PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ମୂର୍ତ୍ତି ପ୍ରତିଷ୍ଠା ଶାସ୍ତ୍ରକୁ ବେଖାତିର; ପ୍ରତିଷ୍ଠା ହେଉନି ଜୟ ବିଜୟ ମୂର୍ତ୍ତି

ପୁରୀ,୧୮ ।୭(ବ୍ୟୁରୋ): ଧର୍ମାନୁଷ୍ଠାନରେ ପ୍ରତିଷ୍ଠା ହୋଇନଥିବା ମୂର୍ତ୍ତିକୁ ପ୍ରତିଷ୍ଠା ଶାସ୍ତ୍ରରେ ଭୂତର ଆଖ୍ୟା ଦିଆଯାଇଛି । ବିନା ପ୍ରତିଷ୍ଠାରେ ପୂଜା ପୀଠ ତଥା ଧର୍ମିକ ଅନୁଷ୍ଠାନରେ ମୂର୍ତ୍ତି ସ୍ଥାପନ ଶାସ୍ତ୍ର ବିରୋଧୀ । ଶ୍ରୀମନ୍ଦିର ସିଂହଦ୍ୱାର ଉଭୟ ପାଶ୍ୱର୍ରେ ସ୍ନାନପୂର୍ଣ୍ଣିମା ଦିନ ପଥର ନିର୍ମିତ ନୂତନ ମୂର୍ତ୍ତି ଜୟ ଓ ବିଜୟଙ୍କୁ ସିଂହଦ୍ୱାର ଉଭୟ ପାଶ୍ୱର୍ରେ ସ୍ଥାପନ କରାଯାଇଛି । ସ୍ଥାପନ ବେଳେ କିମ୍ବା ତା ପରେ ଏହି ପଥର ମୂର୍ତ୍ତିକୁ ପ୍ରତିଷ୍ଠା କରାଯାଇନି । ଶାସ୍ତ୍ରୀୟ ବିଧିକୁ ଆଧାର କରି ଏହି ମୂର୍ତ୍ତିକୁ ଭୂତ ସହ ତୂଳନା କରିଛନ୍ତି ଦେଉଳ ପୁରୋହିତ ଏବଂ ପଣ୍ଡିତମାନେ । ଏହି ଆଧାରରେ ବିଚାର କରାଯାଉଛି ବଡ଼ଦେଉଳକୁ ଏବେ ଭୂତ ଜଗୁଛି ।
ଫୋନି ବାତ୍ୟା ବେଳେ ଶ୍ରୀମନ୍ଦିର ସିଂହଦ୍ୱାରସ୍ଥିତ ସିମେଣ୍ଟ ଜୟ ମୂର୍ତ୍ତି ଟଳି ପଡିଥିଲା । ତଳେ ପଡିବାରୁ ସିମେଣ୍ଟ ମୂର୍ତ୍ତି ଭାଂଗି ଯାଇଥିଲା । ସିଂହଦ୍ୱାରଠାରେ ବିଜେ ଜୟ ବିଜୟ ମୂର୍ତ୍ତି ହେଉଛନ୍ତି ଶ୍ରୀମନ୍ଦିରର ପ୍ରହରୀ । ଜୟ ମୂର୍ତ୍ତି ଭାଙ୍ଗିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି କ୍ରମେ ପ୍ରଶାସନ ନିଷ୍ପତ୍ତି ନେଇଥିଲା ଜୟ ଆଉ ବିଜୟ ମୂର୍ତ୍ତିକୁ ପଥରରେ ନିର୍ମାଣ କରାଯିବ । ସିଂହଦ୍ୱାରରେ ପୁନଃ ସ୍ଥାପନ କରାଯିବ । ସ୍ଥାପନ ବେଳେ ପ୍ରତିଷ୍ଠା କରାଯିବ । କିନ୍ତୁ ସ୍ନାନପୂର୍ଣିମା ଦିନ ତରବରିଆ ଭାବେ ଏହ ଦୁଇ ମୂର୍ତ୍ତିକୁ ପ୍ରତିଷ୍ଠା କରା ଯାଇଥିଲା । କିନ୍ତୁ ଶାସ୍ତ୍ର ମୁତାବକ ଏହାର ପ୍ରତିଷ୍ଠା ପର୍ବକୁ ପ୍ରଶାସନ ଭୁଲି ଯାଇଥିଲା । ସିଂହଦ୍ୱାର ଜୟ ବିଜୟ ମୂର୍ତ୍ତିର ପ୍ରତିଷ୍ଠା ଏବେ ବି ହୋଇନାହିଁ ।

