୍ଜିନିୟର ରହିଛନ୍ତି ।

ସମ୍ବନ୍ଧିତ ଖବର