PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା ସାଲେଭଟା ଛକରେ ରକ୍ତାକ୍ତ ଅବସ୍ଥାରେ ଯୁବକ-ଯୁବତୀ ଉଦ୍ଧାର
  • ||
  • ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି, ହେଲିକପ୍ଟର ଉଡାଣ ଭରିବା କ୍ଷଣି ମଝି ଆକାଶରେ ଦେଖାଗଲା କଳା ବେଲୁନ୍, ୪ କଂଗ୍ରେସ କର୍ମୀ ଗିରଫ
  • ||
  • ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି
  • ||
  • ନୂଆପଡା ଉଦ୍ୟାନବନ୍ଧ କ୍ରିଷ୍ଣା ଛକରେ ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ୍ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଫାଶରେ ପଡ଼ି ଏକ ଭାଲୁର ମୃତ୍ୟୁ
  • ||
  • କୋଲକାତା : ମାତ୍ର ୭୫ ଟଙ୍କା ପାଉଣା ଫେରସ୍ତ ଦାବିରେ ଦେଖାଦେଇଥିଲା ଅଶାନ୍ତି, ନମାଜ ପଢ଼ି ଫେରିବା ବାଟରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା
  • ||
  • ଭୁବନେଶ୍ବର : ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ପଞ୍ଜିକୃତ ହୋଇଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା : ଗୃହରାଷ୍ଟ୍ର ମନ୍ତ୍ରୀ
  • ||
  • ଭୁବନେଶ୍ବର : ଜୁଲାଇ ୬ରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା । ଦିନ ୧ଟାରେ ପ୍ରକାଶ ପାଇପ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।
  • ||
  • ଗୋଚ୍ଛାପଡ଼ା/ଫୁଲବାଣୀ : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ୩ ବର୍ଷ ମଧ୍ୟରେ ପ୍ରତିରୋପଣ କରାଯିବ । ଦିଲ୍ଲୀ ଏମସ୍‌ ନ୍ୟୁରୋ ସର୍ଜରୀ ଡାକ୍ତର ଦୀପକ ଗୁପ୍ତାଙ୍କ ସୂଚନା ।
  • ||
  • ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଲ୍ଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି କରିବେ ଉନ୍ମୋଚନ
  • ||
  • କୋଟପାଡ଼ : କୋଟପାଡ଼ ମୀନାବଜାରରେ ଦୋଳି ଖେଳୁଥିବା ବେଳେ ଜଣେ ନାବଳିକାଙ୍କ ହୃଦ୍‌ଘାତରେ ମୃତ୍ୟୁ
  • ||
  • ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକନାଥଙ୍କ ବାଜିମାତ୍। ଫ୍ଳୋର ଟେଷ୍ଟରେ ବହୁମତ ହାସଲ କରିଛନ୍ତି ସିନ୍ଦେ। ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା।
  • ||
  • ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍ ଦୁର୍ଘଟଣା, ସ୍କୁଲ ପିଲାଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଆଶଙ୍କା
  • ||
  • ନୂଆଦିଲ୍ଲୀ : ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ : ବିଜୟ ମୁକୁଟ ପିନ୍ଧିଲେ ସିନି ଶେଟ୍ଟୀ
  • ||
  • ନୂଆଦିଲ୍ଲୀ : ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ, ୫ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ରେଜଲ୍ଟ ପ୍ରକାଶ ନେଇ ବୋର୍ଡର ସମସ୍ତ ପ୍ରସ୍ତୁତି ଶେଷ, ସଚିବାଳୟରେ ଆଜି ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ବାଲିପାଟଣା : ବାଲିଘାଟକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଆଇସିୟୁରେ ଭର୍ତ୍ତି ହେଲେ ଲାଲୁ ଯାଦବ, ପଡ଼ିଯିବା କାରଣରୁ ହୋଇଥିଲେ ଆହତ
  • ||
  • ଡେନମାର୍କ : ଡେନମାର୍କର ସପିଂ ମଲରେ ଫୁଟିଲା ଗୁଳି, ୩ଜଣଙ୍କର ମୃତ୍ୟୁ
  • ||

ପୁରୀରେ ମାଳ ମାଳ ଚୋରା ଦେଶୀ- ବିଦେଶୀ ବନ୍ଧୁକ: କଥା କଥାକେ ଗର୍ଜୁଛି, ଧରିବୁ କହି ପାଉନି ପୁଲିସ…

