ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପଞ୍ଜାବ କିଙ୍ଗସକୁ ବଡ଼ ଝଟକା, IPL 2025ରୁ ବାଦ୍‌ ପଡ଼ିଲେ ଏହି ଖେଳାଳି

Published By : Tapas Panda | April 14, 2025 10:14 PM

Image Courtesy: tv9hindi

ନୂଆଦିଲ୍ଲୀ: ଗତ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍‌ର ଦଳକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୮ ୱିକେଟ୍‌ରେ ପରାଜୟର ସାମ୍ନା କରିବାକୁ ପଡିଥିଲା । କିନ୍ତୁ ଏବେ ଏହି ଦଳକୁ ଆଉ ଏକ ବଡ଼ ଝଟକା ଲାଗିଛି। ପଞ୍ଜାବ କିଙ୍ଗସର ଦ୍ରୁତ ବୋଲର ଲକି ଫର୍ଗୁସନ୍ ଆଇପିଏଲ ୨୦୨୫ରୁ ବାଦ ପଡ଼ିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ଲକି ଫର୍ଗୁସନଙ୍କୁ ଗମ୍ଭୀର ଆଘାତ ଲାଗିଥିବା ବେଳେ ତାଙ୍କ ପାଇଁ ଆଉ ଖେଳିବା ଅସମ୍ଭବ । ଏଥିପାଇଁ ସେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି । ପଞ୍ଜାବ କିଙ୍ଗସ୍ ବୋଲିଂ ପ୍ରଶିକ୍ଷକ ଜେମ୍ସ ହୋପ୍ସ ସୂଚନା ଦେଇଛନ୍ତି ଯେ, ଏବେ ଫର୍ଗୁସନ୍‌ଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବା ପ୍ରାୟ ଅସମ୍ଭବ।

ପଞ୍ଜାବ କିଙ୍ଗସର ବୋଲିଂ ପ୍ରଶିକ୍ଷକ ଜେମ୍ସ ହୋପ୍ସ କହିଛନ୍ତି, 'ଫର୍ଗୁସନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦଳରୁ ବାଦ ପଡ଼ିଛନ୍ତି ଏବଂ ଟୁର୍ଣ୍ଣାମେଣ୍ଟ ଶେଷ ସୁଦ୍ଧା ଫେରିବା ବହୁତ କଷ୍ଟକର।’ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ କେବଳ ଦୁଇଟି ବଲ୍ ପକାଇବା ପରେ ଫର୍ଗୁସନ୍ ପଡ଼ିଆ ଛାଡ଼ି ଦେଇଥିଲେ। ସେ ଚଳିତ ସିଜିନରେ ପଞ୍ଜାବ ପାଇଁ ଏପର୍ଯ୍ୟନ୍ତ ଚାରୋଟି ମ୍ୟାଚ୍ ଖେଳି ୫ଟି ୱିକେଟ୍ ନେଇଛନ୍ତି ଏବଂ ମଧ୍ୟବର୍ତ୍ତୀ ଓଭରଗୁଡ଼ିକରେ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ଲକି ଫର୍ଗୁସନ୍‌ ଦଳରୁ ବାଦ ପଡ଼ିବା ପଞ୍ଜାବ କିଙ୍ଗସ ପାଇଁ ଏକ ବଡ଼ ବିପର୍ଯ୍ୟୟ ।  କାରଣ ଦଳରେ ଏହି ଖେଳାଳିଙ୍କୁ ରିପ୍ଲେସ୍‌ କଲା ଭଳି କୌଣସି ଖେଳାଳି ନାହାନ୍ତି। ତଥାପି, ଆଫଗାନିସ୍ତାନ ଅଲରାଉଣ୍ଡର ଆଜମାତୁଲ୍ଲା ଉମରଜାଇଙ୍କୁ ତାଙ୍କ ସ୍ଥାନରେ ଏକ ଭଲ ବିକଳ୍ପ ଭାବରେ ଦେଖାଯାଉଛି ।

ଭାରତୀୟ ଖେଳାଳିଙ୍କ ମଧ୍ୟରେ ବିଜୟ କୁମାର ବୈଶାଖ ଏକ ବିକଳ୍ପ ହୋଇପାରନ୍ତି । ସେ ଏହି ସିଜିନର ପ୍ରଥମ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ସେବେଠାରୁ ତାଙ୍କୁ ଆଉ ସୁଯୋଗ ମିଳିନାହିଁ। ସନରାଇଜର୍ସ  ହାଇଦ୍ରାବାଦ ବିପକ୍ଷରେ ୟଶ ଠାକୁରଙ୍କୁ ମଧ୍ୟ ପରୀକ୍ଷା କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.