PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଜଳ କଷ୍ଟ ! ପାନୀୟ ଜଳ ସମସ୍ୟା ପାଇଁ ବ୍ଲକ ସମ୍ମୁଖରେ ପ୍ରତିବାଦ କଲେ ମହିଳା

ପୁରୁଷୋତ୍ତମପୁର, ୦୩/୦୩ : ପୁରୁଷୋତ୍ତମପୁର ବ୍ଳକ ହାଣ୍ଡିଘର ପଞ୍ଚାୟତରେ ଜଳକଷ୍ଟ। ଗାଁରେ ବୋରୱେଲ କରାଯାଇଛି, ଟାଙ୍କି ମଧ୍ୟ ହୋଇଛି କିନ୍ତୁ ଲୋକଙ୍କୁ ମିଳୁନି ପାନୀୟ ଜଳ। ସେପଟେ ଖରା ଦିନ ଆସୁଥିବାରୁ ଗ୍ରାମବାସୀଙ୍କୁ କୂଅରୁ ପାଣି ଶୁଖିଯିବା ଭୟ ଘାରୁଥିବା ବେଳେ ନଳକୂଅର ଜଙ୍କ୍ ପାଣି ଓ ନଈର ଦୂଷିତ ପାଣି ଉପରେ ନିର୍ଭର କରୁଛନ୍ତି। ଦୀର୍ଘ ବର୍ଷ ଧରି ଗ୍ରାମରେ ଜଳ କଷ୍ଟ ଲାଗି ରହୁଥିବାରୁ ସ୍ଥାନୀୟ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡୁନି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ପାନୀୟ ଜଳ ସମସ୍ୟାକୁ ବିରୋଧ କରି ହାଣ୍ଡିଘର ପଞ୍ଚାୟତର ଗ୍ରାମବାସୀମାନେ ବ୍ଲକ ଆଗରେ ମାଠିଆ ରଖି ପ୍ରତିବାଦ କରିଛନ୍ତି। ଫଳରେ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସମସ୍ତଙ୍କୁ ବୁଝାସୁଝା କରଥିଲେ ମଧ୍ୟ ଗ୍ରାମବାସୀ ଶୁଣି ନଥିଲେ। ତେବେ ବିଡ଼ିଓ ବିଜୟ କୁମାର ବେହେରା ଜେଇ ଓ ଗ୍ରାମବାସୀଙ୍କୁ ଡାକି ବୁଜାସୁଝା କରିଥିଲେ ଓ ଆସନ୍ତା ୨୦ ଦିନ ମଧ୍ୟରେ ଏହାର ସମାଧାନ ହେବ ବୋଲି ପ୍ରତିଶୃତି ଦେବାରୁ ଗ୍ରାମବାସୀମାନେ ଘରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର