ପୁରୀ, ୧୪/୦୬: ଆଜି ରବିବାର ସାଙ୍ଗକୁ ପହିଳି ରଜ । ଏନେଇ ଶ୍ରୀକ୍ଷେତ୍ରରେ ଜନସମୁଦ୍ର ପାଲଟିଛି । ସିଂହଦ୍ବାର ସାମ୍ନା ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଛୁଟିଦିନ ଥିବାରୁ ମହାପ୍ରଭୁଙ୍କ ଦର୍ଶନ ଲାଗି ଲମ୍ବା ଲାଇନ୍ ଲଗାଇଛନ୍ତି ଭକ୍ତମାନେ । ମାତ୍ର ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ସେମାନଙ୍କୁ କଲବଲ ହେବାକୁ ପଡୁଛି।
ରଜରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସମାଗମ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରୁଭଙ୍କ ଦର୍ଶନ ଅପେକ୍ଷାରେ ରହିଛି । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ସାନିଧି ଲାଭ କରିବେ । ଏନେଇ ପହୁଡ଼ ଖୋଲିବାକୁ ଠାରୁ ଶ୍ରଦ୍ଧାଳୁମାନେ ଲମ୍ବା ଲାଇନ୍ ଲଗାଇଛନ୍ତି । ହେଲେ ପ୍ରବଳ ଖରା ଯୋଗୁ ସେମାନଙ୍କୁ କଲବଲ ହେବାକୁ ପଡ଼ୁଛି । ଗୁଳୁଗୁଳି ଅସ୍ତବ୍ୟସ୍ତ କରିଦେଉଛି, ତଥାପି ଶ୍ରୀଜିଉଙ୍କ ଦର୍ଶନ ଲାଗି ବ୍ୟାକୁଳ ହୋଇଛନ୍ତି । ସେପଟେ ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗରମ ଓ ଗୁଳୁଗୁଳିରୁ ରକ୍ଷା ପାଇଁ ଅଗ୍ନିଶମ ବାହିନୀ ପାଣି ସିଞ୍ଚନ କରୁଥିବା ବେଳେ ଭକ୍ତଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ କରାଯାଇଛି ।