ପୁରୀ,୨୭/୦୫: ପୁରୀରେ ମାଳ ମାଳ ଚୋରା ବନ୍ଧୁକ । ଦେଶୀ ହେଉ କି ବିଦେଶୀ । କିଏ ପକେଟରେ ଧରି ବୁଲୁଛି ତ ଆଉ କିଏ ସୋସିଆଲ୍‌ ମିଡିଆରେ ଏହାର ଫଟୋ ଛାଡ଼ି ଭଡ଼ାରେ ଦିଆ ଯାଉଛି ବୋଲି ଖୁଲମ୍‌ଖୁଲା ଲେଖୁଛନ୍ତି । କଥା କଥାକେ ଫୁଟୁଛି ଗୁଳି । ସାମାନ୍ୟ ବଚସାରେ ବି ବାହାରୁଛି ବନ୍ଧୁକ । ବିଗତ ଦିନରୁ ଆରମ୍ଭ କରି ଲୋକନାଥଙ୍କ ସେବାୟତ ଶିବରାମ ପାତ୍ରଙ୍କ ହତ୍ୟା ଯାଏ ବନ୍ଧୁକ ଗୁଳି ବ୍ୟବହାର ହୋଇଥିଲେ ମଧ୍ୟ ଏଯାଏ ଏହି ରାକେଟ୍‌ର ସନ୍ଧାନ ପାଇନି ପୁଲିସ । ସବୁ ମାମଲା ପରେ ବନ୍ଧୁକ ରାକେଟ୍‌ର ଖୁଲାସା କରିବ ବୋଲି ପୁଲିସ ସେହି ସମାନ ପ୍ରତିଶ୍ରୁତି ଦେଇଛି । ଏପରିକି ଭଡ଼ାରେ ବନ୍ଧୁକ ମିଳୁଥିବାର ପ୍ରମାଣ ପାଇ ବି ପୁଲିସ ଏଦିଗରେ ନିରବ ରହିବା ଘଟଣା ଅପରାଧୀଙ୍କୁ ପ୍ରୋତ୍ସାହନ ଦେଉଛି ।

୨୦୧୯ ମସିହା ଡିସେମ୍ବର ୨୫ରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ସଞ୍ଜୟ ବେହେରା ଓରଫ ପାରା (୨୭)କୁ ଗୁଳି କରି ହତ୍ୟା କରାଯାଇଥିଲା । ସେତେବେଳେ ଅଭିଯୁକ୍ତଙ୍କୁ ଗିରଫ କରି ତତ୍‌କାଳୀନ ସିଟି ଡିଏସ୍‌ପି ପ୍ରଶାନ୍ତ ପଟ୍ଟନାୟକ ଗଣମାଧ୍ୟମ ସମ୍ମୁଖରେ ଏହି ବନ୍ଧୁକ କେଉଁଠାରୁ ଆସିଥିଲା ଓ କିଏ ଯୋଗାଇଥିଲା ତାହାର ଖୁଲାସ ଖୁବ୍‌ଶୀଘ୍ର କରାଯିବ ବୋଲି କହିଥିଲେ । ହେଲେ ଏଯାଏଁ ତାହାର କୌଣସି ସନ୍ଧାନ ମିଳିନାହିଁ । ୨୦୧୮ ମସିହାରେ ତାଳବଣିଆ ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ଗୋଡକୁ ୬ ରାଉଣ୍ଡ୍‌ ଗୁଳି କରିଥିଲେ ଦୁର୍ବୃତ୍ତ । ଏଥିରେ ଚନ୍ଦନ ପଣ୍ଡା ଓ ଗୁଡୁ ପଣ୍ଡା ନାମକ ଦୁଇ ଭାଇଙ୍କୁ ଗିରଫ କରାଯାଇଥିଲା । ବନ୍ଧୁକ ଜବତ ହୋଇଥିଲେ ବି ତାହା କେଉଁଠାରୁ ଆସିଥିଲା ତାହାର ସୂଚନା ଦେଇନି ପୁଲିସ । ସେହିବର୍ଷ ଭାଗୁ ପ୍ରଧାନକୁ ଗୁଳି ମାଡ ହୋଇଥିଲା । ପୁଲିସ ସେତେବେଳେ ବି କହିଥିଲା ଏହି ରାକେଟ୍‌କୁ ଆମେ ଧରିବୁ । ୨୦୧୯ରେ ସୁଧୀର ମାଝୀ ନାମକ ଜଣେ ଯୁବକ ଗୁଳିକାଣ୍ଡ ଘଟାଇଥିଲା । ସେହି ବର୍ଷ ନଭେମ୍ବରରେ ବାଟଗାଁର କାଳୁ ଭୋଳ ଓ ୨୦୨୦ ମସିହାର ଜାନୁଆରୀ ୮ରେ ସେହିଗ୍ରାମର ଗଙ୍ଗାଧର ଭୋଳଙ୍କୁ ଗୁଳିମାଡ଼ ହୋଇଥିଲା ।