ଏବେ ପ୍ରତିଷ୍ଠାକୁ ନେଇ ବିବାଦ ଉଠିଲାଣି । ପ୍ରତିଷ୍ଠାକୁ ନେଇ ମତଭେଦ ଦେଖା ଦେଇଛି । ଦେଳେ ଶାସ୍ତ୍ରବିତ କହିଛନ୍ତି ପୂଜା ପାଉ ନଥିବା ମୂର୍ତ୍ତିର ପ୍ରତିଷ୍ଠା ଜରୁରି ନାହିଁ । ଅନ୍ୟ ପକ୍ଷର ପଣ୍ଡିଚମାନେ ଦାବି କରିଛନ୍ତି ଏହା ପୂର୍ବରୁ ଭିତରଚ୍ଛ ଦାୟିତ୍ୱ ତୁଲାଉଥିବା ସେବାୟତ ପ୍ରତିଦିନ ଶ୍ରୀମନ୍ଦିର ଦ୍ୱାରଫିଟା ପୂର୍ବରୁ ସିଂହଦ୍ୱାର ଦ୍ୱାର ଦେଶରେ ବିଜେ ମା’ ଲକ୍ଷ୍ମୀଙ୍କୁ ଜଳସ୍ନାନ କରିବା ସହ ପୁଷ୍ପ ଅର୍ପଣ କରୁଥିଲେ । ତା ପରେ ଜୟ ବିଜୟଙ୍କୁ ଜଳସ୍ନାନ କରାଇ ଫୁଷ୍ପ ଅର୍ପଣ କରୁଥିଲେ । ସବା ଶେଷରେ ନଡ଼ିଆ ଭାଙ୍ଗି ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ଅନୁପାଳନ କରୁଥିଲେ । ଏଥିରୁ ସୂଚନା ମିଳୁଛି ସିଂହଦ୍ୱାର ଖୋଲିବା ପୂର୍ବରୁ ପୂଜାର୍ଚ୍ଚନାର ପରମ୍ପରା ରହିଥିଲା । ଏହାକୁ ଏବେ ଅନୁପାଳନ କରାଯାଉନାହିଁ । ସାମୂହିକ ଭାବେ ଶ୍ରୀମନ୍ଦିର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଯାନିଯାତ୍ରାରେ ପ୍ରଚଳିତ ପରମ୍ପରା, ତିଥି ଅନୁପାଳନକୁ ଏବେ ଗୁରୁତ୍ୱ ଦିଆଯାଇ ନଥିବାର ଅଭିଯୋଗ ତତ୍ତ୍ୱବିତ୍‌ମାନେ କରିଛନ୍ତି ।

ଚଳିତବର୍ଷ ରଥ ଉପରେ ସୂନାବେଶକୁ ତିଥି ଅନୁପାଳନକୁ ଏହାର ତାଜା ଉଦାହରଣ ଭାବେ ନେଇଛନ୍ତି ମୂର୍ତ୍ତି ପ୍ରତିଷ୍ଠା ସପକ୍ଷରେ ଯୁକ୍ତି କରୁଥିବା ବିଦ୍ୱାନମାନେ । ଆଷାଢ଼ ମାସ ହରିଶୟନ ଏକାଦଶୀରେ ମହାପ୍ରଭୁଙ୍କ ରଥ ଉପରେ ସୁନା ବେଶ ହେବାର ପରମ୍ପରାକୁ ଶ୍ରୀମନ୍ଦିର ପ୍ରଶାସନ ଏବର୍ଷ ଭାଙ୍ଗି ଦେଇଛି । ଦ୍ୱାଦଶୀ ତିଥିରେ ସୁନାବେଶ କରାଯାଇଛି । ଏହା ଶ୍ରୀମନ୍ଦିର ପରମ୍ପରା ଏବଂ ତିଥି ଉଲ୍ଲଙ୍ଘନ ବୋଳି କହିବା ସହ ପ୍ରଶାସନିକ ଦଣ୍ଡ ଧରିଥିବା ଲୋକଙ୍କୁ ମାର୍ଗ ଦର୍ଶନ କିଏ କରିବ ବୋଲି ପ୍ରଶ୍ନ କରାଯାଇଛି । ଆଉ ଏକ ଧର୍ମ ବିଶ୍ୱାସ ଉଲ୍ଲଂଘନକୁ ପୁରୀ ଚଉଦ କୋଶୀରେ ଫୋନି ବାତ୍ୟା ପ୍ରଳୟର କାରଣ ଦର୍ଶାଇଛନ୍ତି ଏହି ଶାସ୍ତ୍ରବିତ୍‌ମାନେ । ଶ୍ରୀମନ୍ଦିର ନୀଳଚକ୍ରରେ ପରମ୍ପରା ମୁତାବକ ଚଉଦ ହାତ ପତିତପାବନ ବାନା ଉଡୁଥିଲା ।

ଏହାର ତତ୍ତ୍ୱଥିଲା ନୀଳଚକ୍ର ଧ୍ୱଜା ୧୪ କୋଶ ପର୍ଯ୍ୟନ୍ତ ଦେଖାଯିବ । ଧ୍ୱଜା ଦେଖା ଯାଉଥିବା ଇଲାକାକୁ ମହାପ୍ରଭୁ ସୁରକ୍ଷା ଦେଉଥିବେ । ଫୋନି ପୂର୍ବରୁ ନୀଳଚକ୍ରର ସୁରକ୍ଷା ଦୃଷ୍ଟିରୁ ଧ୍ୱଜା ଲମ୍ବାକୁ ପାଞ୍ଚ ହାତକୁ କମାଇ ଦିଆଗଲା । ଏହି ଧ୍ୱଜା ବନ୍ଧାଯିବାର କିଛି ଘଣ୍ଟା ମଧ୍ୟରେ ବାନା ଉଡ଼ିଗଲା । ଫୋନି ବାତ୍ୟା ଆସିବା ବେଳକୁ ଚଉଦ କୋଶରେ ନୀଳଚକ୍ର ଧ୍ୱଜାର ସୁରକ୍ଷା ବଳୟ ନଥିଲା । ଏହି କାରଣରୁ ପୁରୀ ଚଉଦ କୋଶି ଇଲାକାରେ ଫୋନି ପ୍ରଳୟର କାରଣ ହୋଇଥିଲା । ଏହି ସବୁ ତଥ୍ୟକୁ ଆଧାର କରି ଶାସ୍ତ୍ରବିତ୍‌ମାନେ ଯୁ୍‌କ୍ତି କରିଛନ୍ତି ଶ୍ରୀମନ୍ଦିର ପରମ୍ପରା, ପୂଜା ତିଥି ତଥା ଧର୍ମ ବିଶ୍ୱାସକୁ ବଞ୍ଚାଇ ରଖିବା ଜରୁରି ।