ପ୍ରମୁଖ ଖବର
  • ନିଳାଦ୍ରୀ ବିହାର ଏଟିଏମ୍‌ ଛକରେ ବୋମାମାଡ, ବିଳମ୍ବିତ ରାତି କାର୍‌କୁ ବୋମା ଫିଙ୍ଗି ଚମ୍ପଟ୍ ମାରିଲେ ୨ ଦୁର୍ବୃତ୍ତ
  • ||
  • ଏ ବର୍ଷ ଗ୍ରୀଷ୍ମ ଲହରୀ ଲମ୍ବିବ: ମାର୍ଚ୍ଚରୁ କଲବଲ କରିବ ଖରା, ଆକାଶରୁ ନିଆଁ ବର୍ଷିବ
  • ||

ୟୁକ୍ରେନ୍ ଉପରେ ରୁଷର ଥର୍ମୋବାରିକ୍ ବମ୍‌ ଆକ୍ରମଣ, କିଛି ସେକେଣ୍ଡରେ ମଣିଷକୁ କରିଦେବ ପାଉଁଶ

ନୂଆଦିଲ୍ଲୀ,୧୯।୧୧: ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଠିନ୍ ୟୁକ୍ରେନ୍‌ ଉପରେ ଏବେ ‘ପୁଅର୍‌ ମ୍ୟାନ୍ ନ୍ୟୁକ୍’ ବମ୍ ଓ ମିଶାଇଲ ଆକ୍ରମଣ କରିବା ଆରମ୍ଭ କରିଛନ୍ତି। ଏହି ଅସ୍ତ୍ର ଏବେ ଘାତକ ଯେ, ମଣିଷକୁ ତଳାଇ ଦେଇଥାଏ ଦେଇଥାଏ। ଅର୍ଥାତ ଏହାର ଉତ୍ତାପରେ ଜଣେ ମଣିଷ ମାତ୍ର କିଛି ସେକେଣ୍ଡରେ ପୋଡି ପାଉଶ ହୋଇଯିବ। ପ୍ରକୃତରେ ଏହା ହେଉଛି ଥର୍ମୋବାରିକ୍ ବମ୍, ଯାହାକି ଦୃତ ଗତିରେ ଖୁବ୍ ଉତ୍ତପ୍ତ ହୋଇଯାଏ। ଏହି ବମ୍‌ ବଙ୍କର ମଧ୍ୟ ନଷ୍ଟ କରିଦେବ। ଟ୍ୟାଙ୍କକୁ ପାଉଁଶ କରି ଦେବ। ଏଭଳି ବମ୍‌କୁ ‘ପୁଅର୍ ମ୍ୟାନ୍ସ ନ୍ୟୁକ୍’ ବା ‘ପୁଅର୍‌ ମ୍ୟାନ୍ସ ନ୍ୟୁକ୍ଲିୟର ଓ୍ବିପନ୍’ ବୋଲି କୁହାଯାଏ। ଏଥିରୁ ଥର୍ମୋବାରିକ୍ ଫ୍ଲେମଥ୍ରୋୟର ହୋଇଥାଏ। ଅର୍ଥାତ ଏଭଳି ଅସ୍ତ୍ର, ଯାହାକି ବିସ୍ଫୋରଣ ସହିତ ଅତ୍ୟାଧିକ ଉତପ୍ତ ସୃଷ୍ଟି କରିଥାଏ। ଏହା ରାମାୟଣ ସମୟର ଅଗ୍ନିବାଣ ସଦୃଶ୍ୟ ରହିଛି।

{"id":495670,"width":938,"height":527,"sizeSlug":"large","linkDestination":"none"}

ଋ​‌ଷ ପାଖରେ ଯେଉଁ ଥର୍ମୋବାରିକ୍ ଫ୍ଲେମ୍ ଥ୍ରୋୟର ରହିଛି, ତା’ର ନାଁ ରହିଛି TOS-1A Solntsepek heavy thermobaric flamethrower। ଏହି ହତିଆର କୌଣସି ପ୍ରକାର ବଙ୍କରକୁ ମଧ୍ୟ ଧ୍ବଂସ କରିପାରେ। କେବଳ ସେତିକି ନୁହେଁ କୌଣସି ସୈନିକଙ୍କ ଉପରେ ଯଦି ପଡେ ତେବେ କେବଳ କଙ୍କାଳ ହିଁ ମିଳିବ। ପୁରା ଦୁନିଆ ଥର୍ମୋବେରିକ୍‌ ଓ୍ବିପନ ସବୁଠାରୁ ପୁରୁଣା, ଘାତକ ଓ ପାରମ୍ପରିକ ଅସ୍ତ୍ର ଭିତରୁ ଅନ୍ୟତମ। ଏହାକୁ ସାଧାରଣ ଭାଷାରେ ‘ପୁର ମ୍ୟାନ୍ସ ନ୍ୟୁକ୍ଲିୟର ଓ୍ବିପନ’ ଅର୍ଥାତ ‘ଗରିବ ଲୋକର ପରମାଣୁ ବୋମା’ ବୋଲି କୁହାଯାଏ।

ରୁଷର TOS-1 ଥର୍ମୋବାରିକ୍ ଅସ୍ତ୍ର ୨୨୦ ମିଲିମିଟର ୩୦ ବ୍ୟାରେଲ ଥିବା ଏକ ଆର୍ଟିଲାରୀ ଗନ୍। ଏହାକୁ ରକେଟ୍‌ କିମ୍ବା ଟି-୭୨ ଟ୍ୟାଙ୍କ ଗୁଳି ଜରିଆରେ ଯେ କୌଣସି ସ୍ଥାନରେ ପକାଇ ହେବ। ଏହି ଅସ୍ତ୍ରର ରେଞ୍ଜ ୬ ରୁ ୧୦ କିଲୋମିଟର। ଏହା ଯେଉଁଠି ବିସ୍ଫୋରଣ କରେ ସେଠାରେ ୧୦୦୦ ଫୁଟ୍‌ ପରିସରରେ କିଛି ଜିନିଷ ରହିନଥାଏ। ବିସ୍ଫୋରଣ ପରେ ତାହା ସୈନିକଙ୍କ ଫୁସଫୁସ୍‌କୁ ଚିରି ଦେଇଥାଏ। ଏହାପରେ ୩୦୦୦ ଡିଗ୍ରୀ ସେଲସିୟସ୍‌ର ତାପମାତ୍ରା, ଅର୍ଥାତ ଶରୀରର କୌଣସି ଅଂଶ କିଛି ସେକେଣ୍ଡରେ ଜଳି ପାଉଁଶ ହୋଇଯିବ। ଶତ୍ରୁ ପକ୍ଷର ବଞ୍ଚିବାର କିଛି ଆଶା ରହିବ ନାହିଁ। ଏହି ଅସ୍ତ୍ରକୁ ‘ପୁର ମ୍ୟାନ୍ ନ୍ୟୁକ୍ଲିୟର ଓ୍ବିପନ’ ନାମକ ଆମେରିକାର ସୈନିକ ରିଟାୟର୍ଡ କର୍ଣ୍ଣଲ ଡେଭିଡ୍ ଜନସନ୍ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.