ସେହିବର୍ଷ ପୂର୍ବତନ କାଉନ୍‌ସିଲର୍‌ ଗୋଖାସାହିର ସତ୍ୟଭାମା ବେହେରାଙ୍କୁ ଗୁଳିମାଡ଼ ହୋଇଥିଲା । ବାଟଗାଁରେ ସୁଧ ଭୋଳଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ ଦୁର୍ବୃତ୍ତ । ହରେକୃଷ୍ଣପୁର ଛକରେ ଜଣେ ଯୁବକଙ୍କ ମୁଣ୍ଡରେ ପୁନିଆ ସ୍ୱାଇଁ ନାମକ ଜଣେ ଜେଲ୍‌ ଫେରନ୍ତା ବନ୍ଧୁକ ଲଗାଇ ଗିରଫ ହୋଇଥିଲା । ୨୦୨୧ ମସିହାରେ ବେଲ ପ୍ରଧାନ ହତ୍ୟା ମାମଲାରେ ବି ପୁଲିସ କହିଥିଲା ଚୋରା ବନ୍ଧୁକ ଚାଲାଣ ର‌୍ୟାକେଟ୍‌କୁ ଧରିବୁ। ଏପରିକି ୨୦୧୨ ମସିହାରେ ଗୁନ ସିଂହାରୀ ହତ୍ୟା ମାମଲା ଓ ୨୦୨୨ ମାର୍ଚ୍ଚ ୧୬ରେ କାଳିଆ ପଢିଆରୀ ହତ୍ୟା ମାମଲାରେ ବନ୍ଧୁକ କୁଆଡୁ ଆସିଥିଲା ତାହାର ଖୋଳତାଡ଼ କରାଯାଉଛି ବୋଲି କହିଥିଲା ପୁଲିସ । କାଳିଆଙ୍କ ହତ୍ୟା ମାମଲାରେଗିରଫ ମୁନା ପାତ୍ର ବନ୍ଧୁକ ଯୋଗାଇଥିଲା ବୋଲି ପୁଲିସ କହିଥିଲା । କିନ୍ତୁ ଏହି ବନ୍ଧୁକ ସେ କେଉଁଠାରୁ ଆଣିଛି ବୋଲି ଗଣମାଧ୍ୟମଙ୍କ ପ୍ରଶ୍ନର ଉତ୍ତରରେ ଏସ୍‌ପି କହିଥିଲେ ଖୁବ୍‌ଶୀଘ୍ର ଏହାର ଖୁଲାସା ହେବ ।

ସେହିପରି ଗତ ବର୍ଷ ଅକ୍ଟୋବର ୧୯ ତାରିଖ ବିଳମ୍ବିତ ରାତିରେ ନରେନ୍ଦ୍ର କୋଣ ଆଇଟିଆଇ କଲେଜ ନିକଟରେ ଜିତେନ୍ଦ୍ର ସାହୁଙ୍କ ପତ୍ନୀ ଶକୁନ୍ତଳା (୩୮)ଙ୍କୁ ଗୁଳି କରିଥିଲା ଗୋଖାସାହିର ବିଜୁ ବେହେରା (୨୫) । ତାକୁ ଏନ୍‌କାଉଣ୍ଟର୍‌ କରି ଗିରଫ କରିଥିଲା ପୁଲିସ । ବନ୍ଧୁକ ମଧ୍ୟ ଜବତ ହୋଇଥିଲା । ନିକଟ ଅତୀତରେ ଚନ୍ଦନପୁର ଥାନା ପୁଲିସ ପ୍ରକାଶ ସ୍ୱାଇଁକୁ ଗିରଫ କରି ତା’ ଠାରୁ ୨ଟି ବନ୍ଧୁକ ଜବତ କରିଥିଲା । ବାଲିଗୁଆଳି ନିକଟ ଫାର୍ମାସୀ କଲେଜ ଠାରେ ଜଣେ ଯୁବକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧରାପଡ଼ିଥିଲା ଜଣେ ନିଶାଖୋର ।

