ପ୍ରମୂଖ ଖବର

ମାୟାନଗରୀରେ ‘ପୁଷ୍ପା-୨’ ଟିମ୍‌, ରିଲିଜ୍ ପୂର୍ବରୁ ଚାଲିଛି ଜୋର୍‌ଦାର୍ ପ୍ରମୋସନ୍‌

Published By : Prameya | November 30, 2024 10:42 AM

ମୁମ୍ବାଇ ୩୦/୧୧: ଆସନ୍ତା ଡିସେମ୍ବର ୫ ତାରିଖରେ ମୁକ୍ତିଲାଭ କରିବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ । ରିଲିଜ୍‌ ପୂର୍ବରୁ ଫିଲ୍ମର ଷ୍ଟାର୍‌ କାଷ୍ଟ୍‌ ମୁମ୍ବାଇ  ପହଞ୍ଚିଛନ୍ତି । ଜେଡବ୍ଲ୍ୟୁ ମାରିଅଟ୍‌ ହୋଟେଲରେ ଏକ ସାମ୍ବାଦିକ  ସମ୍ମିଳନୀରେ ନଜର ଆସିଥିଲେ ପୁଷ୍ପା ଓରଫ୍‌ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଓ ଟି-ସିରିଜ୍‌ ମାଲିକ ଭୂଷଣ କୁମାର । 

ଏ ଅବସରରେ ଅଲ୍ଲୁ କହିଲେ ‘ଯଦି ମୁଁ ନିଜ କ୍ୟାରିଅରକୁ ଦେଖିବି ତେବେ ସେହି ବ୍ୟକ୍ତିଙ୍କ ବିଷୟରେ ଚିନ୍ତା କରିବି ଯିଏ ମୋ ଜୀବନ ଉପରେ ସର୍ବାଧିକ  ପ୍ରଭାବ ପକାଇଛନ୍ତି । ସେ ହେଉଛନ୍ତି ସୁକୁମାର ।  ‘ପୁଷ୍ପା-୨’ ପ୍ରମୋସନ୍‌ରେ ଅଲ୍ଲୁ-ରଶ୍ମିକା ମୁମ୍ବାଇରେ ପହଞ୍ଚିବା ପରେ ଢୋଲ-ମୃଦଙ୍ଗର  ତାଳେ ତାଳେ ଗୀତ ଓ ନୃତ୍ୟ ସହିତ ସେମାନଙ୍କୁ  ଭବ୍ୟ ସ୍ୱାଗତ କରାଯାଇଥିଲା । 

‘ପୁଷ୍ପା: ଦ ରୁଲ୍‌’  ତାମିଲ, ତେଲୁଗୁ, ହିନ୍ଦୀ, କନ୍ନଡ଼, ବଙ୍ଗଳା ଓ  ମାଲାୟାଲମ୍‌ ଭାଷାରେ ମୁକ୍ତିଲାଭ କରିବ । ଏହା  ପ୍ରଥମ ପାନ୍‌ ଇଣ୍ଡିଆ ଫିଲ୍ମ, ଯାହା ପ୍ରଥମ ଥର  ବଙ୍ଗଳାରେ ରିଲିଜ୍‌ ହେବ । ୫୦୦ କୋଟିର ମେଗା  ବଜେଟ୍‌ରେ ନିର୍ମିତ ଏହି ଫିଲ୍ମର ନିର୍ମାତା ଏହାର  ଅଲଗା ଅଲଗା କ୍ଲାଇମାକ୍ସ ସିନ୍‌ ସୁଟ୍‌ କରିଛନ୍ତି । ସିନ୍‌ ଲିକ୍‌ ହେବା ଭୟରେ ଏ ପରି କରାଯାଇଛି ।  କେଉଁ କ୍ଲାଇମାକ୍ସ ସେମାନେ ଚୂଡ଼ାନ୍ତ କରିବେ,  ତାହା ସେଟ୍‌ରେ କାହାକୁ ଜଣାନାହିଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.