ପୁରୀ ୦୯/୦୩: ପୁରୀ କୋର୍ଟକୁ ପୁଣି ବୋମାରେ ଉଡ଼ାଇ ଦେବାକୁ ଆସିଲା ଧମକ। ଧମକପୂର୍ଣ୍ଣ ଇ-ମେଲ ଆସିବା ଖବର ପରେ କୋର୍ଟ ପରିସରରେ ଖେଳିଗଲା ଆତଙ୍କ। କୋର୍ଟ ପରିସର ଥିବା ବିଚାରପତି, କର୍ମଚାରୀ ଓ ଓକିଲଙ୍କ ମଧ୍ୟ ଭୟର ବାତାବରଣ। ଅଧାରୁ କାମ ଛାଡ଼ି ଜୀବନ ବିକଳରେ ବାହାରକୁ ଚାଲି ଆସିଲେ ସମସ୍ତ କର୍ମଚାରୀ। ଏନେଇ ପୁଲିସ ପୁରୀ ପୁଲିସକୁ ଦିଆଯାଇଥିଲା ସୂଚନା ।ସିଟି ଡିଏସପିଙ୍କ ତତ୍ତ୍ବାବଧାନରେ ସମୁଦ୍ରକୂଳ ଥାନା ଓ ସାଇବର ଥାନା ପୁଲିସ ସହିତ ବମ୍ ସ୍କ୍ୱାଡ୍ ଓ ଡଗ୍ ସ୍କ୍ବାଡ୍ ମଧ୍ୟ କୋର୍ଟ ପରିସର ଓ ସମସ୍ତ ସ୍ଥାନକୁ ତନତନ କରି ଯାଞ୍ଚ କରିଥିଲେ । ୩ ଘଣ୍ଟା ପରେ କୋର୍ଟ କାର୍ଯ୍ୟ ସ୍ବାଭିବକ ହୋଇଥିବା ସୂଚନା ମିଳିଛି।
ସୂଚାନ ଅନୁଯାୟୀ, ଆଜି ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ପୁରୀ କୋର୍ଟକୁ ଉଡ଼ାଇଦେବାକୁ ଏକ ଧମକପୂର୍ଣ୍ଣ ମେଲ୍ ଆସିଥିଲା । ଯାହାକୁ କୋର୍ଟ ପରିସର ଆତଙ୍କ ଖେଳିଯାଇଥିଲା। ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରି ଆସିଥିଲେ। ଘଟଣାସ୍ଥଳରେ ଆଣ୍ଟି ବମ୍ ସ୍କ୍ଵାଡ୍ ସହ ପୁଲିସ ପହଞ୍ଚି ଛାନ୍ଭିନ୍ କରିଥିଲେ। କିଛି ସମୟ ପାଇଁ କୋର୍ଟ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ବୋମା ଧମକ ଯୋଗୁଁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ତେବେ କୋର୍ଟ ପରିସରରେ ଯାଞ୍ଚ ସରିବା ପରେ କୋର୍ଟ କାର୍ଯ୍ୟ ସ୍ବଭାବିକ ହୋଇଥିବା ଦେଖିବାକୁ ମିଳିଛି । ସାଇବର ଥାନା ଘଟଣାର ତଦନ୍ତ କରୁଥିବା ବେଳେ କିଏ ଏବଂ କେଉଁଠାରୁ ଏହି ଇ-ମେଲ୍ ପଠାଇଛି ତା'ର ମଧ୍ୟ ଖୋଳତାଡ଼ କରାଯାଉଛି । ତେବେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ସିଟି ଡିଏସ୍ପି ସୂଚନା ଦେଇଛନ୍ତି ।
ସୂଚନା ମୁତାବିକ, ପୂର୍ବରୁ ଜାନୁଆରୀ ୮ ତାରିଖରେ ଓଡ଼ିଶା ସମେତ ବିଭିନ୍ନ ସହରରେ ଥିବା କୋର୍ଟକୁ ବୋମାରେ ଉଡ଼ାଇବାକୁ ଆସିଲା ଧମକପୂର୍ଣ୍ଣ ମେଲ୍। ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା। କଟକ, ସମ୍ବଲପୁର ଓ ଦେବଗଡ଼ କୋର୍ଟକୁ ବୋମାରେ ଉଡ଼ାଇଦେବାକୁ ଧମକ ମଧ୍ୟ ଆସିଲା। ଏହି ସବୁ ନ୍ୟାୟାଳୟ ପରିସରରେ ଆତଙ୍କ ଖେଳିଯାଇଥିଲା। କାର୍ଯ୍ୟ ବନ୍ଦ ସହ କୋର୍ଟ ପରିସର ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରି ଯାଇଥିଲେ।
ଅଧିକ ପଢ଼ନ୍ତୁ :- ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ : ବଢିଲା ରିଫାଇନ୍ ଓ ପାମୋଲିନ୍ ତେଲ ଦର