ଗତ ଫେବ୍ରୁଆରୀ ୨୬ ତାରିଖରେ ସପ୍ତର୍ଷି ହୋଟେଲ୍‌ରେ ଚଢ଼ଉ କରି ଜଣେ ମହିଳାଙ୍କ ସହ ମୋଟ ୭ ଜଣଙ୍କୁ ଗିରଫ କରି ୨ ବନ୍ଧୁକ ଓ ୨ଟି ଗୁଳି ଜବତ କରିଥିଲା । ଉକ୍ତ ହୋଟେଲ୍‌ରେ ବନ୍ଧୁକ କାରବାର ହେଉଥିଲା ବୋଲି ପୁଲିସ ସୁରାକ୍‌ ପାଇଥିଲା । ଏଥିରେ ବି ସମାନ ପ୍ରତିଶ୍ରୁତି ଦେଇଥିଲା ପୁଲିସ । ୨୦୧୭ ମସିହା ଏପ୍ରିଲ୍‌ ୧୩ରୁ ୨୦୨୧ ଅକ୍ଟୋବର ୨୦ ମଧ୍ୟରେ ମୋଟ ୧୬ ଜଣଙ୍କୁ ଏନ୍‌କାଉଣ୍ଟର୍‌ କରିଥିଲା ପୁଲିସ । ସମସ୍ତ ଅପରାଧୀଙ୍କ ଠାରୁ ପୁଲିସ ବନ୍ଧୁକ ଜବତ କରିଥିଲା । ହେଲେ ଏହି ବନ୍ଧୁକ ସେମାନେ କୁଅଡୁ ଆଣିଥିଲେ ତାହାର ପତ୍ତା ପାଇ ନାହିଁ ପୁଲିସ ।

ଗତ ମଙ୍ଗଳବାର ସେବାୟତ ଶିବରାମଙ୍କ ହତ୍ୟା ପରେ ବନ୍ଧୁକ ଜବତ କରି ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଏହି ବନ୍ଧୁକ ଯୋଗାଉଥିବା ରାକେଟ୍‌କୁ ଖୁବ୍‌ଶୀଘ୍ର ଧରିବାକୁ ଏସ୍‌ପି କୁଆଡେ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି ।ଏନେଇ ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢୀ କହିଛନ୍ତି, ପୂର୍ବରୁ ଏନେଇ ତଦନ୍ତ ଜାରି ରହିଛି । ଯାହା ମିଳିଛି ତାହା ଏବେ ଗୋପନ ରଖାଯାଇଛି । ଖୁବ୍‌ଶୀଘ୍ର ରାକେଟ୍‌ର ପର୍ଦ୍ଦାଫାସ୍‌ କରାଯିବ ବୋଲି ସେ କହିଛନ୍ତି ।

