ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଶରଧାବାଲି ପ୍ରସଂଗକୁ ନେଇ ତୁମ୍ବି ତୋଫାନ; ସରକାରଙ୍କୁ ଘେରିଲେ ପ୍ରସନ୍ନ ଆଚାର୍ଯ୍ୟ

Published By : Manash Sahoo | June 30, 2025 4:41 PM

ଭୁବନେଶ୍ବର: ରବିବାର ଶରଧାବାଲି ଅଘଟଣକୁ ନେଇ ରାଜ୍ୟ ରାଜନୀତିରେ ତୁମ୍ବି ତୋଫାନ ଦେଖିବାକୁ ମିଳିଛି। ବ୍ୟବସ୍ଥାରେ ଅବହେଳା ପାଇଁ ଦୁଇ ଏତେ ବଡ଼ ଦୁର୍ଘଟଣା ଘଟିଗଲା । ମୁଖ୍ୟମନ୍ତ୍ରୀ ଅଘଟଣକୁ ଅକ୍ଷମଣୀୟ କହି ସ୍ବୀକାର ମଧ୍ୟ କହିଛନ୍ତି । ଦାରୁଦିଅଁଙ୍କ ସାମ୍ନାରେ ତିନି ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯିବା ପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏଥିରେ ଦୁଇ ଜଣ ଅଧିକାରୀ ନିଲମ୍ବିତ ହୋଇଥିବା ବେଳେ ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବଦଳି କରିଦିଆଯାଇଛି । ତେବେ ଏହି ଘଟଣାକୁ ନେଇ ବିରୋଧୀ ବିଜେଡି ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛନ୍ତି।

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଏହି ଘଟଣାକୁ ବିଧାନସଭା ଓ ସଂସଦରେ ଉଠାଯିବ । ‘‘ସରକାର ବାକ୍ୟ ବୀର, କର୍ମ ବୀର ନୁହଁନ୍ତି। ରଥଯାତ୍ରା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଭାବରେ ହୋଇଛି। ଏଭଳି ଘଟଣା ଅକ୍ଷମଣୀୟ ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି । ଲୋକ ଦେଖାଣିଆ ଭାବେ ଜିଲ୍ଲାପାଳ କି ଏସପିଙ୍କୁ ବଦଳି କରିବା ସମାଧାନ ନୁହେଁ । ଯେଉଁମାନେ କାର୍ଯ୍ୟରେ ଅବହେଳା କରିଛନ୍ତି, ସେମାନଙ୍କ ବିରୁଦ୍ଧାରେ କଠୋର କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି।’’

ସେ ଆହୁରି କହିଛନ୍ତି ‘‘ଏଭଳି ଘଟଣା ସାରା ଦେଶ ଓ ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଆନ୍ଦୋଳିତ କରିଛି। ସରକାର ଏହାକୁ ହାଲୁକା ଭାବରେ ଏହାକୁ ନିଅନ୍ତୁ ନାହିଁ। କେବଳ ଏସି ରୁମରେ ଟେବୁଲ ଚେୟାରରେ ରଥଯାତ୍ରା ସମ୍ପର୍କିତ ନିଷ୍ପତ୍ତି ହେବା ଭଳି ଲାଗୁଛି।’’ ମନ୍ତ୍ରୀ କି’ ସରକାରୀ ଅଧିକାରୀ ଯିଏବି ଦାୟିତ୍ବ ନେଇଥିଲେ ସରକାର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.