ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ରିଲ୍ କରିବା ଲାଗି ଏହା କିଭଳି ସୌକ୍, ୩୦ଫୁଟର ସାଇନବୋର୍ଡ଼ରେ ଲଗାଇଲେ ପୁସଅପ୍

Published By : Gurupada Nath | October 1, 2024 6:05 PM

ନୂଆଦିଲ୍ଲୀ,୧/୧୦ :  ସୋସିଆଲ ମିଡ଼ିଆର ଏହି ଜମାନାରେ ଆଜି ଲୋକେ ରିଲ୍ କରିବା ଆଳରେ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି । କେହି କେହି ଜୀବନ ସହ ବାଜି ବି ଲଗାଉଛନ୍ତି । ଯାହାକୁ ଦେଖି ଆପଣଙ୍କ ମୁଣ୍ଡ ଗୋଲ୍ ଖାଇଯିବ । ନିକଟରେ ଏଭଳି ଏକ ଭିଡ଼ିଓ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ଦେଖି ଆପଣ ବି ନିଜ ମୁଣ୍ଡରେ ହାତ ଦେବେ । ଏହି ଭାଇରାଲ ଭିଡ଼ିଓକୁ ଦେଖି ଆପଣ ବି ଏହା କହିବେ କି ସତରେ ୟୁପିର ଯୁବକଙ୍କ ରିଲ୍ ନିଶା ମୁଣ୍ଡରେ ଚଢିଯାଇଛି।  ଭିଡ଼ିଓରେ ଜଣେ ବ୍ୟକ୍ତି ଜାତୀୟ ରାଜପଥର ରାସ୍ତାରେ ଥିବା ୩୦ଫୁଟ ଉପରେ ଲାଗିଥିବା ସାଇନବୋର୍ଡ଼ରେ ପୁସଅପ ଲଗାଉଥିବା ନଜର ଆସୁଛନ୍ତି । ଏହି ଭିଡ଼ିଓ ଉତ୍ତରପ୍ରଦେଶର ଆମେଠୀର ବୋଲି କୁହାଯାଉଛି । 

ଆମେଠୀ ଯିବା ରାସ୍ତାରେ ଲାଗିଥିବା ସାଇନବୋର୍ଡ଼ରେ ଜନୈକ ବ୍ୟକ୍ତି ପୁସଅପ ମାରିବାକୁ ଲାଗିଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି କିଛି ଲୋକ ରୋମାଞ୍ଚିତ ହେଉଥିବାବେଳେ ସେହିଭଳି ଅନ୍ୟ କିଛି ଲୋକ ଉକ୍ତ ବ୍ୟକ୍ତି ଜଣଙ୍କୁ ଓହ୍ଲାଇବାକୁ କହୁଥିବା ନଜର ଆସୁଛନ୍ତି । ଏହି ଭିଡ଼ିଓ ଉତ୍ତର ପ୍ରଦେଶର ଆମେଠୀ ଜିଲ୍ଲାରୁ ହୋଇ ଯାଉଥିବା ଜାତୀୟ ରାଜପଥ ୯୩୧ରୁ ରେକର୍ଡ଼ କରାଯାଇଛି ।

ଭିଡ଼ିଓରେ ଦୁଇ ଯୁବକ ନଜର ଆସୁଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ସାଇନବୋର୍ଡ଼ ଉପରେ ପୁସଅପ କରୁଥିବା ନଜର ଆସୁଛନ୍ତି ତ ଅନ୍ୟ ଜଣେ ଯୁବକ ସାଇନ ବୋର୍ଡ଼ରେ ଛିଡ଼ା ହୋଇଥିବା ନଜର ଆସୁଛନ୍ତି । ସାଇନବୋର୍ଡ଼ରେ ପୁସଅପ୍ ଲଗାଉଥିବା ଯୁବକଙ୍କ ପରିଚୟ ସଚିନ ରୂପରେ ହୋଇଛି । 

ଏହି ଭାଇରାଲ ଭିଡ଼ିଓ ଏବେ ଏହି ପ୍ରଶ୍ନ ଛିଡ଼ା କରିଛି କି ବିପଦଜନକ ଭାବେ ଏଭଳି ପରିସ୍ଥିତି ଉଠାଇବା ପୂର୍ବରୁ ପ୍ରଥମେ ଆମକୁ ନିଜ ସୁରକ୍ଷାର ପ୍ରାଥମିକତା ଦେବା ଜରୁରୀ ନୁହେଁ କି ?  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.