PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ପୁରୀ ମାର୍କେଟ କମ୍ପ୍ଲେକ୍ସ ଓ ସମ୍ରାଟ ହୋଟେଲରେ ଅଗ୍ନିକାଣ୍ଡ ଘଟଣା : ୧୪ ଘଣ୍ଟା ପରେ ବି ଲିଭୁନି ନିଆଁ, ପ୍ରଶାସନର ଅପାରଗତାକୁ ଦାୟୀ କଲେ ବିଧାୟକ

ପୁରୀ, ୦୯/୦୩ : ପୁରୀ ବଡଦାଣ୍ଡ ମରଚିକୋଟ ଛକ ନିକଟରେ ଥିବା ମାର୍କେଟ କମ୍ପ୍ଲେକ୍ସ ଓ ସମ୍ରାଟ ହୋଟେଲରେ ଅଗ୍ନିକାଣ୍ଡ ଘଟଣା। ୧୪ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ପରେ ବି ଆୟତ୍ତ ହୋଇନି ନିଆଁ। ଗୁରୁବାର ସକାଳେ ଓଡ୍ରାଫ ଟିମ୍ ପହଞ୍ଚି ନିଆଁ ଲିଭାରେ ସାହାଯ୍ୟ କରିଛନ୍ତି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଗତକାଲି ଠାରୁ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ଅପର ପକ୍ଷରେ ଗତକାଲି ଠାରୁ ହୋଟେଲରେ ଫସି ରହିଥିବା ୪ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ସୂଚନା ମିଳିଛି ।

ପ୍ରକାଶ ଥାଉକି, ବୁଧବାର ପୁରୀ ବଡଦାଣ୍ଡ ମରଚିକୋଟ ଛକ ନିକଟରେ ଅଭାବନୀୟ ଘଟଣା ଘଟିଥିଲା। ଏକ ମାର୍କେଟ କମ୍ପ୍ଲେକ୍ସ ଓ ସମ୍ରାଟ ହୋଟେଲରେ ନିଆଁ ଲାଗି ଭୟାନକ ପରିସ୍ଥିତି ସୃଷ୍ଟି କରିଥିଲା। ମାର୍କେଟ କମ୍ପ୍ଲେକ୍ସର ଏକ କପଡା ଦୋକାନରେ ସଟସର୍କିଟ ଯୋଗୁଁ ପ୍ରଥମେ ନିଆଁ ଲାଗିବା ପରେ କମ୍ପ୍ଲେକ୍ସ ଭିତରେ ଥିବା ୪୦ଟି ଦୋକାନକୁ ନିଆଁ ବ୍ୟାପିଥିଲା। ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଅଗ୍ନିଶମ ବିଭାଗର ଗାଡି ଆସି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇପାରିନଥିଲା।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଆଁ ଲାଗିଥିବା ହୋଟେଲ୍ ଓ ମାର୍କେଟ କମ୍ପ୍ଲେକ୍ସରେ ଫାୟାର ସେପ୍ଟି ପାଇଁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା। ଏମରଜେନ୍ସି ଏଗଜିଟ୍ ମଧ୍ୟ ନଥିଲା। ଯାହାଫଳରେ ନିଆଁର ପ୍ରକୋପ ମାତ୍ରାଧିକ ରହିଥିଲା। ତେବେ ଏଠାରେ ପ୍ରଶ୍ନ ଉଠୁଛି ଉଭୟ ହୋଟେଲ୍ ଓ କମ୍ପ୍ଲେକ୍ସରେ ଫାୟାର ସେପ୍ଟି ବ୍ୟବସ୍ଥା ଗ୍ରହଣ ନଥାଇ କିଭଳି ଏହାକୁ ଚଲାଇବା ପାଇଁ ପିକେଡିଏ ଅନୁମତି ଦେଇଥିଲା। ଏଭଳି ଭୟାଭହ ଅଗ୍ନିକାଣ୍ଡ ଉପରେ ପୁରୀ ଏସପି ଓ ରାଜ୍ୟର ଡେପୁଟି ଫାୟାର୍ ଅଫିସର ପ୍ରତିକ୍ରିୟା ରଖିଥିବା ବେଳେ ପୁରୀ ବିଧାୟକ ପ୍ରଶାସନର ଅପାରଗତାକୁ ଦାୟୀ କରିଛନ୍ତି। ସେଠାରେ ଥିବା ସବୁ ଦୋକାନୀ ମାଲିକମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି l ଘଟଣା ସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ପୁରୀ ଏସିପି ଓ ଅନ୍ୟ ଅଧିକାରୀମାନେ ରହି ତଦାରଖ କରୁଛନ୍ତି।