ପାର୍ଟ ଟାଇମ୍‌ ଜବ୍‌ ପାଲଟିଛି ବନ୍ଧୁକ ଯୋଗାଣ: ଗତ ବର୍ଷ ସେପ୍ଟେମ୍ବର ୨୨ରେ ପୁରୀର ଜଣେ ଯୁବକ ମାନଚିତ୍ର ଉପରେ ବନ୍ଧୁକ ରଖି ନିଜ ଫେସ୍‌ବୁକ୍‌ ଷ୍ଟାଟସ୍‌ରେ ଫଟୋ ଦେଇ ଉପଲବ୍ଧ ବୋଲି ଲେଖିଥିଲା । ଏହାର ଫଟୋ ସହ ଖବର ‘ପ୍ରମେୟ’ରେ ପ୍ରକାଶ ପାଇଥିଲା । ବନ୍ଧୁକ ଉପଲବ୍ଧ ବୋଲି ସୂଚନା ଦେବା ଘଟଣାର ତଦନ୍ତ ହେବ ବୋଲି କହିଥିଲେ ସିଟି ଡିଏସ୍‌ପି । ହେଲେ ପରେ ଘଟଣାକୁ ପୁଲିସ ଭୁଲି ଯାଇଥିଲା । ଏପରିକି ସହରର ଅନେକ ଯୁବକ ବନ୍ଧୁକ ଧରି ଭିଡିଓ ଭାଇରାଲ୍‌ କରିଥିଲେ ମଧ୍ୟ ସେମାନେ ଏସବୁ କେଉଁଠାରୁ ଆଣିଛନ୍ତି ତାହାର ତଦନ୍ତ ବି ହେଲା ନାହିଁ । ସେହିପରି ପାରା ହତ୍ୟା ମାମଲାରେ ଡେଙ୍ଗା ମୁନାକୁ ବନ୍ଧୁକ ଯୋଗାଇଥିଲା ଭାଗୁ ବୋଲି କହିଥିଲା ପୁଲିସ । ହେଲେ ଭାଗୁ ଏହି ବନ୍ଧୁକ କେଉଁଠାରୁ ପାଇଥିଲା ତାହା ଏବେବି ଅସ୍ପଷ୍ଟ । କାଳିଆ ପଢ଼ିଆରୀ ହତ୍ୟା ମାମଲାରେ ମୁନା ପାତ୍ର ଠାରୁ ୭୦ ହଜାର ଟଙ୍କା ବିନିମୟରେ ଭଡ଼ାରେ ଆସିଥିଲା ବନ୍ଧୁକ । ଏହା ତଦନ୍ତ ବେଳେ ଜଣାପଡ଼ିଥିବା ଗଣମାଧ୍ୟମକୁ କହିଥିଲେ ଏସ୍‌ପି । ଏଭଳି ଅନେକ ଘଟଣା ରହିଛି ଯେଉଁଥିରେ ବନ୍ଧୁକ ଭଡ଼ାରେ ନେଇ ଅପରାଧ ଘଟାଇଛନ୍ତି ଅପରାଧୀ । ଏହାର ଠୋସ୍‌ ପ୍ରମାଣ ପୁଲିସ ପାଖରେ ରହିଛି । ଏହି ବନ୍ଧୁକ ଯୋଗାଣ କାରବାର ଅପରାଧୀଙ୍କ ପାଇଁ ପାର୍ଟ ଟାଇମ୍‌ ଜବ୍‌ ପାଲଟିଛି ।

ଯୋଗାଉଛନ୍ତି ବଙ୍ଗାଳୀ ଓ ବିହାରୀ ବେପାରୀ: କଟକ ଓ ଭୁବନେଶ୍ୱରରୁ ସିଧା ପୁରୀକୁ ଆସୁଛି ବନ୍ଧୁକ । ଏହି ବନ୍ଧୁକ ପଶ୍ଚିମବଙ୍ଗ ଓ ବିହାରରୁ ଆସୁଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ବଙ୍ଗାଳୀ ଓ ବିହାରୀ ବେପାରୀମାନେ ଏହି ବନ୍ଧୁକ ଯୋଗାଉଥିବାବେଳେ ତାହା ଭିନ୍ନ ଭିନ୍ନ ସୂତ୍ର ଦେଇ ଅପରାଧୀଙ୍କ ପାଖରେ ପହଞ୍ଚୁଛି ବୋଲି ନିଜ ନାମ ଗୋପନ ରଖି କହିଛନ୍ତି ଜଣେ ପୁଲିସ ଅଧିକାରୀ । ପୂର୍ବରୁ କଟକ ଓ ଭୁବନେଶ୍ୱରର ବଡ଼ ବଡ଼ ଅପରାଧୀଙ୍କ ନିକଟରେ ବନ୍ଧୁକ ପହଞ୍ଚିବା ପରେ ତାହା ପୁରୀକୁ ଚାଲାଣ ହେଉଥିଲା । ହେଲେ ଏବେ ବଙ୍ଗାଳୀ ଓ ବିହାରୀ ବେପାରୀମାନେ ପୁରୀକୁ ଶ୍ରମିକ ଭାବେ ଆସି ବନ୍ଧୁକ ଚାଲାଣ କରୁଥିବା ଖବର ମିଳିଛି ବୋଲି ସେ କହିଛନ୍ତି । କବାଡ଼ିଆ କିମ୍ବା ରାଜମିସ୍ତ୍ରୀ ଭାବେ କାମ କରି ବନ୍ଧୁକ ର‌୍ୟାକେଟ୍‌ର ସୂତ୍ରଧର ପାଲଟୁଛନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି ।