ପୁରୀ, ୧୪/୦୫: ରଥଯାତ୍ରାରେ ଶାନ୍ତିପୂର୍ଣ୍ଣ ଓ ସୁସଂଗଠିତ ଭାବରେ ଭକ୍ତମାନେ ଯାତ୍ରା କରିପାରିବେ ବୋଲି ନିଶ୍ଚିତ କରିବାକୁ, ପୁରୀ ଏସ୍ପି ବିନିତ ଅଗ୍ରୱାଲ, ଆଇପିଏସ ଆଜି ମଙ୍ଗଳାହାଟ ଛକ, ଧୋବାସାହି ଛକ, ମଙ୍ଗଳାହାଟ ଗାଁ, ମିଶ୍ରସାହି ରାସ୍ତା ଦେଇ ଗଡ଼ନ୍ତି ଛକ, ଓଡ଼ିଆ ମଠ ରାସ୍ତା ଆଦି ସ୍ଥାନ ବୁଲି ଭକ୍ତ ଓ ସାହିରେ ରହୁଥିବା ସ୍ଥାନୀୟ ଲୋକ ମାନଙ୍କ ସୁବିଧା ଓ ଅସୁବିଧା ଅନୁଧ୍ୟାନ କରିଛନ୍ତି। ଏହି ଗସ୍ତ ସମୟରେ ସ୍ଥାନୀୟ ନିବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ଅଭିଯୋଗଗୁଡ଼ିକୁ ଗ୍ରହଣ କରିଛନ୍ତି ।
ମୁଖ୍ୟ ଅଭିଯୋଗଗୁଡ଼ିକ:
ସ୍ଥାନୀୟ ଯାନବାହନର ନିୟନ୍ତ୍ରିତ ଚଳାଚଳ।
ଭକ୍ତମାନେ ନିର୍ଦ୍ଦିଷ୍ଟ ମାର୍ଗ ଜାଣିନଥିବାରୁ ସମସ୍ୟା।
ଏସ୍ପି ପୁରୀ ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ଗମ୍ଭୀରତା ସହିତ ଗ୍ରହଣ କରି କମ ସମୟ ମଧ୍ୟରେ ସମାଧାନ କରାଯିବ ବୋଲି ନିଶ୍ଚିତ ଆଶ୍ୱାସନ ଦେଇଛନ୍ତି । ଏହି ଗ୍ରସ୍ତ ସମୟରେ ଏସ୍ପି ପୁରୀ ଯେଉଁଥିରେ ରଥଯାତ୍ରା, ବାହୁଡା ଯାତ୍ରା ଓ ସୁନାବେଶ ୨୦୨୫ ପାଇଁ ଭକ୍ତମାନଙ୍କ ଗୁଡିକୁ ଲେନ୍ ଭିତ୍ତିକ ଆଗମନ କେମିତି ବଡଦଣ୍ଡକୁ ପ୍ରବେଶ କରାଯିବ ତାହା ଆଲୋଚନା କରିଥିଲେ । ଏହି ଗ୍ରସ୍ତରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନୀତ ଅଗ୍ରୱାଲଙ୍କ ସହ ଅତିରିକ୍ତ ଏସ୍ପି ସୌମ୍ୟ ରଞ୍ଜନ ମଲ୍ଲିକ, ଅତିରିକ୍ତ ଏସ୍ପି ସଚିନ ପଟେଲ, ସିଟି ଡିସିପି ପ୍ରଶାନ୍ତ କୁମାର ସାହୁ, ଟ୍ରାଫିକ ଡିସିପି ରାଜକୁମାର ପରିଡା, ମନ୍ଦିର ଏସି ଘନଶ୍ୟାମ ହେମ୍ବ୍ରମ, ମନ୍ଦିର ଏସି ବିଜୟ ନନ୍ଦ, ଟ୍ରାଫିକ୍ ଆଇଆଇସି ଜୟଦୀପ ମହାନ୍ତି, ଟାଉନ୍ ଆଇଆଇସି ଗୋକୁଳ ରଞ୍ଜନ ଦାସ, ବସେଲିସାହି ଆଇଆଇସି ବିକ୍ରମ କିଶୋର ଜେନା, ସିଂହଦ୍ୱାର ଥାନା ଆଇଆଇସି ଶ୍ୱେତାପଦ୍ମା ଦାଶ ଉପସ୍ଥିତ ଥିଲେ ।
ଏସ୍ପି ପୁରୀ ସମସ୍ତ ଅଧିକାରୀଙ୍କୁ ସଂବେଦନଶୀଳ ଏବଂ ଭୀର ଅଞ୍ଚଳ ଚିହ୍ନଟ କରି ମାଇକ୍ରୋ ଯୋଜନା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ ମନ୍ଦିର ପ୍ରଶାସନ, ପୋଲିସ ଓ ସେଠାକାର ଲୋକମାନଙ୍କ ସହ ସମନ୍ୱୟ ରଖି ଭକ୍ତମାନଙ୍କ ପାଇଁ ସୁରକ୍ଷିତ ଓ ଆଧ୍ୟାତ୍ମିକ ଅନୁଭବ ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ପୁରୀ ପୋଲିସ ପକ୍ଷରୁ ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ପ୍ରୟାସ ଜାରି ରହିଛି।