ନୂଆଦିଲ୍ଲୀ,୧୩।୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗ୍ରାହକଙ୍କ ହିତକୁ ଦୃଷ୍ଟିରେ ରଖି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆରବିଆଇ ମୋଗାଭିରା ସମବାୟ ବ୍ୟାଙ୍କର ଆର୍ଥିକ ସ୍ଥିତିରେ ହ୍ରାସକୁ ଦେଖି ଏହା ଉପରେ ବହୁ କଟକଣା ଲଗାଇଛି। ଏହା ପ୍ରଥମ ଥର ନୁହେଁ ଯେତେବେଳେ ଆରବିଆଇ କୌଣସି ସହକାରୀ ବ୍ୟାଙ୍କ ଉପରେ କଟକଣା ଲଗାଇ ଦେଇଛି। ଏହା ପୂର୍ବରୁ ମଇରେ ମଧ୍ୟ ଏକ ସହକାରୀ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରି ଦିଆଯାଇଥିଲା।
ମୋଗାଭିରା ସମବାୟ ବ୍ୟାଙ୍କ ଉପରେ କାହିଁକି ଆକ୍ସନ ?
ବ୍ୟାଙ୍କ ଉପରେ ଅନେକ ସର୍ତ୍ତ ସହିତ ଛଅ ମାସର ପ୍ରତିବନ୍ଧକ ଲଗାଯାଇଛି। ବ୍ୟାଙ୍କର ଆର୍ଥିକ ସ୍ୱାସ୍ଥ୍ୟକୁ ଆଧାର କରି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହି ନିଷ୍ପତ୍ତି ନେଇଛି।ମୋଗାଭିରା ସମବାୟ ବ୍ୟାଙ୍କ ଉପରେ ଲାଗିଥିବା କଟକଣା ଅନୁସାରେ, ଖାତାଧାରୀଙ୍କ ପାଇଁ ଟଙ୍କା ବାହାର କରିବାର ସର୍ବାଧିକ ସୀମା ଏକ ଲକ୍ଷ ଟଙ୍କା ନିର୍ଦ୍ଧାରିତ କରାଯାଇଛି। ଏହି କଟକଣା ୧୨ ଜୁନ୍ରେ କାରବାର ବନ୍ଦ ହେବାପରେ ଲାଗୁ ହୋଇଛି, ଯାହାକି ୬ ମାସର ସମୟସୀମା ପାଇଁ ଜାରି ରହିବ। ତେବେ ଏହାର ସମୟ ସମୟରେ ସମୀକ୍ଷା କରାଯିବ।
କ’ଣ କରିପାରିବନି ବ୍ୟାଙ୍କ ?
ଆରବିଆଇ କହିଛି, ସମବାୟ ବ୍ୟାଙ୍କ କୌଣସି ଋଣ ପ୍ରଦାନ କିମ୍ବା ନବୀକରଣ କରିପାରିବ ନାହିଁ କିମ୍ବା ଆଗୁଆ ଦେୟ ଦେଇପାରିବ ନାହିଁ, କୌଣସି ନିବେଶ କରିପାରିବ ନାହିଁ ଏବଂ ଟଙ୍କା ଋଣ ନେବା ଏବଂ ନୂତନ ଜମା ଗ୍ରହଣ ସମେତ କୌଣସି ଦାୟିତ୍ବ ବହନ କରିପାରିବ ନାହିଁ। କୌଣସି ଜମାକାରୀଙ୍କୁ ତାଙ୍କର ସେଭିଂ ଆକାଉଣ୍ଟ, ଚାଲୁ କିମ୍ବା ଅନ୍ୟ କୌଣସି ଖାତାରୁ ସର୍ବାଧିକ ଏକ ଲକ୍ଷ ଟଙ୍କା କାଢିବାର ଅନୁମତି ଦିଆଯାଇଛି।’ ଆରବିଆଇ କହିଛି ବ୍ୟାଙ୍କର କାର୍ଯ୍ୟକାରିତାକୁ ଉନ୍ନତ କରିବା ପାଇଁ ବୋର୍ଡ ଏବଂ ବରିଷ୍ଠ ପରିଚାଳନା ସହିତ ଯୋଗାଯୋଗ ଜାରି ରଖିବ। ଆରବିଆଇ ଆହୁରି ଉଲ୍ଲେଖ କରିଛି ଯେ ବ୍ୟାଙ୍କ ଉପରେ ଆର୍ଥିକ ଚାପ ସମ୍ପର୍କିତ ଚିନ୍ତାକୁ ଦୂର କରିବା ଏବଂ ଏହାର ଜମାକାରୀଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଠୋସ୍ ପଦକ୍ଷେପର ଅଭାବ ଯୋଗୁଁ ଏହି ନିର୍ଦ୍ଦେଶାବଳୀ ଜାରି କରିବା ଆବଶ୍ୟକ ଥିଲା। ଏହି ନିର୍ଦ୍ଦେଶାବଳୀ ଜାରି କରିବା ଦ୍ୱାରା ଆରବିଆଇ ବ୍ୟାଙ୍କିଙ୍ଗ ଲାଇସେନ୍ସ କ୍ୟାନସେଲ୍ କରିଛି ତାହା ବୁଝିବା ଠିକ୍ ନୁହେଁ।
ଆହୁରି ପଢନ୍ତୁ :RBI Refund Rule: ମୋବାଇଲ୍ ରିଚାର୍ଜ ଫେଲ୍ ହେଲା କିନ୍ତୁ ଆକାଉଣ୍ଟରୁ କଟିଗଲା ଟଙ୍କା ? ଜାଣନ୍ତୁ RBIର ଏହି ନିୟମ, ତୁରନ୍ତ ମିଳିବ ରିଫଣ୍ଡ !