PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ପୁରୀ ଜିଲ୍ଲା ସ୍ତରୀୟ ୪ ଦିନିଆ  କୃଷି ଯନ୍ତ୍ରପାତି ମହୋତ୍ସବ ଉଦଘାଟିତ

ପୁରୀ ୭/୨: ପୁରୀ ଶରଧାବାଲିରେ ୪ ଦିନିଆ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମହୋତ୍ସବ ଉଦଘାଟିତ ହୋଇଛି। ମଙ୍ଗଳବାର ଅପରାହ୍ନରେ ଉଦଘାଟିତ ଏହାକୁ ଉଦଘାଟନ କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି, କୃଷି ଓ କୃଷକର ବିକାଶ ପାଇଁ ସରକାର ଅନେକ ବ୍ୟବସ୍ଥା କରିଛନ୍ତି ବୋଲି ସେ କହିଥିଲେ। କର୍ଣ୍ଣାଟକ ପରେ ଓଡ଼ିଶା ଦ୍ୱିତୀୟ ରାଜ୍ୟ ଯିଏ କୃଷି ବଜେଟ ଉପସ୍ଥାପନ କରୁଛି।୨୦୦୦ ରୁ ୨୦୨୩ ମଧ୍ୟରେ କୃଷି ବଜେଟରେ ୬ ଗୁଣା ବଢିଛି। କାଳିଆ, ବଳରାମ ଯୋଜନା କୃଷକମାନଙ୍କ ପାଇଁ ପ୍ରଣୟନ କରାଯାଇଛି। ସବସିଡ ମଧ୍ୟ ପ୍ରଦାନ କରାଯାଇଛି ବୋଲି ସମୀକ ଦାଶ କହିଛନ୍ତି।

ସେହିଭଳି ସୂଚନା ପ୍ରଯୁକ୍ତି, କ୍ରିଡା ଓ ଯୁବ ସେବା ମନ୍ତ୍ରୀ ତୁଷାର କାନ୍ତି ବେହେରା କହିଛନ୍ତି ବିଗତ ୧୦ ବର୍ଷ ମଧ୍ୟରେ କୃଷିରେ ଅନେକ ଉନ୍ନତି ହୋଇଛି। ପାରମ୍ପରିକ କୃଷି ବଦଳରେ ଆଧୁନିକ ପ୍ରଣାଳୀରେ ଚାଷ ପାଇଁ କୃଷକମାନେ ଆଗଭର ହେଲେଣି। ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ବୈଷୟିକ ଜ୍ଞାନ କୌଶଳ ଓ ଜୈବିକ ସାର ବ୍ୟବହାର କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।  ଜିଲ୍ଲାପାଳ ସମର୍ଥ ବର୍ମା ମେଳାର ସଫଳତା କାମନା କରିବା ସହ କୃଷକ ମାନଙ୍କୁ ଏହି ମେଳାର ସୁଫଳ ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରମେଶ ଚନ୍ଦ୍ର ରାୟ ଏଥିରେ ସଭାପତିତ୍ୱ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।